ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ସାମରିକ ଉତ୍ତେଜନା ମଧ୍ୟରେ ତେହେରାନ ଏକ ବଡ଼ ଘୋଷଣା କରିଛି। ଇରାନୀ ସେନା ଇସ୍ରାଏଲ ବିରୋଧରେ ନିଜର ସାମରିକ ଅଭିଯାନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଏଥିସହ ଲେବାନନ ସମର୍ଥନରେ ଏକ 'ଯନ୍ତ୍ରଣାଦାୟକ ଜବାବ' ଦେଇଛି ବୋଲି ଦାବି କରିଛି।
ଇରାନର କଡ଼ା ଚେତାବନୀ
ଅଭିଯାନ ସ୍ଥଗିତ ରଖିବା ସହିତ ଇରାନ ପକ୍ଷରୁ ଏକ କଡ଼ା ଚେତାବନୀ ମଧ୍ୟ ଦିଆଯାଇଛି। ଯଦି ଇସ୍ରାଏଲ ପୁଣିଥରେ ଆକ୍ରମଣ ଆରମ୍ଭ କରେ, ତେବେ ଏହାର ପ୍ରତିକ୍ରିୟା ପୂର୍ବ ଅପେକ୍ଷା ବହୁତ କଠୋର ଏବଂ ଭୟାନକ ହେବ ବୋଲି ଇରାନ ସ୍ପଷ୍ଟ କରିଦିଆଯାଇଛି।
ମଧ୍ୟପ୍ରାଚ୍ୟରେ ସାମୟିକ ଶାନ୍ତିର ଆଶା
ଗତ କିଛି ଦିନ ହେବ ମଧ୍ୟପ୍ରାଚ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିଲା। ଉଭୟ ଦେଶ ମଧ୍ୟରେ କ୍ରମାଗତ ଭାବେ ଆକ୍ରମଣ ଓ ପ୍ରତ୍ୟାକ୍ରମଣ ଚାଲିଥିଲା। ତେବେ ଇରାନର ଏହି ଘୋଷଣା ପରେ ସାମୟିକ ଭାବେ ଉତ୍ତେଜନା କମିବା ନେଇ ଆଶା କରାଯାଉଛି। ତଥାପି ବର୍ତ୍ତମାନର ପରିସ୍ଥିତି ଉପରେ ଆନ୍ତର୍ଜାତୀୟ ସମୁଦାୟ ତୀକ୍ଷ୍ଣ ନଜର ରଖିଛନ୍ତି।