ମହଙ୍ଗା ପଡ଼ିଲା ବଟନ୍‌ ନ ଦେଇ କୋର୍ଟ ଆସିବା, ଓକିଲଙ୍କୁ ୬ ମାସ ଜେଲଦଣ୍ଡ ଶୁଣାଇଲା କୋର୍ଟ…

ଲକ୍ଷ୍ନୌ: ଉପଯୁକ୍ତ ପୋଷାକ ପିନ୍ଧି ଏବଂ ସାର୍ଟ ବଟନ୍‌ ନ ଦେଇ କୋର୍ଟକୁ ଆସିବା ସମ୍ବନ୍ଧିତ ଅବମାନନା ମାମଲାରେ ସ୍ଥାନୀୟ ଓକିଲ ଅଶୋକ ପାଣ୍ଡେଙ୍କୁ ଆହ୍ଲାବାଦ ହାଇକୋର୍ଟ ୬ ମାସ ଜେଲ୍‌ଦଣ୍ଡ ଶୁଣାଇଛନ୍ତି। ଏହା ସହିତ ୨ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି। ଏହି ରାଶି ନ ଦେଲେ ଆଉ ଗୋଟେ ମାସ ଜେଲ୍‌ଦଣ୍ଡ ଭୋଗିବେ ବୋଲି ହାଇକୋର୍ଟ କହିଛନ୍ତି। ଏହା ସହିତ ଲକ୍ଷ୍ନୌର ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଚାରି ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ […]

ଲକ୍ଷ୍ନୌ: ଉପଯୁକ୍ତ ପୋଷାକ ପିନ୍ଧି ଏବଂ ସାର୍ଟ ବଟନ୍‌ ନ ଦେଇ କୋର୍ଟକୁ ଆସିବା ସମ୍ବନ୍ଧିତ ଅବମାନନା ମାମଲାରେ ସ୍ଥାନୀୟ ଓକିଲ ଅଶୋକ ପାଣ୍ଡେଙ୍କୁ ଆହ୍ଲାବାଦ ହାଇକୋର୍ଟ ୬ ମାସ ଜେଲ୍‌ଦଣ୍ଡ ଶୁଣାଇଛନ୍ତି। ଏହା ସହିତ ୨ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି। ଏହି ରାଶି ନ ଦେଲେ ଆଉ ଗୋଟେ ମାସ ଜେଲ୍‌ଦଣ୍ଡ ଭୋଗିବେ ବୋଲି ହାଇକୋର୍ଟ କହିଛନ୍ତି। ଏହା ସହିତ ଲକ୍ଷ୍ନୌର ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଚାରି ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲା ୨୦୨୧ର। ଓକିଲଙ୍କ ବିରୋଧରେ ଲାଗିଥିବା ସଙ୍ଗୀନ ଅଭିଯୋଗ ଲାଗିଥିଲା। ସେ କୋର୍ଟରେ ଖରାପ ଆଚରଣ କରିଥିଲେ। କୋର୍ଟ କାର୍ଯ୍ୟରେ ସାମିଲ ହେବାକୁ ମଧ୍ୟ ମନା କରି ଦେଇଥିଲେ। ଜଷ୍ଟିସ ବିବେକ ଚୌଧୁରୀ ଏବଂ ବିଆର ସିଂହଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଗୁରୁବାର ଏହି ଦଣ୍ଡ ଘୋଷଣା କରିଥିଲେ। ମାମଲାର ଗୁରୁତ୍ବକୁ ଦେଖି ଓକିଲଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ ବୋଲି କୋର୍ଟ କହିଥିଲେ। ଏହା ସହିତ ଓକିଲ ପାଣ୍ଡେଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଥିଲେ। ଆହ୍ଲାବାଦ ହାଇକୋର୍ଟ ଏବଂ ଲକ୍ଷ୍ନୌ ଖଣ୍ଡପୀଠରେ ଆଇନ ଅଭ୍ୟାସ ପାଇଁ ତାଙ୍କୁ କାହିଁକି ନିଷିଦ୍ଧ କରାଯିବ ନାହିଁ ବୋଲି ଏଥିରେ ପଚରା ଯାଇଛି। ମେ’ ମାସ ସୁଦ୍ଧା ଏହା ଉପରେ ଜବାବ ଦେବାକୁ କୁହାଯାଇଛି। ୨୦୨୧ ଅଗଷ୍ଟ ୧୮ରେ ଓକିଲ ପାଣ୍ଡେ ଉଚିତ ପୋଷାକ ନ ପିନ୍ଧି କୋର୍ଟରେ ପହଞ୍ଚି ଥିଲେ। ସେ ସାର୍ଟ ବଟନ୍‌ ଦେଇ ନ ଥିଲେ। ଏହାକୁ ନେଇ ବିଚାରପତି ତାଙ୍କ ଉପରେ ପ୍ରଶ୍ନ ଉଠାଇ ଥିଲେ। କୋର୍ଟରୁ ବାହାରି ଯିବାକୁ କହିବାରୁ ଓକିଲ ବିଚାରପତିଙ୍କୁ ଖରାପ ବ୍ୟବହାର କରି ଗୁଣ୍ଡା କହିଥିଲେ। ପରେ କୋର୍ଟ ନିଜ ଆଡୁ ଅବମାନନା ମାମଲା ରୁଜୁ କରି ଓକିଲଙ୍କୁ ନୋଟିସ ଜାରି କରିଥିଲେ।

About The Author: The Sakala