ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ କିଏ ବାଜି ମାରିବ, କାହା ହାତକୁ ଯିବ କ୍ଷମତା ? ଆରମ୍ଭ ହେଲା ଭୋଟ୍ ଗଣତି…

ନୂଆଦିଲ୍ଳୀ: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ କିଏ ବାଜି ମାରିବ, କାହା ହାତକୁ ଯିବ କ୍ଷମତା ? ଏହାର ଉତ୍ତର ଆଜି ଜଣାପଡ଼ିବ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି ଏବଂ ମଧ୍ୟାହ୍ନ ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି । ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ୍ କାଉଣ୍ଟିଂ ହୋଇଛି । ପରେ ଖୋଲିବ ଇଭିଏମ୍ । ଦୁଇ ମେଣ୍ଟ – ମହାୟୁତି ଏବଂ ମହା ବିକାଶ ଅଘାଡି ମଧ୍ୟରେ ହେଉଛି ଜୋରଦାର […]

ନୂଆଦିଲ୍ଳୀ: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ କିଏ ବାଜି ମାରିବ, କାହା ହାତକୁ ଯିବ କ୍ଷମତା ? ଏହାର ଉତ୍ତର ଆଜି ଜଣାପଡ଼ିବ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି ଏବଂ ମଧ୍ୟାହ୍ନ ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି । ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ୍ କାଉଣ୍ଟିଂ ହୋଇଛି । ପରେ ଖୋଲିବ ଇଭିଏମ୍ । ଦୁଇ ମେଣ୍ଟ – ମହାୟୁତି ଏବଂ ମହା ବିକାଶ ଅଘାଡି ମଧ୍ୟରେ ହେଉଛି ଜୋରଦାର ଟକ୍କର।

ତେବେ ଭୋଟ ଗଣତି ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ଲାଗି ଟଣାଓଟରା ଆରମ୍ଭ ହୋଇଗଲାଣି । ବିଶେଷ କରି ମହାରାଷ୍ଟ୍ରରେ ଏହାକୁ ନେଇ ବିଚିତ୍ର ପରିସ୍ଥିତି ଦେଖିବାକୁ ମିଳିଛି । ମହାରାଷ୍ଟ୍ରରେ ମୁଖ୍ୟ ମୁକାବିଲା କ୍ଷମାସୀନ ମେଣ୍ଟ ମହାୟୁତି ଏବଂ ବିରୋଧୀ ମେଣ୍ଟ ମହାବିକାଶ ଆଗାଡ଼ି ମଧ୍ୟରେ ହେଉଛି । ବିଜେପି, ଶିବସେନା ଏବଂ ଏନସିପିକୁ ନେଇ ମହାୟୁତି ଗଠନ ହୋଇଥିବା ବେଳେ କଂଗ୍ରେସ, ପାୱାରଙ୍କ ଏନସିପି ଏବଂ ଉଦ୍ଧବଙ୍କ ଶିବ ସେନାକୁ ନେଇ ମହାବିକାଶ ଆଗାଡ଼ି ଗଠିତ ହୋଇଛି ନିର୍ବାଚନରେ ଯେଉଁ ମେଣ୍ଟ ଜିତିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ବାଛିବା ଏତେ ସହଜ ହେବନାହିଁ । କାରଣ ସମସ୍ତ ୬ଟି ଦଳର ନେତା ମୁଖ୍ୟମନ୍ତ୍ରୀ ହେବାକୁ ଆଶାୟୀ ଅଛନ୍ତି ଏଭଳି ସ୍ଥିତିରେ ଏନ୍‌ସିପି ନେତା ଅଜିତ ପାୱାରଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ସେ କେବଳ କିଙ୍ଗ୍‌ ମେକର ନୁହେଁ, କିଙ୍ଗ୍‌ ମଧ୍ୟ ହୋଇପାରନ୍ତି ବୋଲି ତାଙ୍କ ଗୋଷ୍ଠୀ ପକ୍ଷରୁ କୁଯାଉଛି ।

୨୮୮ ସଭ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ୧୪୫ ଆସନ ଯେଉଁ ମେଣ୍ଟ ଜିତିବ, ସେହି ମେଣ୍ଟ ସରକାର ଗଠନ କରିବ । କ୍ଷମତାସୀନ ମହାୟୁତି ଜିତିଲେ ମୁଖ୍ୟମନ୍ତ୍ରୀ କିଏ ହେବ? ଏହାକୁ ନେଇ ରାଜ୍ୟ ରାଜନୀତି ଏବେଠାରୁ ସରଗରମ ହେଲାଣି ମେଣ୍ଟର ମୁଖ୍ୟ ଅଂଶୀଦାର ବିଜେପିର କିଛି ନେତା କହୁଛନ୍ତି ୌଯ ମେଣ୍ଟ ଜିତିଲେ ତାଙ୍କ ଦଳର ନେତା ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ । ମୁଖ୍ୟମନ୍ତ୍ରୀ ହେବାକୁ ଫଡନାଭିସଙ୍କର ବି ଇଚ୍ଛା ଅଛି । ହାଇକମାଣ୍ଡ ନିଷ୍ପତ୍ତି ନେବେ ବୋଲି ସେ କହୁଥିଲେ ମଧ୍ୟ ନିଜର ସମର୍ଥକଙ୍କୁ ଲଗାଇ ମୁଖ୍ୟମନ୍ତ୍ରୀ ପଦ ଲାଗି ହାଇକମାଣ୍ଡଙ୍କ ଉପରେ ଚାପ ପକାଉଛନ୍ତି ଫଡନାଭିସ । ସେହିଭଳି ଶିବ ସେନା ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ପଦ ଛାଡ଼ିବାକୁ ନାରାଜ । ତାଙ୍କ ସମର୍ଥକମାନେ ଯୁକ୍ତି କରୁଛନ୍ତି ଯେ ସିନ୍ଦେଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି ଏବଂ ତାହାରି ଆଧାରରେ ମେଣ୍ଟକୁ ସଂଖ୍ୟାଗରିଷ୍ଠତା ମିଳିବ । ସିନ୍ଦେଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ିଥିବାରୁ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ । ଅନ୍ୟପକ୍ଷରେ ଏନସିପି ମୁଖ୍ୟ ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ନେଇ ଭିନ୍ନ ଚର୍ଚ୍ଚା ଆରମ୍ଭ ହେଲାଣି ତାଙ୍କ ଦଳର ନେତା ଦାବି କରୁଛନ୍ତି ଯେ ଅଜିତଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ । ନୂଆ ସରକାର ଗଠନରେ ତାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବେ । ସେ ଯାହାକୁ ସମର୍ଥନ କରିବେ, ସେ ହିଁ ମୁଖ୍ୟମନ୍ତ୍ରୀ ହେବେ । କିନ୍ତୁ ବିଜେପି ଏବଂ ଶିବସେନା ମଧ୍ୟରେ େଯମିତି ଝଗଡ଼ା ଲାଗିଲାଣି, ସେଦୃଷ୍ଟିରୁ ସେହି ଦୁଇ ଦଳର ନେତା ମୁଖ୍ୟମନ୍ତ୍ରୀ ହେବା ଅସମ୍ଭବ । ତେଣୁ ଅଜିତଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରାଯିବା ଦରକାର । ଅଜିତଙ୍କୁ ମୁଖ୍ୟମନ୍ତ୍ରୀ କରାନଗଲେ ସେ ବିରୋଧୀ ମେଣ୍ଟ ମହାବିକାଶ ଆଗାଡ଼ିକୁ ସମର୍ଥନ କରି ମୁଖ୍ୟମନ୍ତ୍ରୀ ପଦ ଲାଗି ଦାବି କରିପାରନ୍ତି ।

ଅନ୍ୟପଟେ ବିରୋଧୀ ମେଣ୍ଟ ଜିତିଲେ ସମାନ୍ ସ୍ଥିତି ଦେଖାଯାଇପାରେ । କଂଗ୍ରେସ ନେତା ନାନା ପାଟୋଲେ କହିଛନ୍ତି, ତାଙ୍କ ଦଳକୁ ସବୁଠାରୁ ଅଧିକ ସଂଖ୍ୟକ ଆସନ ମିଳିବ ସେହି ହିସାବରେ ମୁଖ୍ୟମନ୍ତ୍ରୀ ପଦ ତାଙ୍କ ଦଳକୁ ମିଳିବ । ତେବେ ଏହାକୁ ବିରୋଧ କରିଛନ୍ତିି ସହଯୋଗୀ ଉଦ୍ଧବଙ୍କ ଶିବ ସେନା ନେତା ସଂଜୟ ରାଉତ । ସେ କହିଛନ୍ତି ଯେ ତାଙ୍କ ମେଣ୍ଟ ଜିତିବ ଏବଂ ଉଦ୍ଧବ ଠାକରେ ହିଁ ମୁଖ୍ୟମନ୍ତ୍ରୀ ହେବେ । କିନ୍ତୁ ଶରଦ ପାୱାର ଗୋଷ୍ଠୀ ନିରବତା ଅବଲମ୍ବନ କରିଛି । ଯଦିଓ କିଛି ନେତା ଶରଦଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଉଦ୍ୟମ ଚଳାଇଛନ୍ତି । ବିରୋଧୀ ମେଣ୍ଟକୁ ସଖ୍ୟାଗରିଷ୍ଠତା ନମିଳିଲେ ଅଜିତ ପାୱାରଙ୍କ ସହାୟତାରେ ସରକାର ଗଠନ କରିପାରେ । ବିଜେପି ତାଙ୍କୁ ମଖ୍ୟମନ୍ତ୍ରୀ ନକଲେ ଅଜିତ୍ ଶରଦ ପାୱାରଙ୍କ ପାଖକୁ ଫେରି ମୁଖ୍ୟମନ୍ତ୍ରୀ ହେବାକୁ ଉଦ୍ୟମ କରିପାରନ୍ତି । ଏଭଳି ପରିସ୍ଥିତିରେ ଅଜିତଙ୍କ ଦଳକୁ ଅତି କମ୍‌ରେ ୨୦ଟି ଆସନ ପାଇବା ଦରକାର । ତେଣୁ ତାଙ୍କ ଉପରେ ସମସ୍ତଙ୍କର ନଜର ରହିଛି ।

ସେହିଭଳି ୮୧ ସଭ୍ୟ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ କାଲି ଜଣାପଡ଼ିବ । କଂଗ୍ରେସ-ଜେଏମଏମ ମେଣ୍ଟ ଜିତିଲେ ହେମନ୍ତ ସୋରେନ ମୁଖ୍ୟମମନ୍ତ୍ରୀ ହୋଇରହିବେ ।କିନ୍ତୁ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନଥିବାରୁ ସମସ୍ତଙ୍କର ନଜର ହାଇକମାଣ୍ଡଙ୍କ ଉପରେ ରହିବ ।

About The Author: The Sakala