ଗୋଖାଦ୍ୟ ଦୁର୍ନୀତି ମାମଲା: ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ

ନୂଆଦିଲ୍ଲୀ: ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ରାଞ୍ଚି CBI କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନା ଅନୁଯାୟୀ, ବିହାର ଗୋଖାଦ୍ୟ ଦୁର୍ନୀତି ସମ୍ପର୍କିତ ୧୩୯.୩୫ କୋଟି ଟଙ୍କା ବେଆଇନ ଉଠାଣ ମାମଲାରେ କୋର୍ଟ ମଙ୍ଗଳବାର ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।  ଡୋରଣ୍ଡା କୋଷାଗାର (ଟ୍ରେଜରୀ)ରୁ ଏହି ଟଙ୍କା ଉଠାଣ ହୋଇଥିଲା। ମାମଲାରେ କୋର୍ଟ ଲାଲୁଙ୍କ ସମେତ […]

ନୂଆଦିଲ୍ଲୀ: ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ରାଞ୍ଚି CBI କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ସୂଚନା ଅନୁଯାୟୀ, ବିହାର ଗୋଖାଦ୍ୟ ଦୁର୍ନୀତି ସମ୍ପର୍କିତ ୧୩୯.୩୫ କୋଟି ଟଙ୍କା ବେଆଇନ ଉଠାଣ ମାମଲାରେ କୋର୍ଟ ମଙ୍ଗଳବାର ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।  ଡୋରଣ୍ଡା କୋଷାଗାର (ଟ୍ରେଜରୀ)ରୁ ଏହି ଟଙ୍କା ଉଠାଣ ହୋଇଥିଲା। ମାମଲାରେ କୋର୍ଟ ଲାଲୁଙ୍କ ସମେତ ମୋଟ ୩୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ଉପଯୁକ୍ତ ସାକ୍ଷ ଓ ପ୍ରମାଣ ଅଭାବରୁ କୋର୍ଟ ୨୪ ଜଣଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟଯେ, ଏହି ଦୁର୍ନୀତି ପ୍ରକରଣରେ ଏପର୍ଯ୍ଯନ୍ତ ଲାଲୁଙ୍କ ସମେତ ମୋଟ ୭୫ ଜଣ ଦୋଷୀ ସାବ୍ୟସ୍ତ ହେଲେଣି। ବିହାର ଗୋଖାଦ୍ୟ ଦୁର୍ନୀତିର ଏହା ପଞ୍ଚମ ମାମଲା । ପୂର୍ବର ୪ ମାମଲାରେ ମଧ୍ୟ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

About The Author: The Sakala