ଗୁଜରାଟ ଭଦୋଦରାରେ ଥିବା ରାସାୟନିକ ଫ୍ୟାକ୍ଟ୍ରୀରେ ଭୟଙ୍କର ବିସ୍ଫୋରଣ, ୧୦ ଗୁରୁତର

ଭଦୋଦରା: ଗୁଜରାଟର ଭଦୋଦରାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରୀରେ ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ କାରଖାନାରେ ନିଆଁ ଲାଗି ଯାଇଛି। ଭଦୋଦରା ସହରର ନନ୍ଦେସାରିଠାରେ ଥିବା ଦୀପକ ନାଇଟ୍ରେଟ ଫ୍ୟାକ୍ଟ୍ରୀରେ କାମ ଚାଲିଥିବା ବେଳେ ଏପରି ଘଟଣା ଘଟିଛି। ପୁଲିସ୍‌ର ପ୍ରାଥମିକ ରିପୋର୍ଟ ଅନୁଯାୟୀ, ବିସ୍ଫୋରଣରେ ଏପର୍ଯ୍ୟନ୍ତ ୧୦ ଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା ମିଳିଛି । ଏବେବି ଅନେକ ଲୋକ ଫ୍ୟାକ୍ଟ୍ରୀରେ ଫସି ରହିଥିବା ଆଶଙ୍କା କରାଯାଉଛି। ଖବର ପାଇଁ […]

ଭଦୋଦରା: ଗୁଜରାଟର ଭଦୋଦରାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରୀରେ ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ କାରଖାନାରେ ନିଆଁ ଲାଗି ଯାଇଛି। ଭଦୋଦରା ସହରର ନନ୍ଦେସାରିଠାରେ ଥିବା ଦୀପକ ନାଇଟ୍ରେଟ ଫ୍ୟାକ୍ଟ୍ରୀରେ କାମ ଚାଲିଥିବା ବେଳେ ଏପରି ଘଟଣା ଘଟିଛି। ପୁଲିସ୍‌ର ପ୍ରାଥମିକ ରିପୋର୍ଟ ଅନୁଯାୟୀ, ବିସ୍ଫୋରଣରେ ଏପର୍ଯ୍ୟନ୍ତ ୧୦ ଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା ମିଳିଛି । ଏବେବି ଅନେକ ଲୋକ ଫ୍ୟାକ୍ଟ୍ରୀରେ ଫସି ରହିଥିବା ଆଶଙ୍କା କରାଯାଉଛି। ଖବର ପାଇଁ ଆଖପାଖରେ ଥିବା ଦମକଳ ବାହିନୀର ଗାଡ଼ିଗୁଡ଼ିକ ନିଆଁ ଲିଭାଇବା ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଆହତମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବାର ଆଶଙ୍କା ଥିବାରୁ ପୂରା ଅଞ୍ଚଳକୁ କର୍ଡନ କରିଛନ୍ତି। ସେହିପରି ବିସ୍ଫୋରଣ କାରଣ ଜଣାପଡ଼ିନି। ଫ୍ୟାକ୍ଟ୍ରୀରେ ନିଆଁ ଲାଗିଥିବାରୁ ପୂରା ଅଞ୍ଚଳ ଧୂଆଁମୟ ହୋଇ ଯାଇଛି।

About The Author: The Sakala