୪୪ ଲକ୍ଷ ଟଙ୍କାରେ ସରପଞ୍ଚ ପଦ ନିଲାମ

ଭୋପାଳ: ମଧ୍ୟପ୍ରଦେଶର ଏକ ଗ୍ରାମରେ ସରପଞ୍ଚ ପଦ ନିଲାମ ହୋଇଛି । ଗ୍ରାମ ମୁଖୁଆ ଚୟନ କରିବା ପାଇଁ ଗ୍ରାମବାସୀ ନିର୍ବାଚନ ପରିବର୍ତ୍ତେ ସର୍ବସମ୍ମତି କ୍ରମେ ନିଲାମ ଡାକିଛନ୍ତି । ଏହା ଦ୍ବାରା ଆଶାୟୀଙ୍କ ଚିନ୍ତା ଦୂର ହେବ ବୋଲି ସେମାନେ କହିଛନ୍ତି। ଏହି ନିଲାମରେ ଅନେକ ଲୋକ ସାମିଲ ହୋଇଥିଲେ। କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ସର୍ବାଧିକ ୪୪ ଲକ୍ଷ ଟଙ୍କା ନିଲାମ ଡାକି ସୌଭାଗ୍ୟ ସିଂହ ଯାଦବ ସରପଞ୍ଚ ପଦ ପାଇଛନ୍ତି । କିନ୍ତୁ […]

ଭୋପାଳ: ମଧ୍ୟପ୍ରଦେଶର ଏକ ଗ୍ରାମରେ ସରପଞ୍ଚ ପଦ ନିଲାମ ହୋଇଛି । ଗ୍ରାମ ମୁଖୁଆ ଚୟନ କରିବା ପାଇଁ ଗ୍ରାମବାସୀ ନିର୍ବାଚନ ପରିବର୍ତ୍ତେ ସର୍ବସମ୍ମତି କ୍ରମେ ନିଲାମ ଡାକିଛନ୍ତି । ଏହା ଦ୍ବାରା ଆଶାୟୀଙ୍କ ଚିନ୍ତା ଦୂର ହେବ ବୋଲି ସେମାନେ କହିଛନ୍ତି। ଏହି ନିଲାମରେ ଅନେକ ଲୋକ ସାମିଲ ହୋଇଥିଲେ। କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ସର୍ବାଧିକ ୪୪ ଲକ୍ଷ ଟଙ୍କା ନିଲାମ ଡାକି ସୌଭାଗ୍ୟ ସିଂହ ଯାଦବ ସରପଞ୍ଚ ପଦ ପାଇଛନ୍ତି । କିନ୍ତୁ ଏହି ନିଷ୍ପତ୍ତିକୁ ଗ୍ରହଣ କରାଯିବ ନାହିଁ ଏବଂ ନିର୍ବାଚନ ହେବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଅଶୋକନଗର ଜିଲ୍ଲାର ଭାଦୁଲି ଗ୍ରାମ ପଞ୍ଚାୟତରେ ସରପଞ୍ଚ ପଦ ନିଲାମ ହୋଇଥିଲା। ଗ୍ରାମବାସୀଙ୍କ ଅନୁଯାୟୀ ଏହି ପ୍ରକ୍ରିୟା ଦ୍ବାରା ପ୍ରାର୍ଥୀଙ୍କୁ ଭୋଟ ପାଇଁ ମଦ ଏବଂ ଟଙ୍କା ଖର୍ଚ୍ଚା କରିବାକୁ ପଡିବ ନାହିଁ । ଏକ ମନ୍ଦିରରରେ ଏହି ନିଲାମ ଡାକରା ଆରମ୍ଭ ହୋଇଥିଲା। ସରପଞ୍ଚ ପଦ ପାଇଁ ସର୍ବନିମ୍ନ ୨୧ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏହା ୪୪ ଲକ୍ଷ ପର୍ଯ୍ୟନ୍ତ ଯାଇଥିଲା। ସୌଭାଗ୍ୟ ସିଂହ ଏହି ଅର୍ଥ ଦେବାରେ ବିଫଳ ହେଲେ ତାଙ୍କ ପୂର୍ବ ଲୋକକୁ ସୁଯୋଗ ଦିଆଯିବ।

About The Author: The Sakala