ମୋଦୀଙ୍କୁ ମମତାଙ୍କ କଟାକ୍ଷ; ବିକାଶ ନାହିଁ, କେବଳ ଦାଢ଼ି ବଢୁଛି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନେତାଙ୍କ ମଧ୍ୟରେ ବୟାନବାଜି ଜାରି ରହିଛି। ଆଜି ଠାରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ ଦାଢ଼ି ବଢ଼ାଇବାକୁ ଟାର୍ଗେଟ କରି କହିଛନ୍ତି ଯେ ଦେଶରେ ଶିଳ୍ପ ବିକାଶ ଠପ୍ ହୋଇଯାଇଛି। କିନ୍ତୁ ମୋଦୀ ଦାଢି […]

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନେତାଙ୍କ ମଧ୍ୟରେ ବୟାନବାଜି ଜାରି ରହିଛି। ଆଜି ଠାରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ ଦାଢ଼ି ବଢ଼ାଇବାକୁ ଟାର୍ଗେଟ କରି କହିଛନ୍ତି ଯେ ଦେଶରେ ଶିଳ୍ପ ବିକାଶ ଠପ୍ ହୋଇଯାଇଛି। କିନ୍ତୁ ମୋଦୀ ଦାଢି ବଢାଇବାରେ ଲାଗିଛନ୍ତି। ବେଳେବେଳେ ସେ ନିଜକୁ ସ୍ବାମୀ ବିବେକାନନ୍ଦ କହୁଛନ୍ତି ଏବଂ ଆଉ କେତେବେଳେ ଷ୍ଟାଡିୟମକୁ ନିଜ ନାମରେ ନାମିତ କରିଦେଉଛନ୍ତି। ତାଙ୍କ ମସ୍ତିଷ୍କରେ କିଛି ଗଡବଡ ଅଛି। ଲାଗୁଛି ତାଙ୍କ ମସ୍ତିଷ୍କର ସ୍କ୍ରୁ ଢିଲା ରହିଛି। ଏହା ସହିତ ମମତା ମୋଦୀଙ୍କୁ ଦଙ୍ଗାବାଜ କହିଛନ୍ତି। ସେ ଗୁଜରାଟ, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ଦଙ୍ଗା କରାଇଥିବା ଅଭିଯୋଗ କରିଛନ୍ତି।

About The Author: The Sakala