ଜେଲରେ ଅଗ୍ନିକାଣ୍ଡ: ଜଳିଗଲେ ୪୧ କଏଦୀ, ୩୯ ଗୁରୁତର ଆହତ

ଜାକର୍ତ୍ତା: ବୁଧବାର ସକାଳେ ଇଣ୍ଡୋନେସିଆର ରାଜଧାନୀ ନିକଟ ଏକ କାରାଗାରରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ  ୪୧ ଜଣ ଅନ୍ତେବାସୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୯ ଜଣ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଅଧିକାରୀମାନେ ଅନୁସନ୍ଧାନ ଜାରି ରଖିଛନ୍ତି ବୋଲି ନ୍ୟାୟ ମନ୍ତ୍ରଣାଳୟର ସଂଶୋଧନ ବିଭାଗର ମୁଖପାତ୍ର କହିଛନ୍ତି। ସୂଚନା ଅନୁଯାୟୀ, ଜାକର୍ତା ନିକଟରେ ଥିବା ଟାଙ୍ଗରଙ୍ଗ ଜେଲର ‘ସି ବ୍ଲକ୍’ରେ ଏହି ଅଗ୍ନିକାଣ୍ଡ ହୋଇଛି। ନିଆଁ ଲାଗିବା ଦେଖି କଏଦୀମାନେ ଭୟଭୀତ ହୋଇପଡିଥିଲେ। ଜୀବନ […]

ଜାକର୍ତ୍ତା: ବୁଧବାର ସକାଳେ ଇଣ୍ଡୋନେସିଆର ରାଜଧାନୀ ନିକଟ ଏକ କାରାଗାରରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ  ୪୧ ଜଣ ଅନ୍ତେବାସୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୯ ଜଣ ଆହତ ହୋଇଛନ୍ତି।

ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଅଧିକାରୀମାନେ ଅନୁସନ୍ଧାନ ଜାରି ରଖିଛନ୍ତି ବୋଲି ନ୍ୟାୟ ମନ୍ତ୍ରଣାଳୟର ସଂଶୋଧନ ବିଭାଗର ମୁଖପାତ୍ର କହିଛନ୍ତି।

ସୂଚନା ଅନୁଯାୟୀ, ଜାକର୍ତା ନିକଟରେ ଥିବା ଟାଙ୍ଗରଙ୍ଗ ଜେଲର ‘ସି ବ୍ଲକ୍’ରେ ଏହି ଅଗ୍ନିକାଣ୍ଡ ହୋଇଛି। ନିଆଁ ଲାଗିବା ଦେଖି କଏଦୀମାନେ ଭୟଭୀତ ହୋଇପଡିଥିଲେ। ଜୀବନ ବଞ୍ଚାଇ ଏପଟ ସେପଟ ଦୌଡିଥିଲେ। କିନ୍ତୁ କ୍ଷିପ୍ରଗତିରେ ନିଆଁ ବ୍ୟାପିବା ଯୋଗୁଁ ୪୧ ଜଣ କଏଦୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଜେଲ୍‌ ୧୨୨୫ ଜଣ ଅନ୍ତେବାସୀଙ୍କୁ ରହିବା ପାଇଁ ତିଆରି ହୋଇଥିବା ବେଳେ ଏଠାରେ ୨୦୦୦ ରୁ ଅଧିକ କଏଦୀ ରହୁଥିଲେ। ଅଗ୍ନିକାଣ୍ଡ ସମୟରେ ଜେଲର ‘ସି ବ୍ଲକ୍’ରେ ୧୨୨ ଜଣ କଏଦୀ ଥିଲେ।

About The Author: The Sakala