ମଣିପୁର ହିଂସା ଘଟଣା: ୯ ମେତେଇ ଉଗ୍ରବାଦୀ ସଙ୍ଗଠନକୁ ବ୍ୟାନ କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ମଣିପୁରରେ ହୋଇଥିବା ହିଂସା ଭିତରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୋମବାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମେତେଇ ଉଗ୍ରବାଦୀ ସଙ୍ଗଠନ ‘ପିପୁଲ୍ସ ଲିବରେସନ୍ ଆର୍ମି (PLA)’କୁ ୫ ବର୍ଷ ପାଇଁ ବେଆଇନ ଘୋଷଣା କରିଛି ମନ୍ତ୍ରଣାଳୟ। PLAର ପଲିଟିକାଲ୍‌ ଓ୍ଵିଙ୍ଗ୍‌ ରିଭୋଲ୍ୟୁସନାରୀ ପିପୁଲ୍ସ ଫ୍ରଣ୍ଟ (RPF) ଏବଂ ୟୁନାଇଟେଡ ଲିବରେସନ ଫ୍ରଣ୍ଟ (UNLF) ଉପରେ ମଧ୍ୟ ଗୃହ ମନ୍ତ୍ରଣାଳୟ ୫ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଛି। ଏହି ପରି ପିଏଲ୍‌ଏର ସେନା ୱିଙ୍ଗ ମଣିପୁର ପିପୁଲ୍ସ […]

ନୂଆଦିଲ୍ଲୀ: ମଣିପୁରରେ ହୋଇଥିବା ହିଂସା ଭିତରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୋମବାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମେତେଇ ଉଗ୍ରବାଦୀ ସଙ୍ଗଠନ ‘ପିପୁଲ୍ସ ଲିବରେସନ୍ ଆର୍ମି (PLA)’କୁ ୫ ବର୍ଷ ପାଇଁ ବେଆଇନ ଘୋଷଣା କରିଛି ମନ୍ତ୍ରଣାଳୟ। PLAର ପଲିଟିକାଲ୍‌ ଓ୍ଵିଙ୍ଗ୍‌ ରିଭୋଲ୍ୟୁସନାରୀ ପିପୁଲ୍ସ ଫ୍ରଣ୍ଟ (RPF) ଏବଂ ୟୁନାଇଟେଡ ଲିବରେସନ ଫ୍ରଣ୍ଟ (UNLF) ଉପରେ ମଧ୍ୟ ଗୃହ ମନ୍ତ୍ରଣାଳୟ ୫ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଛି। ଏହି ପରି ପିଏଲ୍‌ଏର ସେନା ୱିଙ୍ଗ ମଣିପୁର ପିପୁଲ୍ସ ଆର୍ମି (MPA)କୁ ମଧ୍ୟ ବ୍ୟାନ୍‌ କରାଯାଇଛି। ପିପୁଲ୍ସ ରିଭୋଲ୍ୟୁସନାରୀ ପାର୍ଟି ଅଫ୍ କଙ୍ଗଲିପାକ୍‌ (PREPAK), ରେଡ୍ ଆର୍ମି ଏବଂ କଙ୍ଗଲିପାକ୍ କମ୍ୟୁନିଷ୍ଟ ପାର୍ଟି (କଉଚ)କୁ ଗୃହ ମନ୍ତ୍ରଣାଳୟ ୫ ବର୍ଷ ପାଇଁ ବେଆଇନ ସଙ୍ଗଠନ ଘୋଷଣା କରିଛି।

ଖବର ଅନୁଯାୟୀ, କେନ୍ଦ୍ର ସରକାର ପିଏଲ୍‌ଏ ସମେତ ମେତେଇ ସମ୍ପ୍ରଦାୟର ୯ ଉଗ୍ରବାଦୀ ସଙ୍ଗଠନକୁ ବେଆଇନ ଘୋଷିତ କରିଛନ୍ତି।

About The Author: The Sakala