ଇଣ୍ଡିଗୋ ବିମାନରେ ବୋମା ଆତଙ୍କ, ମିଳିଲା ଧମକପୂର୍ଣ୍ଣ ଚିଠି

ନୂଆଦିଲ୍ଲୀ: ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଆତଙ୍କ। ଫ୍ଲାଇଟର କ୍ରୁ ମେମ୍ବରଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା । ବୋମା ଧମକ ମିଳିବା ପରେ ଅଧିକାରୀମାନେ  ବିମାନରେ  ଯାଞ୍ଚ ଆରମ୍ଭ କରିଥିଲେ। ପ୍ରଥମେ ଇଣ୍ଡିଗୋ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା । ପରବର୍ତ୍ତୀ ସମୟରେ ବିମାନରେ ଛାନଭିନ୍ନ କରାଯାଇଥିଲା। ତେବେ ଇଣ୍ଡିଗୋକୁ ଏଭଳି ଧମକ ଦିଆଯିବା ପ୍ରଥମ ଘଟଣା ନୁହେଁ। ରିପୋର୍ଟ ଅନୁସାରେ, ଶନିବାର ସକାଳ ପ୍ରାୟ […]

ନୂଆଦିଲ୍ଲୀ: ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଆତଙ୍କ। ଫ୍ଲାଇଟର କ୍ରୁ ମେମ୍ବରଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା । ବୋମା ଧମକ ମିଳିବା ପରେ ଅଧିକାରୀମାନେ  ବିମାନରେ  ଯାଞ୍ଚ ଆରମ୍ଭ କରିଥିଲେ। ପ୍ରଥମେ ଇଣ୍ଡିଗୋ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା । ପରବର୍ତ୍ତୀ ସମୟରେ ବିମାନରେ ଛାନଭିନ୍ନ କରାଯାଇଥିଲା। ତେବେ ଇଣ୍ଡିଗୋକୁ ଏଭଳି ଧମକ ଦିଆଯିବା ପ୍ରଥମ ଘଟଣା ନୁହେଁ।

ରିପୋର୍ଟ ଅନୁସାରେ, ଶନିବାର ସକାଳ ପ୍ରାୟ ୮ଟା ୪୦ମି. ଧମକ ପୂର୍ଣ୍ଣ ଚିଠି ମିଳିବା ପରେ ମୁମ୍ବାଇ ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ତେବେ ଇଣ୍ଡିଗୋର ଏହି ଫ୍ଲାଇଟକୁ ଏୟାରପୋର୍ଟରେ ଆଇସୋଲେଟ୍ କରି ରଖାଯାଇଛି।

About The Author: The Sakala