ରାଉରକେଲା : ଏଫ୍ଆଇଏଚ୍ ହକି ପୁରୁଷ ବିଶ୍ୱକପ୍ରେ ଭାରତ ତା’ର ଦ୍ୱିତୀୟ ମ୍ୟାଚ୍ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ଆଜି ଖେଳିଥିଲା । ହେଲେ ଉଭୟ ଭାରତ ଓ ଇଂଲଣ୍ଡ ଦମଦାର ଖେଳ ପ୍ରଦର୍ଶନ କରିଥିଲେ। ଉଭୟଙ୍କ ମଧ୍ଯରେ କଡା ଟକ୍କର ହୋଇଥିଲେ ମଧ୍ଯ ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ ଦେବାକୁ ସକ୍ଷମ ହୋଇ ନ ଥିଲେ। ଫଳରେ ଆଜିର ମ୍ୟଚ ଡ୍ର ରହିଛି। ଫଳରେ ଉଭୟ ଟିମକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି। ପଏଣ୍ଟ ସମାନ ହୋଇଥିଲେ ବି ଇଂଲଣ୍ଡ ଟେବୁଲର ଶୀର୍ଷରେ ରହିଛି। କାରଣ ଚଳିତ ବିଶ୍ବକପରେ ଗୋଲ ବ୍ୟବଧାନରେ ଇଂଲଣ୍ଡ ଏପର୍ଯ୍ଯନ୍ତ ଅଧିକ ଗୋଲ୍ ଦେଇଛି।
ପୂର୍ବରୁ, ଗ୍ରୁପ ଡିର ଏହି ୨ଟି ଟିମ ସେମାନଙ୍କ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ୱେଲ୍ସକୁ ୫-୦ ଗୋଲରେ ପରାସ୍ତ କରିଥିଲା ଇଂଲଣ୍ଡ । ସେହପରି ଓପନିଂ ମ୍ୟାଚରେ ସ୍ପେନକୁ ୨-୦ରେ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ।