ଡାଉନ ହେଲା IRCTC ର ୱେବସାଇଟ ଓ ଆପ୍‌: ଟିକଟ ସେବା ବାଧାପ୍ରାପ୍ତ, ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ: ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ର ସେବା ଠପ ହୋଇଯାଇଛି। ଆଇଆରସିଟିସିର ୱେବସାଇଟ୍ ଆଜି ସକାଳୁ କାମ କରିବା ବନ୍ଦ କରିଦେଇଛି। ଏଥିସହ IRCTC ର ଆପ୍ ମଧ୍ୟ ଡାଉନ ହେଇଛି। ଏହି ୱେବସାଇଟ ଖୋଲିଲେ ମେଣ୍ଟେନାନ୍ସ ପାଇଁ ସାଇଟର ସେବା ବନ୍ଦ ରହିଥିବା ଲେଖା ଆସୁଛି। ଫଲରେ ଇ-ଟିକଟ୍ ସେବା ମଧ୍ୟ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି। ତେବେ ଟିକେ ବାତିଲ୍ ଓ  TDR ଫାଇଲ୍ ପାଇଁ  ଫୋନ ନମ୍ବର […]

ନୂଆଦିଲ୍ଲୀ: ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ର ସେବା ଠପ ହୋଇଯାଇଛି। ଆଇଆରସିଟିସିର ୱେବସାଇଟ୍ ଆଜି ସକାଳୁ କାମ କରିବା ବନ୍ଦ କରିଦେଇଛି। ଏଥିସହ IRCTC ର ଆପ୍ ମଧ୍ୟ ଡାଉନ ହେଇଛି। ଏହି ୱେବସାଇଟ ଖୋଲିଲେ ମେଣ୍ଟେନାନ୍ସ ପାଇଁ ସାଇଟର ସେବା ବନ୍ଦ ରହିଥିବା ଲେଖା ଆସୁଛି। ଫଲରେ ଇ-ଟିକଟ୍ ସେବା ମଧ୍ୟ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି।

ତେବେ ଟିକେ ବାତିଲ୍ ଓ  TDR ଫାଇଲ୍ ପାଇଁ  ଫୋନ ନମ୍ବର ଓ ଇମେଲ ଜାରି କରାଯାଇଛି। 14646, 0755-6610661  ଓ 0755-4090600 ନମ୍ବରକୁ କଲ କରି ଯାତ୍ରୀମାନେ ସେମାନଙ୍କର ଅଭିଯୋଗ ଜଣାଇପାରିବେ। ଏତଦ ବ୍ୟତୀତ etickets@irctc.co.in ରେ ମେଲ କରି ମଧ୍ୟ ଅଭିଯୋଗ କରି ପାରିବେ।

ଖବର ଅନୁଯାୟୀ, ଏହା ପୂର୍ବରୁ ମେ ୬ରେ ମଧ୍ୟ IRCTC ର ସେବା ସକାଳ ପ୍ରାୟ ୧୦ ଟା ସମୟରେ ଠପ ହୋଇଯାଇଥିଲା।  ଉପଭୋକ୍ତାମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ​​।

About The Author: The Sakala