ପାଖରେ ଟଙ୍କା ନଥିବାରୁ ଲୋକସଭା ନିର୍ବାଚନ ଲଢିବେନି କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ୨୦୧୬ରୁ ରାଜ୍ୟସଭା ସାଂସଦ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ସେ ତାଙ୍କ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ଦ୍ବାରା ଲୋକସଭା ଆସନ ପାଇଁ ଟିକେଟ ପାଇଛନ୍ତି। କିନ୍ତୁ ତାଙ୍କ ପାଖରେ ପଇସାର ଅଭାବ ରହିଥିବାରୁ ସେ ଦଳର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଯେଉଁ ଭଳି ପାଣ୍ଠି ଦରକାର ତାହା ନଥିବାରୁ ସେ ଦଳର ପ୍ରସ୍ତାବକୁ ଅଗ୍ରାହ୍ୟ କରି […]

ନୂଆଦିଲ୍ଲୀ: ୨୦୧୬ରୁ ରାଜ୍ୟସଭା ସାଂସଦ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ସେ ତାଙ୍କ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ଦ୍ବାରା ଲୋକସଭା ଆସନ ପାଇଁ ଟିକେଟ ପାଇଛନ୍ତି। କିନ୍ତୁ ତାଙ୍କ ପାଖରେ ପଇସାର ଅଭାବ ରହିଥିବାରୁ ସେ ଦଳର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଯେଉଁ ଭଳି ପାଣ୍ଠି ଦରକାର ତାହା ନଥିବାରୁ ସେ ଦଳର ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିବା ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ଆନ୍ଧ୍ର ପ୍ରଦେଶ କିମ୍ବା ତାମିଲନାଡୁରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦେଇଥିଲେ ବୋଲି ନିର୍ମଳା କହିଛନ୍ତି। ସେ କହିଛନ୍ତି, “ପ୍ରସ୍ତାବ ମିଳିବା ପରେ ମୁଁ ପ୍ରାୟ ୭ରୁ ୧୦ ଦିନ ଚିନ୍ତା କରିଥିଲି। ଏହାପରେ ମୋ ଉତ୍ତର ଥିଲା ସମ୍ଭବତଃ ନା। ନିର୍ବାଚନ ଲଢ଼ିବା ପାଇଁ ଆବଶ୍ୟକ ଟଙ୍କା ମୋ ପାଖରେ ନାହିଁ। ଆନ୍ଧ୍ର ପ୍ରଦେଶ ହେଉ କିମ୍ବା ତାମିଲନାଡୁରେ ମୋର ମଧ୍ୟ ଗୋଟିଏ ସମସ୍ୟା ରହିଛି। ବିଜୟୀ ହେବା ପାଇଁ ସେଠାରେ ଅନେକ ପ୍ରକାରର ପ୍ରଶ୍ନ ରହିଛି। ସେମାନେ ଅନେକ କାରଣ ଖୋଜନ୍ତି। ଆପଣ କେଉଁ ସଂପ୍ରଦାୟର କିମ୍ବା ଆପଣଙ୍କ ଧର୍ମ କ’ଣ? ଆପଣ ସେଠାରୁ ଆସିଛନ୍ତି କି? ଏମିତି କେତେ କ’ଣ ପ୍ରଶ୍ନ ରହିଛି। ତେଣୁ ମୁଁ ମନା କରି ଦେଇଛି। କାରଣ ମୁଁ ଏସବୁ କରିପାରିବି ନାହିଁ। ସେମାନେ ମୋ ଯୁକ୍ତିକୁ ଗ୍ରହଣ କରିଥିବା ମୁଁ ବେଶ କୃତଜ୍ଞ। ତେଣୁ ମୁଁ ନିର୍ବାଚନ ଲଢ଼ୁ ନାହିଁ।”

ଦେଶର ଅର୍ଥ ମନ୍ତ୍ରୀଙ୍କ ପାଖରେ କ’ଣ ନିର୍ବାଚନ ଲଢ଼ିବାକୁ ଟଙ୍କା ନାହିଁ ବୋଲି ପ୍ରଶ୍ନରେ ସେ କହିଛନ୍ତି, “ମୋ ଦରମା ମୋ ଆୟ। ମୋ ସେଭିଂଗ ମୋ ଟଙ୍କା। ଭାରତର ଟଙ୍କା ମୋର ନୁହେଁ।” ତେବେ ସୀତାରମଣ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ସମେତ ବିଜେପିର ଏକାଧିକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି।

About The Author: The Sakala