୧୭ ମାସ ପରେ ଜେଲ୍‌ରୁ ବାହାରିଲେ ଆପ୍ ନେତା ମନୀଷ ସିସୋଦିଆ, ବାହାରିବା ମାତ୍ରେ ମୋଦୀ ସରକାରଙ୍କୁ ଦେଲେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ : ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆ ୧୭ ମାସ ପରେ ଜେଲ୍‌ରୁ ବାହାରିଛନ୍ତି। ଆଜି ସୁପ୍ରିମକୋର୍ଟରୁ ତାଙ୍କୁ ଜାମିନ ମିଳିବା ପରେ ସନ୍ଧ୍ୟାରେ ତିହାର ଜେଲରୁ ବାହାରିଛନ୍ତି। ହଜାର ହଜାର ଆପ୍ ସମର୍ଥକ ତାଙ୍କୁ ତିହାର ଜେଲ ବାହାରେ ସ୍ବାଗତ କରିଛନ୍ତି। ଜେଲରୁ ବାହାରିବା ପରେ ମନୀଷ ସିସୋଦିଆ ଭାବପ୍ରବଣ ହୋଇଥିଲେ। ସେ କହିଛନ୍ତି ଯେ ସମ୍ବିଧାନ ନିରୀହ ଲୋକଙ୍କୁ ରକ୍ଷା କରିବ। ସମ୍ବିଧାନ ଆମକୁ ଏକଛତ୍ରବାଦୀ ସରକାରଙ୍କ ଏକଛତ୍ରବାଦୀ […]

ନୂଆଦିଲ୍ଲୀ : ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆ ୧୭ ମାସ ପରେ ଜେଲ୍‌ରୁ ବାହାରିଛନ୍ତି। ଆଜି ସୁପ୍ରିମକୋର୍ଟରୁ ତାଙ୍କୁ ଜାମିନ ମିଳିବା ପରେ ସନ୍ଧ୍ୟାରେ ତିହାର ଜେଲରୁ ବାହାରିଛନ୍ତି। ହଜାର ହଜାର ଆପ୍ ସମର୍ଥକ ତାଙ୍କୁ ତିହାର ଜେଲ ବାହାରେ ସ୍ବାଗତ କରିଛନ୍ତି। ଜେଲରୁ ବାହାରିବା ପରେ ମନୀଷ ସିସୋଦିଆ ଭାବପ୍ରବଣ ହୋଇଥିଲେ। ସେ କହିଛନ୍ତି ଯେ ସମ୍ବିଧାନ ନିରୀହ ଲୋକଙ୍କୁ ରକ୍ଷା କରିବ। ସମ୍ବିଧାନ ଆମକୁ ଏକଛତ୍ରବାଦୀ ସରକାରଙ୍କ ଏକଛତ୍ରବାଦୀ ଶାସନରୁ ରକ୍ଷା କରିବ।

ତେବେ ଜେଲ୍‌ରୁ ବାହାରିବାମାତ୍ରେ ମୋଦୀ ସରାକାରଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ମନୀଷ ସିସୋଦିଆ। ଜେଲରୁ ବାହାରିବା ମାତ୍ରେ ସେ ମୋଦୀ ସରକାରଙ୍କୁ ଚ୍ୟାଲେଞ୍ଜ କରି କହିଥିଲେ ଯେ ଜେଲର ତାଲା ଭାଙ୍ଗିଯିବ ଏବଂ କେଜ୍ରିୱାଲ ବାହାରକୁ ଆସିବେ। ଆଜି ମୁଁ ସମ୍ବିଧାନର ଶକ୍ତି ସହିତ ଜାମିନ ପାଇଲି। ମୁଁ ହୃଦୟରୁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଦେଉଛି।


ସୁପ୍ରିମକୋର୍ଟ ଉଭୟ ସିବିଆଇ ଓ ଇଡି ମାମଲାରେ ମନୀଷ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜାମିନ ଆବେଦନ ଉପରେ ଦୁଇ ବିଚାରପତିଙ୍କ ଏକ ଖଣ୍ଡପୀଠ ଏହି ରାୟ ଶୁଣାଇଥିଲେ।ବିଚାରପତି ଜଷ୍ଟିସ ବି.ଆର ଗାଭାଇ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ରାୟ ପ୍ରକାଶ କରି ସିସୋଦିଆଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।ସର୍ବୋଚ୍ଚ ଅଦାଲତଙ୍କ ସର୍ତ୍ତ ଅନୁସାରେ, ସିସୋଦିଆ ତାଙ୍କ ପାସପୋର୍ଟ ପୈଠ କରିବେ। ପ୍ରତି ସୋମବାର ତାଙ୍କୁ ଥାନାରେ ସାକ୍ଷ୍ୟ ଦେବାକୁ ପଡ଼ିବ। ଏହା ସହିତ ପ୍ରମାଣ ନଷ୍ଟ ପାଇଁ ଚେଷ୍ଟା ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହା ବ୍ୟତୀତ କୋର୍ଟ ତାଙ୍କୁ ସଚିବାଳୟ ଯିବାକୁ ଅନୁମତି ଦେଇଛନ୍ତି।

ସୂଚନାଯୋଗ୍ୟ ଦିଲ୍ଲୀ ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ୨୦୨୩ ଫେବ୍ରୁଆରୀ ୨୬ ତାରିଖରେ ସିବିଆଇ ଗିରଫ କରିଥିଲା । ପରେ ମନି ଲଣ୍ଡରିଂ ମାମଲାରେ ମାର୍ଚ୍ଚ ୯ ତାରିଖରେ ସିସୋଦିଆଇଙ୍କୁ ଇଡି ଗିରଫ କରିଥିଲା । ସେବେଠାରୁ ସେ ଜେଲରେ ଥିଲେ। ମନୀଷ ସିସୋଦିଆ ସିବିଆଇ ମାମଲାରେ ୧୩ଟି ଆବେଦନ ଏବଂ ଇଡି ମାମଲାରେ ନିମ୍ନ ଅଦାଲତରେ ୧୪ ଥର ଜାମିନ ଆବେଦନ କରିଥିଲେ।

About The Author: The Sakala