ନୂଆଦିଲ୍ଲୀ : ମଙ୍ଗଳବାର ଦିନ ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଦୋହଲାଇ ଦେଇଛି। ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି କାପୁରୁଷୋଚିତ ଆକ୍ରମଣରେ ୧୭ ଜଣ ଆହତ ମଧ୍ୟ ହୋଇଛନ୍ତି। ଏହି ଆକ୍ରମଣର ଶିକାର ହୋଇଥିବା ଅଧିକାଂଶ ପର୍ଯ୍ୟଟକ ଥିଲେ ଯେଉଁମାନେ ନିଜ ପରିବାର ସହିତ ‘ମିନି ସ୍ୱିଜରଲ୍ୟାଣ୍ଡ’ ନାମରେ ଜଣାଶୁଣା ବୈସରନ ଉପତ୍ୟକା ପରିଦର୍ଶନ କରିବାକୁ ଆସିଥିଲେ।
ଆତଙ୍କବାଦୀମାନେ ବାଛି ବାଛି ପର୍ଯ୍ୟଟକମାନଙ୍କୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣ ଯୋଗୁଁ ସାରା ଦେଶରେ କ୍ରୋଧ ରହିଛି। ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଜମ୍ମୁ-କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ କ୍ରୋଧର ବାତାବରଣ ରହିଛି। ସମସ୍ତେ ଆତଙ୍କବାଦୀଙ୍କ ବିରୋଧରେ କଠୋର ଅଭିଯାନ ଆରମ୍ଭ କରିବାକୁ ଦାବି କରୁଛନ୍ତି।
ଆଉ ଏହାରି ମଧ୍ୟରେ ଭାରତ ପାକିସ୍ତାନ ଉପରେ ‘କୂଟନୈତିକ’ ଷ୍ଟ୍ରାଇକ୍ କରିଛି। ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ସିନ୍ଧୁ ନଦୀ ଜଳ ଚୁକ୍ତିନାମାକୁ ଭାରତ ବନ୍ଦ କରିଦେଇଛି। ଅଟାରୀ ଓ ୱାଘା ସୀମାକୁ ମଧ୍ୟ ବନ୍ଦ କରିଦିଆଯାଇଛି। ଏହା ସହିତ, ପାକିସ୍ତାନୀ ନାଗରିକମାନଙ୍କୁ ୪୮ଘଣ୍ଟା ମଧ୍ୟରେ ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ପାକିସ୍ତାନୀ ନାଗରିକଙ୍କ ଭିସା ବନ୍ଦ କରାଯାଇଛି। ଏହା ବ୍ୟତୀତ ପାକିସ୍ତାନରେ ଥିବା ଭାରତୀୟ ଦୂତାବାସକୁ ମଧ୍ୟ ବନ୍ଦ କରିଦିଆଯାଇଛି ଏବଂ ପାକିସ୍ତାନୀ କୂଟନୀତିଜ୍ଞମାନଙ୍କୁ ଭାରତ ଛାଡିବାକୁ କୁହାଯାଇଛି।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ପ୍ରସଙ୍ଗରେ ଅଧିକାରୀଙ୍କ ସହ ନିରନ୍ତର ବୈଠକ କରୁଛନ୍ତି। ସେହି ସମୟରେ, ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ CCS ବୈଠକ ପରେ, ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା। ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ‘ସିନ୍ଧୁ ନଦୀ ଜଳ ଚୁକ୍ତିନାମା ରଦ୍ଧ ହୋଇଛି।’ ଅଟାରୀ ସୀମାକୁ ବନ୍ଦ କରିଦିଆଯାଇଛି। ବୈଦେଶିକ ସଚିବ ବିକ୍ରମ ମିଶ୍ର କହିଛନ୍ତି, ‘ସିସିଏସ୍ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି।’ ବିଶ୍ୱର ଅନେକ ଦେଶ ଏହି ଆକ୍ରମଣକୁ ସମର୍ଥନ ଏବଂ ଦୃଢ଼ ନିନ୍ଦା କରିଛନ୍ତି। ବୈଠକରେ ଅନେକ ନିଷ୍ପତ୍ତି ନିଆଯାଇଛି। ପାକିସ୍ତାନୀମାନଙ୍କ ଭିସା ବାତିଲ କରାଯାଇଛି। ସିନ୍ଧୁ ଜଳ ଚୁକ୍ତିନାମା ବନ୍ଦ ହୋଇଯାଇଛି।
ଏହା ସହିତ, ସାର୍କ ଭିସା ଛାଡ଼ ଯୋଜନା ଅନୁଯାୟୀ ପାକିସ୍ତାନୀ ନାଗରିକମାନଙ୍କୁ ଭାରତ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ। ଅତୀତରେ ପାକିସ୍ତାନୀ ନାଗରିକଙ୍କୁ ଦିଆଯାଇଥିବା ଯେକୌଣସି SPES ଭିସାକୁ ବାତିଲ ବୋଲି ବିବେଚନା କରାଯିବ। SPES ଭିସା ଅଧୀନରେ ଭାରତରେ ଥିବା ଯେକୌଣସି ପାକିସ୍ତାନୀ ନାଗରିକଙ୍କ ପାଖରେ ଭାରତ ଛାଡିବା ପାଇଁ ୪୮ ଘଣ୍ଟା ସମୟ ଅଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଉଚ୍ଚାୟୋଗର ପ୍ରତିରକ୍ଷା, ସାମରିକ, ନୌସେନା ଏବଂ ବାୟୁ ପରାମର୍ଶଦାତାମାନଙ୍କୁ ବ୍ୟକ୍ତିଗତ ଭାବରେ Persona Non Grata ଘୋଷଣା କରାଯାଇଛି। ଭାରତ ଛାଡିବା ପାଇଁ ତାଙ୍କ ପାଖରେ ଗୋଟିଏ ସପ୍ତାହ ସମୟ ଅଛି।