ପହଲ୍‌ଗାମ୍ ପ୍ରତିଶୋଧ : ଚେନାବ ପାଣି ରୋକିଲା ଭାରତ, ଆଗକୁ ବନ୍ଦହେବ ଝେଲମ୍‌ ଜଳ

ନୂଆଦିଲ୍ଲୀ : ପହଲଗାମ୍ ଆତଙ୍କୀ ହମଲାକୁ ନେଇ ଭାରତ ପାକିସ୍ତାନ ବିରୋଧରେ ପ୍ରତିଶୋଧ ନେବା ଲକ୍ଷ୍ୟରେ ଜଳଯୁଦ୍ଧକୁ ତୀବ୍ର କରିଛି। ପାକିସ୍ତାନ ବିରୋଧରେ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଭାରତରୁ ପାକିସ୍ତାନକୁ ପ୍ରବାହିତ ହେଉଥିବା ବିଭିନ୍ନ ନଦୀ ଜଳକୁ ବନ୍ଦ କରି ଭାରତ ପାକିସ୍ତାନକୁ ଉଚିତ ଶିକ୍ଷା ଦେବାକୁ ଉଚିତ ମଣିଛି। ପୂର୍ବରୁ ଭାରତ ସରକାର ସିନ୍ଧୁ ନଦୀ ଜଳ ଚୁକ୍ତିନାମା ରଦ୍ଦ କରି ଏହି ନଦୀ ଜଳ ବନ୍ଦ କରିବାକୁ ଘୋଷଣା କରିଥିଲା […]

ନୂଆଦିଲ୍ଲୀ : ପହଲଗାମ୍ ଆତଙ୍କୀ ହମଲାକୁ ନେଇ ଭାରତ ପାକିସ୍ତାନ ବିରୋଧରେ ପ୍ରତିଶୋଧ ନେବା ଲକ୍ଷ୍ୟରେ ଜଳଯୁଦ୍ଧକୁ ତୀବ୍ର କରିଛି। ପାକିସ୍ତାନ ବିରୋଧରେ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଭାରତରୁ ପାକିସ୍ତାନକୁ ପ୍ରବାହିତ ହେଉଥିବା ବିଭିନ୍ନ ନଦୀ ଜଳକୁ ବନ୍ଦ କରି ଭାରତ ପାକିସ୍ତାନକୁ ଉଚିତ ଶିକ୍ଷା ଦେବାକୁ ଉଚିତ ମଣିଛି।

ପୂର୍ବରୁ ଭାରତ ସରକାର ସିନ୍ଧୁ ନଦୀ ଜଳ ଚୁକ୍ତିନାମା ରଦ୍ଦ କରି ଏହି ନଦୀ ଜଳ ବନ୍ଦ କରିବାକୁ ଘୋଷଣା କରିଥିଲା ବେଳେ ରବିବାର ଚେନାବ ଜଳ ବନ୍ଦ କରି ଦେଇଛନ୍ତି। ଜମ୍ମୁର ରାମବାନ ଠାରେ ଚେନାବ ନଦୀ ଉପରେ ବାଗଲିହାର ଡ୍ୟାମ୍‌ରୁ ପାକିସ୍ତାନକୁ ପାଣି ବନ୍ଦ କରି ଦିଆଯାଇଛି। ଭାରତ ଏହି ଡ୍ୟାମ୍ ପ୍ରତିଷ୍ଠା କରିବା ପରେ ପାକିସ୍ତାନକୁ ଚେନାବ ନଦୀ ଜଳ ପ୍ରବାହକୁ ନେଇ ବିବାଦ ଉଠିବା ସହିତ ପାକିସ୍ତାନ ବହୁବାର ବିଶ୍ବବ୍ୟାଙ୍କର ଦ୍ବାରସ୍ଥ ହୋଇଥିଲା। କାରଣ ନଦୀ ଜଳ ପ୍ରବାହ ସମ୍ପର୍କିତ ସମସ୍ତ ତଥ୍ୟ ଦେବା ଭାରତ ଉପରେ ନିର୍ଭର କରୁଥିଲା। ଚେନାବ ନଦୀ ବ୍ୟତୀତ ଭାରତ ଆଗକୁ ଝେଲମ୍ ନଦୀ ଜଳ ବନ୍ଦ କରିବାକୁ ଯୋଜନା ପ୍ରସ୍ତୁତ କରିସାରିଥିବା କୁହାଯାଇଛି।

ଉତ୍ତର କଶ୍ମୀରରେ କିଶନଗଙ୍ଗା ଡ୍ୟାମ୍ ଦେଇ ଝେଲମ ନଦୀ ପାକିସ୍ତାନକୁ ପ୍ରବାହିତ ହେଉଥିଲା ବେଳେ ଏହି ଡ୍ୟାମ୍‌ରୁ ଆଗକୁ ପାଣି ବନ୍ଦ କରାଯିବ ବୋଲି କୁହାଯାଇଛି। ଉଭୟ ଡ୍ୟାମ୍‌ରେ  ଭାରତର ଦୁଇଟି ଜଳବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟ କରୁଥିବାରୁ ଏହି ଦୁଇ ନଦୀ ଜଳ ନିୟନ୍ତ୍ରଣ କରିବା କ୍ଷମତା ଭାରତ ନିକଟରେ ରହିଛି। ତେବେ ଭାରତର ଏହି ପଦକ୍ଷେପକୁ ନେଇ ପାକିସ୍ତାନ ବିବ୍ରତ ହୋଇପଡ଼ିଥିଲା ବେଳେ ଭାରତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧମକ ଦେଇଛି।

About The Author: The Sakala