କେମିତି ପରୋକ୍ଷ ବାଣିଜ୍ୟ କରୁଛି ପାକିସ୍ତାନ, ଅର୍ଥ ବ୍ୟବସ୍ଥାକୁ ରସାତଳଗାମୀ କରିଦେବ ଭାରତର ନିଷ୍ପତ୍ତି

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ପାକିସ୍ତାନ ଉପରେ ଭାରତ ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ନେଇ ଚାଲିଛି। ଏବେ ଭାରତ ଦୁଇ ଦେଶର ବ୍ୟାବସାୟୀକ ସମ୍ବନ୍ଧ ନୂଆ ମୋଡ ନେଇଛି। ପାକିସ୍ତାନରୁ ସମସ୍ତ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଆମଦାନୀକୁ ଭାରତ ସରକାର ତତ୍କାଳ ପ୍ରଭାବରେ ନିଷିଦ୍ଧ କରିଦେଇଛନ୍ତି। ଜାତୀୟ ସୁରକ୍ଷା ଏବଂ ସାର୍ବଜନୀନ ନୀତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ପାକିସ୍ତାନ ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇ ଅର୍ଥନୀତିକୁ ରସାତଳଗାମୀ […]

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ପାକିସ୍ତାନ ଉପରେ ଭାରତ ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ନେଇ ଚାଲିଛି। ଏବେ ଭାରତ ଦୁଇ ଦେଶର ବ୍ୟାବସାୟୀକ ସମ୍ବନ୍ଧ ନୂଆ ମୋଡ ନେଇଛି। ପାକିସ୍ତାନରୁ ସମସ୍ତ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଆମଦାନୀକୁ ଭାରତ ସରକାର ତତ୍କାଳ ପ୍ରଭାବରେ ନିଷିଦ୍ଧ କରିଦେଇଛନ୍ତି। ଜାତୀୟ ସୁରକ୍ଷା ଏବଂ ସାର୍ବଜନୀନ ନୀତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ପାକିସ୍ତାନ ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇ ଅର୍ଥନୀତିକୁ ରସାତଳଗାମୀ କରିଦେବ ବୋଲି କୁହାଯାଉଛି। ପରୋକ୍ଷ କାରବାରରେ ଦୁଇ ଦେଶ ପ୍ରତ୍ୟକ୍ଷ ଭାବେ ବ୍ୟବସାୟ କରି ନ ଥାଆନ୍ତି। କୌଣସି ତୃତୀୟ ଦେଶ ମାଧ୍ୟମରେ ସାମଗ୍ରୀ ଆମଦାନୀ କିମ୍ବା ରପ୍ତାନୀ କରିଥାନ୍ତି। ଏହି ବାଣିଜ୍ୟ କାରବାର ମାଧ୍ୟମରେ ପାକିସ୍ତାନ ଭାରତକୁ ଅନେକ ସାମଗ୍ରୀ ରପ୍ତାନୀ କରୁଛି। ଏଗୁଡିକ ମଧ୍ୟରେ ସୈନ୍ଧବ ଲୁଣ, ଶୁଖିଲା ଫଳ, ଷ୍ଟିଲ, କପଡ଼ା, ଜୋତା ଏବଂ ଅନ୍ୟ ସାମଗ୍ରୀ ସାମିଲ ରହିଛି। ଭାରତର ଏହି ନିଷ୍ପତ୍ତିରେ ପାକିସ୍ତାନ ଘାବରେଇ ଯାଇଛି। ଏବେ ପାକିସ୍ତାନ ଜାହାଜ ବି ଆଉ ଭାରତୀୟ ବନ୍ଦରରେ ରହିବ ନାହିଁ।

ପାକିସ୍ତାନ ରପ୍ତାନୀ କରୁଥିବା ସାମଗ୍ରୀ ମଧ୍ୟରେ ସୈନ୍ଧବ ଲୁଣ ପ୍ରମୁଖ ସ୍ଥାନରେ ରହିଛି। ଭାରତରେ ବ୍ରତ ଏବଂ ଆର୍ୟୁବେଦିକ ବ୍ୟବହାର ପାଇଁ ବହୁଳ ଭାବରେ ସୈନ୍ଧବ ଲୁଣ ବ୍ୟବହାର କରାଯାଏ। ଏହି ଲୁଣ ପାକିସ୍ତାନର ଖେୱଡ଼ା ଖଣିରୁ ଆସିଥାଏ। ସେହିପରି ପାକିସ୍ତାନ ଭାରତକୁ ବାଦାମ, ଅଖରୋଟ, କିସମିସ୍‌, ଅଞ୍ଜିର ଆଦି ପଠାଇ ଥାଏ। ବିଶେଷକରି ପର୍ବପର୍ବାଣୀ ଏବଂ ଶୀତ ଦିନରେ ଏହାର ଚାହିଦା ବଢୁଥିଲା। ପାରମ୍ପରିକ ଡିଜାଇନ ପାଇଁ ପ୍ରସିଦ୍ଧ ପେଶାୱରି ଚପଲକୁ ଉତ୍ତର ଭାରତର ଅନେକ ରାଜ୍ୟରେ ବହୁଳ ବ୍ୟବହାର କରାଯାଇଥାଏ। ଏହା ପୁରୁଷଙ୍କ ପାରମ୍ପରିକ ପରିଧାନର ଅଂଶ ପାଲଟି ଥିଲା। କିନ୍ତୁ ଭାରତ ସରକାରଙ୍କ ବାଣିଜ୍ୟ କଟକଣା ଦ୍ବାରା ଏହା ପ୍ରଭାବିତ ହେବ। ଏହା ବ୍ୟତୀତ ଲାହୋରର ପ୍ରସିଦ୍ଧ କଡ଼େଇ ଏବଂ ଡିଜାଇନ ବିଶିଷ୍ଟ କୁର୍ତ୍ତା, ସାଲୱାର-ସୁଟ୍‌ ଏବଂ ଅନ୍ୟ ପରିଧାନ ଭାରତରେ ଲୋକପ୍ରିୟ ହୋଇ ଚାଲିଥିଲା। ଅନେକ ଫ୍ୟାସନ ବ୍ରାଣ୍ଡ ଏହି କୁର୍ତାକୁ ‘ଏକ୍ସକ୍ଲୁଜିଭ ଡିଜାଇନ’ ଭାବେ ପ୍ରଚାରପ୍ରସାର କରିଥିଲେ। କିନ୍ତ ଏବେ ସବୁ କିଛି ବନ୍ଦ ହୋଇଯିବ। ପାକିସ୍ତାନରୁ କପା, କାର୍ବନିକ କେମିକାଲ୍ସ, କନଫେକ୍ସନାରୀ ପ୍ରଡକ୍ଟ ଏବଂ ଚଷମାରେ ବ୍ୟବହାର ହେଉଥିବା ଅପ୍ଟିକାଲ ସାମିଲ ରହିଛି। ଷ୍ଟିଲ ଏବଂ ସିମେଣ୍ଟ ମଧ୍ୟ ପାକିସ୍ତାନ ରପ୍ତାନୀ କରିଥାଏ। ଏ ସବୁ ବନ୍ଦ ହେବା ଦ୍ବାରା ପାକିସ୍ତାନର ଅର୍ଥ ବ୍ୟବସ୍ଥାକୁ ଜୋରଦାର ଝଟ୍‌କା ଲାଗିବ।

About The Author: The Sakala