ଆଇଆଇଟି ବାବାଙ୍କୁ ଅଟକ ରଖିଲା ପୁଲିସ, ସୋସିଆଲ ମିଡିଆରେ ଦେଇଥିଲେ ଜୀବନ ହାରିବାର ଧମକ

ଜୟପୁର:ଆଇଆଇଟି ବାବାଙ୍କୁ ଅଟକ ରଖିଲା ପୁଲିସ । ସୋସିଆଲ ମିଡିଆରେ ଆଇଆଇଟି ବାବା ଭାବରେ ପ୍ରସିଦ୍ଧ ଅଭୟ ସିଂହଙ୍କୁ ଜୟପୁରରେ ପୁଲିସ ଅଟକ ରଖିଛି। ଅଭୟ ସିଂହ ସୋସିଆଲ ମିଡିଆରେ ଆତ୍ମହତ୍ୟା ଧମକ ଦେଇଥିଲେ, ଯାହା ପରେ ଶିପ୍ରା ପଥ ପୁଲିସ, ରିଦ୍ଧି ସିଦ୍ଧି ପାର୍କରେ ଥିବା କ୍ଲାସିକ୍ ହୋଟେଲରେ ପହଞ୍ଚି ଆଇଆଇଟି ବାବାଙ୍କୁ ହେପାଜତକୁ ନେଇଛି। ସୂଚନା ଅନୁଯାୟୀ, ଗିରଫ ବେଳେ ଅଭୟ ସିଂହଙ୍କଠାରୁ ଗଞ୍ଜେଇ ଉଦ୍ଧାର କରାଯାଇଛି। ଗଞ୍ଜେଇ ମିଳିବା ପରେ ତାଙ୍କ ବିରୋଧରେ […]

ଜୟପୁର:ଆଇଆଇଟି ବାବାଙ୍କୁ ଅଟକ ରଖିଲା ପୁଲିସ । ସୋସିଆଲ ମିଡିଆରେ ଆଇଆଇଟି ବାବା ଭାବରେ ପ୍ରସିଦ୍ଧ ଅଭୟ ସିଂହଙ୍କୁ ଜୟପୁରରେ ପୁଲିସ ଅଟକ ରଖିଛି। ଅଭୟ ସିଂହ ସୋସିଆଲ ମିଡିଆରେ ଆତ୍ମହତ୍ୟା ଧମକ ଦେଇଥିଲେ, ଯାହା ପରେ ଶିପ୍ରା ପଥ ପୁଲିସ, ରିଦ୍ଧି ସିଦ୍ଧି ପାର୍କରେ ଥିବା କ୍ଲାସିକ୍ ହୋଟେଲରେ ପହଞ୍ଚି ଆଇଆଇଟି ବାବାଙ୍କୁ ହେପାଜତକୁ ନେଇଛି।

ସୂଚନା ଅନୁଯାୟୀ, ଗିରଫ ବେଳେ ଅଭୟ ସିଂହଙ୍କଠାରୁ ଗଞ୍ଜେଇ ଉଦ୍ଧାର କରାଯାଇଛି। ଗଞ୍ଜେଇ ମିଳିବା ପରେ ତାଙ୍କ ବିରୋଧରେ ଏନଡିପିଏସ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି କୁହାଯାଉଛି। ବର୍ତ୍ତମାନ ପୁଲିସ ଆଇଆଇଟି ବାବାଙ୍କୁ ପଚରାଉଚରା କରୁଛି।

About The Author: The Sakala