ନୂଆଦିଲ୍ଲୀ: ବିଶ୍ବର ଶ୍ରେଷ୍ଠ ଏବଂ ଶକ୍ତିଶାଳୀ ୧୦ ସେନା ମଧ୍ୟରେ ଭାରତୀୟ ସେନା ଚତୁର୍ଥ ସ୍ଥାନରେ ରହିଛି। ଗ୍ଲୋବାଲ ଫାୟାର ପାୱାର- ୨୦୨୫ର ସାମରିକ ଶକ୍ତି ତାଲିକା ଜାରି କରାଯିବା ପରେ ସାଂପ୍ରତିକ ସ୍ଥିତିରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ୧୦ ଦେଶର ସେନାଙ୍କ ସୂଚୀ ସାମ୍ନାକୁ ଆସିଛି। ଏହି ତାଲିକାରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ସ୍ଥାନରେ ରହିଛି। ଆମେରିକାର ୨,୧୨୭,୫୦୦ ସୁପ୍ରଶିକ୍ଷିତ ସୈନ୍ୟ ରହିଥିବା ବେଳେ ୧୩,୦୪୩ଟି ସେନା ବିମାନ , ୧୭୯୦ଟି ଲଢୁଆ ବିମାନ ଓ ୪,୬୪୦ଟି ଟ୍ୟାଙ୍କ ଅଛି। ଏହା ପଛକୁ ଋଷିଆ ୦.୦୭୮୮ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛି। ଋଷିଆ ନିକଟରେ ୩,୫,୭୦,୦୦୦ସେନା କର୍ମଚାରୀ ଥିବା ବେଳେ ୪,୨୯୨ଟି ଯୁଦ୍ଧ ବିମାନ, ୫,୭୫୦ଟି ଟ୍ୟାଙ୍କ ରହିଛି। ଆମେରିକା ସେବା ସବୁ ଦୃଷ୍ଟିରୁ ଶକ୍ତିଶାଳୀ ରହିଥÒଲେ ମଧ୍ୟ ରୁଷିଆ ସାମରିକ ଶକ୍ତି ମଧ୍ୟ କିଛି କମ୍ ନୁହେଁ ଏବଂ ଏହାକୁ ବୈଶ୍ବିକ ସ୍ତରରେ ସ୍ୱୀକାର କରାଯାଇଛି। ରୁଷିଆ ପଛକୁ ଚୀନ ୦.୦୭୮୮ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି। ଚୀନର ୩,୧୭୦,୦୦୦ ସାମରିକ କର୍ମଚାରୀ ଥିବା ବେଳେ ୩,୩୦୯ଟି ଯୁଦ୍ଧବିମାନ ଓ ୬,୮୦୦ଟି ଟ୍ୟାଙ୍କ ଅଛି। ଏହିକ୍ରମରେ ଭାରତକୁ ୦.୧୧୮୪ ପଏଣ୍ଟ ମିଳିବା ସହିତ ଏହା ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଭାରତର ସୈନ୍ୟ ସଂଖ୍ୟା ୧୪ ଲକ୍ଷ ୫୫ ହଜାର୫୫୦ ରହିଥିବା ବେଳେ ୨,୨୨୯ଟି ସାମରିକ ବିମାନ ରହିଛି। ଏଥିମଧ୍ୟରୁ ୫୧୩ ଯୁଦ୍ଧ ବିମାନ ଏବଂ ୧୧୩ଟି ସମର୍ପିତ ବିମାନ ରହିଛି। ଭାରତ ନିଗଯରେ ୪,୨୦୧ଟି ଟ୍ୟାଙ୍କ ଅଛି। ଭାରତ ପଛକୁ ଦକ୍ଷିଣ କୋରିଆକୁ ୦.୧୬୫୬ ପଏଣ୍ଟ ମିଳିଥିବା ବେଳେ ଭାରତ ପଛକୁ ପଞ୍ଚମ ସ୍ଥାନରେ ରହିଛି। ଦକ୍ଷିଣ କୋରିଆର ୩,୮୨୦,୦୦୦ସେନା କର୍ମଚାରୀ ଅଛନ୍ତି। ୧,୫୯୨ଟି ଯୁଦ୍ଧ ବିମାନ ଥିବା ବେଳେ ୨,୨୩୬ଟି ଟ୍ୟାଙ୍କ ଅଛି। ଦକ୍ଷିଣ କୋରିଆ ବିଶ୍ୱର ୫ମ ବୃହତ୍ତ ସାମରିକ ଶକ୍ତି ଭାବେ ତାଲିକାରେ ସ୍ଥାନ ପାଇଛି।
ବିଶ୍ବର ୧୦ ଶକ୍ତିଶାଳୀ ସେନା ମଧ୍ୟରେ ଭାରତର ସ୍ଥାନ ୪…
ନୂଆଦିଲ୍ଲୀ: ବିଶ୍ବର ଶ୍ରେଷ୍ଠ ଏବଂ ଶକ୍ତିଶାଳୀ ୧୦ ସେନା ମଧ୍ୟରେ ଭାରତୀୟ ସେନା ଚତୁର୍ଥ ସ୍ଥାନରେ ରହିଛି। ଗ୍ଲୋବାଲ ଫାୟାର ପାୱାର- ୨୦୨୫ର ସାମରିକ ଶକ୍ତି ତାଲିକା ଜାରି କରାଯିବା ପରେ ସାଂପ୍ରତିକ ସ୍ଥିତିରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ୧୦ ଦେଶର ସେନାଙ୍କ ସୂଚୀ ସାମ୍ନାକୁ ଆସିଛି। ଏହି ତାଲିକାରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ସ୍ଥାନରେ ରହିଛି। ଆମେରିକାର ୨,୧୨୭,୫୦୦ ସୁପ୍ରଶିକ୍ଷିତ ସୈନ୍ୟ ରହିଥିବା ବେଳେ ୧୩,୦୪୩ଟି ସେନା ବିମାନ , ୧୭୯୦ଟି ଲଢୁଆ ବିମାନ ଓ […]