ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ବିବାଦରେ ରାହୁଲଙ୍କୁ ଝଟକା । ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ହାଇକୋର୍ଟଙ୍କ ଝଟକା । ସେସନ୍ସ କୋର୍ଟଙ୍କ ରାୟ କାଏମ ରଖିଲେ ହାଇକୋର୍ଟ । ଏଥିସହ ରାହୁଲଙ୍କ ଆବେଦନ ଖାରଜ କରିଛନ୍ତି କୋର୍ଟ ।
ମୋଦୀ ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲା ପରିପ୍ରେକ୍ଷୀରେ ତଳ କୋର୍ଟ ଦେଇଥିବା ରାୟର ପୁନଃ ସମୀକ୍ଷା କରିବାକୁ ରାହୁଲ ହାଇକୋର୍ଟରେ ଆବେଦନ କରିଥିଲେ। ଆଜି ହାଇକୋର୍ଟ ତାଙ୍କ ଆବେଦନ ଉପରେ ରାୟ ପ୍ରକାଶ କରିଛନ୍ତି। ଏହି ରାୟ ଉପରେ ସମସ୍ତଙ୍କ ନଜର ରହିଥିଲା। କାରଣ ତଳ କୋର୍ଟ ଦେଇଥିବା ରାୟକୁ ନେଇ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଛି ।