ଭାରତରେ ଓମିକ୍ରନ ସଂକ୍ରମଣ ଲକ୍ଷଣବିହୀନ

ନୂଆଦିଲ୍ଲୀ: କରୋନା ଭୂତାଣୁର ନୂଆ ଭରିଆଣ୍ଟ ଓମିକ୍ରନକୁ ନେଇ ଏବେ ସାରା ବିଶ୍ବରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଭାରତରେ ମଧ୍ୟ ଏହି ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତକାଲି ସୁଦ୍ଧା ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଛୁଇଁଛି। ଏହି ଭାରିଆଣ୍ଟ ଭାରତରେ ତୃତୀୟ ଲହର ଆଣିପାରେ ବୋଲି କେତେକ ମହଲରେ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଏହାର ପ୍ରଭାବ ସମ୍ପର୍କରେ ଏବେ ଭାରତରେ ଅନୁଧ୍ୟାନ ଚାଲିଥିବା ବେଳେ ଏହା […]

ନୂଆଦିଲ୍ଲୀ: କରୋନା ଭୂତାଣୁର ନୂଆ ଭରିଆଣ୍ଟ ଓମିକ୍ରନକୁ ନେଇ ଏବେ ସାରା ବିଶ୍ବରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଭାରତରେ ମଧ୍ୟ ଏହି ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତକାଲି ସୁଦ୍ଧା ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଛୁଇଁଛି। ଏହି ଭାରିଆଣ୍ଟ ଭାରତରେ ତୃତୀୟ ଲହର ଆଣିପାରେ ବୋଲି କେତେକ ମହଲରେ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଏହାର ପ୍ରଭାବ ସମ୍ପର୍କରେ ଏବେ ଭାରତରେ ଅନୁଧ୍ୟାନ ଚାଲିଥିବା ବେଳେ ଏହା ଡେଲଟା ଭାରିଆଣ୍ଟ ତୁଳନାରେ କମ୍‌ ଲକ୍ଷଣଯୁକ୍ତ ବୋଲି ଏ ସମ୍ପର୍କରେ ଅନୁଧ୍ୟାନ କରିଥିବା ଏକ ବିଶେଷଜ୍ଞ ଦଳ କହିଛନ୍ତି। ତେଣୁ ସଂକ୍ରମଣ ଦୃଷ୍ଟିରୁ ଡେଲଟା ଭାରିଆଣ୍ଟ ତୁଳନାରେ ଭାରତରେ ଏହାର ପ୍ରଭାବ କମ ରହିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ତେବେ ଏହା ପଛରେ ଦୁଇଟି କାରଣ ଥାଇପାରେ ବୋଲି ସେମାନେ କହିଛନ୍ତି। ପ୍ରଥମତଃ ଏହି ନୂଆ ଭାରିଆଣ୍ଟର ପ୍ରଭାବ କମ୍‌ ଥାଇପାରେ ବୋଲି କୁହାଯାଇଥିବା ବେଳେ ଭାରତରେ ପର୍ଯ୍ୟାପ୍ତ ଟିକାକରଣ ଦ୍ବିତୀୟ କାରଣ ହୋଇପାରେ ବୋଲି କୁହାଯାଇଛି। ଟିକାକରଣକୁ ନେଇ ଏବେ ସହର ଠାରୁ ଭାରତର ଗ୍ରାମାଞ୍ଚଳ ଯାଏଁ ଲୋକଙ୍କ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ରହିଛି। ତେଣୁ ଏହି ଭାରିଆଣ୍ଟ ଦ୍ବାରା କମ୍‌ ପ୍ରଭାବ ପଡ଼ିପାରେ ବୋଲି ଏହି ବିଶେଷଜ୍ଞ ଦଳ କହିଛନ୍ତି। ବର୍ତ୍ତମାନ ଭାରତରେ ହାରାହାରି ଭାବେ ଲୋକଙ୍କ ପ୍ରତିଷେଧକ ଶକ୍ତି ହାର ୭୦ ରୁ ୮୦ ପ୍ରତିଶତ ରହିଛି। ଏପରିକି ବଡ଼ ବଡ଼ ସହରରେ ଏହି ହାର ୯୦ ପ୍ରତିଶତ ରହିଛି। ତେଣୁ କେହି ଓମିକ୍ରନ ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତ ହେଲେ ମଧ୍ୟ ଏଥିପାଇଁ ଲକ୍ଷଣ ପ୍ରକାଶ ପାଇବା କ୍ବଚିତ ବୋଲି କୁହାଯାଇଛି।

About The Author: The Sakala