ଲଞ୍ଚ ହେଲା ଦେଶର ପ୍ରଥମ ନାଜାଲ୍‌ ଭ୍ୟାକସିନ୍‌

ନୂଆଦିଲ୍ଲୀ: ଦେଶର ପ୍ରଥମ କୋଭିଡ୍‌ ନାଜାଲ୍‌ ଭ୍ୟାକସିନ୍‌କୁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡାବ୍ୟ ଲଞ୍ଚ କରିଛନ୍ତି। ଇନକୋଭାକ ନାମକ ଏହି କୋଭିଡ୍‌ ଟିକାକୁ ନାକରେ ସ୍ପ୍ରେ କରି ନେଇହେବ। ଏହା ମଧ୍ୟ ବୁଷ୍ଟର ଡୋଜ୍‌ ଭାବେ କାମ କରିବ। ସରକାରୀ ଡାକ୍ତର ଖାନାରେ ଏହି ଟିକାକୁ ୩୨୫ ଟଙ୍କା ଏବଂ ବେସରକାରୀ ଡାକ୍ତରଖାନାରେ ୮୦୦ ଟଙ୍କା ଦେଇ ନେଇ ହେବ। ଏବେ ଏହି ଟିକାକୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଦେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୱମନ୍ତ୍ରାଳୟ […]

ନୂଆଦିଲ୍ଲୀ: ଦେଶର ପ୍ରଥମ କୋଭିଡ୍‌ ନାଜାଲ୍‌ ଭ୍ୟାକସିନ୍‌କୁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡାବ୍ୟ ଲଞ୍ଚ କରିଛନ୍ତି। ଇନକୋଭାକ ନାମକ ଏହି କୋଭିଡ୍‌ ଟିକାକୁ ନାକରେ ସ୍ପ୍ରେ କରି ନେଇହେବ। ଏହା ମଧ୍ୟ ବୁଷ୍ଟର ଡୋଜ୍‌ ଭାବେ କାମ କରିବ। ସରକାରୀ ଡାକ୍ତର ଖାନାରେ ଏହି ଟିକାକୁ ୩୨୫ ଟଙ୍କା ଏବଂ ବେସରକାରୀ ଡାକ୍ତରଖାନାରେ ୮୦୦ ଟଙ୍କା ଦେଇ ନେଇ ହେବ। ଏବେ ଏହି ଟିକାକୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଦେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୱମନ୍ତ୍ରାଳୟ ପରାମର୍ଶ ଦେଇଛନ୍ତି।

About The Author: The Sakala