ଭାଣିଜୀ ବିବାହରେ ଧୁମ୍‌ ନାଚୁଥିଲେ ମାମୁଁ; ହଠାତ୍ ଉଡ଼ିଗଲା ପ୍ରାଣବାୟୁ

ରାୟପୁର: ଖୁସିର ଆନନ୍ଦ ଭିତରେ ଦୁଃଖର ଲହରୀ । ହସଖୁସିର ମୁହୂର୍ତ୍ତରେ ହଠାତ୍ ପଡିଗଲା ପୂର୍ଣ୍ଣଚ୍ଛେଦ । ଭାଣିଜୀ ବାହାଘରରେ ନାଚୁ ନାଚୁ ଚାଲିଗଲା ମାମୁଁଙ୍କ ପ୍ରାଣ । ଭାଣିଜୀ ବିବାହରେ ଧୁମ୍‌ ନାଚୁଥିଲେ ଇଞ୍ଜିନିୟର ମାମୁଁ, ହଠାତ୍‌ ବସିପଡ଼ି ଟଳିପଡ଼ିଲେ । ଏଥିରେ ତାଙ୍କର ମୃତ୍ୟୁ ଘଟୁଛି। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ଛତିଶଗଡ଼ରେ । ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀପ ରାଉତକାର ନାମକ ଜଣେ ବ୍ୟକ୍ତି ନିଜ ଭାଣିଜୀର ବିବାହରେ ସାମିଲ […]

ରାୟପୁର: ଖୁସିର ଆନନ୍ଦ ଭିତରେ ଦୁଃଖର ଲହରୀ । ହସଖୁସିର ମୁହୂର୍ତ୍ତରେ ହଠାତ୍ ପଡିଗଲା ପୂର୍ଣ୍ଣଚ୍ଛେଦ । ଭାଣିଜୀ ବାହାଘରରେ ନାଚୁ ନାଚୁ ଚାଲିଗଲା ମାମୁଁଙ୍କ ପ୍ରାଣ । ଭାଣିଜୀ ବିବାହରେ ଧୁମ୍‌ ନାଚୁଥିଲେ ଇଞ୍ଜିନିୟର ମାମୁଁ, ହଠାତ୍‌ ବସିପଡ଼ି ଟଳିପଡ଼ିଲେ । ଏଥିରେ ତାଙ୍କର ମୃତ୍ୟୁ ଘଟୁଛି। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ଛତିଶଗଡ଼ରେ ।

ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀପ ରାଉତକାର ନାମକ ଜଣେ ବ୍ୟକ୍ତି ନିଜ ଭାଣିଜୀର ବିବାହରେ ସାମିଲ ହେବାକୁ ଯାଇଥିଲେ। ଖୁସିରେ ସେ ଷ୍ଟେଜ୍‌ ଉପରେ ନାଚୁଥିଲେ। ଅନ୍ୟ ସାଙ୍ଗସାଥୀଙ୍କ ଗହଣରେ ଷ୍ଟେଜ ଉପରେ ଦିଲୀପ ନାଚୁଥିଲେ । ମାତ୍ର ନାଚୁ ନାଚୁ ହଠାତ୍ ହୃଦଘାତ କାରଣରୁ ସେ ତଳେ ପଡିଯାଇଥିଲେ ଏବଂ ବସିବାର କିଛି ସମୟ ପରେ ଟଳି ପଡ଼ିଥିଲେ । ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଦିଲୀପ ଭିଲାଇ ଷ୍ଟିଲ ପ୍ଲାଣ୍ଟରେ ଜଣେ ଇଞ୍ଜିନିୟର ଥିଲେ । ହାର୍ଟ ଆଟାକ୍‌ରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି ।

About The Author: The Sakala