ବର୍ଷା ଓ ବଜ୍ରପାତ ବିତ୍ପାତ: ଉତ୍ତରପ୍ରଦେଶରେ ଗଲାଣି ୩୪ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ମୌସୁମୀ ଏବେ ସାରା ଦେଶରେ ସକ୍ରିୟ ରହିଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ସାରା ଉତ୍ତର ଭାରତ ରାଜ୍ୟ ସମୂହରେ ଜଟିଳ ସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀ ଠାରୁ ଆରମ୍ଭ କରି ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହିମାଚଳ ଏବଂ ଜମ୍ମୁ କାଶ୍ମୀରରେ ବର୍ଷା ବିତ୍ପାତ ଜନଜୀବନକୁ ପ୍ରଭାବିତ କରିଛି। ଉତ୍ତରପ୍ରଦେଶରେ ବଜ୍ରପାତ ଓ ପ୍ରବଳ ବର୍ଷାରେ ୩୪ ଜଣଙ୍କର ମୃତ୍ୟୁ ଘଟିଲାଣି । ଗତ ୩ ଦିନ ଧରି ଲାଗି ରହିଥିବା ପ୍ରବଳ ବାର୍ଷା […]

ନୂଆଦିଲ୍ଲୀ: ମୌସୁମୀ ଏବେ ସାରା ଦେଶରେ ସକ୍ରିୟ ରହିଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ସାରା ଉତ୍ତର ଭାରତ ରାଜ୍ୟ ସମୂହରେ ଜଟିଳ ସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀ ଠାରୁ ଆରମ୍ଭ କରି ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହିମାଚଳ ଏବଂ ଜମ୍ମୁ କାଶ୍ମୀରରେ ବର୍ଷା ବିତ୍ପାତ ଜନଜୀବନକୁ ପ୍ରଭାବିତ କରିଛି।

ଉତ୍ତରପ୍ରଦେଶରେ ବଜ୍ରପାତ ଓ ପ୍ରବଳ ବର୍ଷାରେ ୩୪ ଜଣଙ୍କର ମୃତ୍ୟୁ ଘଟିଲାଣି । ଗତ ୩ ଦିନ ଧରି ଲାଗି ରହିଥିବା ପ୍ରବଳ ବାର୍ଷା ସାଙ୍ଗକୁ ବଜ୍ରପାତ ଏହି ଅଘଟଣ ଘଟାଇଛି। ଗତ ୨୪ ଘଣ୍ଟା ଭିତରେ ଏଠାରେ ୧୦ ଜୀବନ ଯାଇଛି।

ସୂଚନା ମୁତାବକ, ଯାଇଥିବା ୩୪ ଜୀବନ ମଧ୍ୟରୁ ୧୭ ଜଣଙ୍କ ମୃତ୍ୟୁ ବଜ୍ରପାତ ଯୋଗୁ ହୋଇଛି। ଯେତେବେଳେ କି ପାଣିରେ ବୁଡ଼ି ୧୨ ଜୀବନ ଯାଇଛି। ବର୍ଷା ପାଣି ସୁଅରେ ଭାସିଯାଇ ଓ ମାତି ଅତଡ଼ା ଖସିବା ଯୋଗୁ ୫ ଜଣଙ୍କ ଜୀବନ ଯାଇଛି।

ଏଥିପାଇଁ ଦୁଃଖ ପ୍ରକାଶ କରିବା ସହ ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯେଉଁମାନେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ଆହତ ହୋଇଛନ୍ତି ସେମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ମଧ୍ୟ ଜାରି କରିଛନ୍ତି।

ଏହି ମୌସୁମୀ ସମୟରେ ଉତ୍ତରପ୍ରଦେଶରେ ୧୧ ପ୍ରତିଶତ ଅଧିକ ବୃଷ୍ଟିପାତ ହୋଇସାରିଛି।  ଯାହା ଫଳରେ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଭାରତୀୟ ମେଟ୍ରୋଲୋଜିକାଲ ବିଭାଗ (ଆଇଏମଡି) ତଥ୍ୟ ଅନୁଯାୟୀ ରାଜ୍ୟର ୭୫ ଟି ଜିଲ୍ଲା ମଧ୍ୟରୁ ପ୍ରାୟ ୬୮ ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ହେତୁ ଗଙ୍ଗା, ରାମଗଙ୍ଗା, ଯମୁନା ଏବଂ ରାପ୍ଟି ସମେତ ରାଜ୍ୟ ଦେଇ ପ୍ରବାହିତ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ପ୍ରବଳ ବର୍ଷାକୁ ନେଇ ଦିଲ୍ଲୀ ସ୍ଥିତି ମଧ୍ୟ ବେହାଲ ହୋଇପଡ଼ିଛି। ଏଠାରେ ଲଗାଣ ବର୍ଷା ୪୧ ବର୍ଷର ରେକର୍ଡ ଟପିଛି। ବର୍ଷାକୁ ନେଇ ଦିଲ୍ଲୀ ସରକାର ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଘୋଷଣା କରିଛନ୍ତି।

About The Author: The Sakala