ସରିଥିଲା ନିର୍ବନ୍ଧ, ପଡିଥାନ୍ତା ହାତଗଣ୍ଠି; ଚାଲିଗଲା ଯବାନଙ୍କ ଜୀବନ

ଗୁଜରାଟା:  ୧୦ ଦିନ ର୍ପୂବରୁ ସରିଥିଲା ନିର୍ବନ୍ଧ । ନଭେମ୍ବରରେ ପଡିଥାନ୍ତା ହାତଗଣ୍ଠି । ବାହା ହୋଇ ନୂଆ ସଂସାର ଗଢିବାକୁ ଅନେକ ସ୍ବପ୍ନ ଦେଖିଥିଲେ ଯବାନ । ହେଲେ ନିମିଷକେ ସବୁ ହୋଇଗଲା ଧୂଳିସାତ । ଚାଲିଗଲା ୨୮ ବର୍ଷୀୟ ହରିୟାଣାର ରେୱାଡ଼ିର ପାଇଲଟ୍ ଫ୍ଲାଇଟ୍ ଲେଫ୍ଟନାଣ୍ଟ ସିଦ୍ଧାର୍ଥ ଯାଦବଙ୍କ ଜୀବନ । ବୁଧବାର ରାତିରେ ଭାରତୀୟ ବାୟୁସେନାର ଏକ ଜାଗୁଆର ଲଢ଼ୁଆ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ଖବର ଅନୁଯାୟୀ, ଜାମନଗର […]

ଗୁଜରାଟା:  ୧୦ ଦିନ ର୍ପୂବରୁ ସରିଥିଲା ନିର୍ବନ୍ଧ । ନଭେମ୍ବରରେ ପଡିଥାନ୍ତା ହାତଗଣ୍ଠି । ବାହା ହୋଇ ନୂଆ ସଂସାର ଗଢିବାକୁ ଅନେକ ସ୍ବପ୍ନ ଦେଖିଥିଲେ ଯବାନ । ହେଲେ ନିମିଷକେ ସବୁ ହୋଇଗଲା ଧୂଳିସାତ । ଚାଲିଗଲା ୨୮ ବର୍ଷୀୟ ହରିୟାଣାର ରେୱାଡ଼ିର ପାଇଲଟ୍ ଫ୍ଲାଇଟ୍ ଲେଫ୍ଟନାଣ୍ଟ ସିଦ୍ଧାର୍ଥ ଯାଦବଙ୍କ ଜୀବନ । ବୁଧବାର ରାତିରେ ଭାରତୀୟ ବାୟୁସେନାର ଏକ ଜାଗୁଆର ଲଢ଼ୁଆ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି ।

ଖବର ଅନୁଯାୟୀ, ଜାମନଗର ସହରରୁ ପ୍ରାୟ ୧୨ କିଲୋମିଟର ଦୂରରେ ଥିବା ସୁଭାରଦା ଗାଁରେ ଘଟିଥିଲା ଏହି ଦୁର୍ଘଟଣା । ସହ-ପାଇଲଟ୍ ସୁରକ୍ଷିତ ଭାବରେ ବାହାରକୁ ବାହାରିବାରେ ସଫଳ ହୋଇଥିବା ବେଳେ ସିଦ୍ଧାର୍ଥ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଫ୍ଲାଇଟ୍ ଲେଫ୍ଟନାଣ୍ଟ ଯାଦବ ସାମରିକ ସେବା କରିଆସିଥିବା ପରିବାରରୁ ଆସିଥିଲେ। ତାଙ୍କ ଜେଜେବାପା ବ୍ରିଟିଶ ଶାସନରେ ବେଙ୍ଗଲ୍ ଇଞ୍ଜିନିୟର୍ସରେ କାର୍ଯ୍ୟ କରିଥିଲେ । ତାଙ୍କ ଜେଜେବାପା ଅର୍ଦ୍ଧସାମରିକ ବାହିନୀର ଅଂଶ ଥିଲେ। ତାଙ୍କ ପିତା ମଧ୍ୟ LIC ରେ ଯୋଗ ଦେବା ପୂର୍ବରୁ ଭାରତୀୟ ବାୟୁସେନାରେ କାର୍ଯ୍ୟ କରିଥିଲେ ।

ସିଦ୍ଧାର୍ଥ ତାଙ୍କ ପରିବାରର ଚତୁର୍ଥ ପିଢ଼ି ଥିଲେ ଯିଏ ଦେଶ ସେବା କରିଥିଲେ। ୨୦୧୬ରେ NDA ପରୀକ୍ଷାରେ ପାସ୍ କରିବା ପରେ, ସିଦ୍ଧାର୍ଥ ଜଣେ ଫାଇଟର ପାଇଲଟ୍ ହେବା ପୂର୍ବରୁ ତିନି ବର୍ଷର କଠୋର ତାଲିମ ନେଇଥିଲେ । ଦୁଇ ବର୍ଷ ଚାକିରି ପରେ ତାଙ୍କୁ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପଦବୀରେ ପଦୋନ୍ନତି ଦିଆଯାଇଥିଲା । ଦୁର୍ଘଟଣାର ମାତ୍ର ଦଶ ଦିନ ପୂର୍ବରୁ, ମାର୍ଚ୍ଚ ୨୩ ତାରିଖରେ, ସିଦ୍ଧାର୍ଥଙ୍କର ନିର୍ବନ୍ଧ ହୋଇଥିଲା। ନଭେମ୍ବର ୨ ତାରିଖରେ ତାଙ୍କ ବିବାହ ଯୋଜନା କରାଯାଇଥିଲା । ସେ ରେୱାଡିରେ ତାଙ୍କ ପରିବାର ସହିତ ସମୟ ବିତାଇବା ପରେ ମାର୍ଚ୍ଚ ୩୧ ତାରିଖରେ ଡ୍ୟୁଟିକୁ ଫେରିଥିଲେ। ତାଙ୍କ ଦେହାନ୍ତର ଖବର ଶୁଣି ତାଙ୍କ ପରିବାର, ବନ୍ଧୁବାନ୍ଧବ ଏବଂ ସମଗ୍ର ସହର ଶୋକରେ ବୁଡ଼ିଯାଇଛି। ମା’ ସୁଶୀଳା ଯାଦବ ବାୟୁସେନା ଟୋପି ପିନ୍ଧି ପୁଅକୁ ଶେଷ ବିଦାୟ ଦେଇଥିଲେ। ସିଦ୍ଧାର୍ଥ ସବୁବେଳେ ଉଡ଼ିବା ଏବଂ ଦେଶ ସେବା କରିବାର ସ୍ୱପ୍ନ ଦେଖୁଥିଲେ। ତାଙ୍କର ଦେଶ ସେବାରେ ଜୀବନ ଯାଇଥିବା କହିଛନ୍ତି ବାପା ।

About The Author: The Sakala