କୁନ୍ନୁର କ୍ରାସରେ ଏକ ମାତ୍ର ଜୀବିତ ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: ଏମଆଇ -୧୭ ହେଲିକପ୍ଟର ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ପରଲୋକ । ଉଦ୍ଧାର ପରେ ବେଙ୍ଗଳୁରୁରେ ତାଙ୍କୁ ଚିକିତ୍ସା ଚାଲିଥିଲା । ବିମାନ ଦୁର୍ଘଟଣାରେ ଗୁରୁତର ଆହତ ବରୁଣଙ୍କୁ ବେଙ୍ଗାଳୁରୁକୁ ଏୟାରଲିଫ୍ଟ କରାଯାଇଥିଲା । ହାଲୁକା ଲଢୁଆ ବିମାନ ବା ଏଲସିଏର ଦକ୍ଷ ପାଇଲଟ ବରୁଣ ଗତବର୍ଷ ଅକ୍ବୋବର ୧୨ ତାରିଖରେ ଏକ ବଡ ଦୁର୍ଘଟଣାରୁ ଅତି ଆଶ୍ଚର୍ଯ୍ଯଜନକ ଭାବେ ରକ୍ଷା ପାଇଯାଇଥିଲେ । ସାହସିକତା ଲାଗି ତାଙ୍କୁ […]

ନୂଆଦିଲ୍ଲୀ: ଏମଆଇ -୧୭ ହେଲିକପ୍ଟର ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ପରଲୋକ । ଉଦ୍ଧାର ପରେ ବେଙ୍ଗଳୁରୁରେ ତାଙ୍କୁ ଚିକିତ୍ସା ଚାଲିଥିଲା । ବିମାନ ଦୁର୍ଘଟଣାରେ ଗୁରୁତର ଆହତ ବରୁଣଙ୍କୁ ବେଙ୍ଗାଳୁରୁକୁ ଏୟାରଲିଫ୍ଟ କରାଯାଇଥିଲା ।

ହାଲୁକା ଲଢୁଆ ବିମାନ ବା ଏଲସିଏର ଦକ୍ଷ ପାଇଲଟ ବରୁଣ ଗତବର୍ଷ ଅକ୍ବୋବର ୧୨ ତାରିଖରେ ଏକ ବଡ ଦୁର୍ଘଟଣାରୁ ଅତି ଆଶ୍ଚର୍ଯ୍ଯଜନକ ଭାବେ ରକ୍ଷା ପାଇଯାଇଥିଲେ । ସାହସିକତା ଲାଗି ତାଙ୍କୁ ଶୌର୍ଯ୍ଯ ଚକ୍ର ଉପାଧିରେ ଭୂଷିତ କରାଯାଇଥିଲା ।

ପୂର୍ବରୁ ଏହି ବିମାନ ଦୁର୍ଘଟଣାରେ ସିଡିଏସ ବିପିନ ରାଓ୍ବତ, ତାଙ୍କ ପତ୍ନୀ ଏବଂ ୧୧ ଜଣ ବୀର ଯବାନ ସହିଦ ହୋଇଥିଲେ ।

About The Author: The Sakala