ସୋନାଲୀ ଫୋଗଟ୍‌ ହତ୍ୟା ମାମଲାର ହେବ ‘ସିବିଆଇ’ ତଦନ୍ତ, ମାମଲା ହସ୍ତାନ୍ତର କରିବ ଗୋଆ ପୁଲିସ

ନୂଆଦିଲ୍ଲୀ : ଅଭିନେତ୍ରୀ ତଥା ଭାଜପା ନେତ୍ରୀ ସୋନାଲି ଫୋଗଟଙ୍କ ରହସ୍ୟଜନକ ମୃତ୍ୟୁ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଏସବୁ ଭିତରେ ସୋନାଲି ଫୋଗାଟ ହତ୍ୟା ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଗୋଆ ପୁଲିସ ନିଷ୍ପତ୍ତି ନେଇଛି। ତେବେ ସୋନାଲିଙ୍କ ପରିବାର ସଦସ୍ୟ ମାନେ ପୁଲିସର ତଦନ୍ତରେ ଖୁସି ନ ଥିଲେ । ସୋନାଲିଙ୍କ ଝିଅ ଯଶୋଧରା ବାରମ୍ବାର ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରୁଥିଲେ। ଏପରିକି ପୁଲିସ ତଦନ୍ତରେ ତାଙ୍କର ବିଶ୍ୱାସ […]

ନୂଆଦିଲ୍ଲୀ : ଅଭିନେତ୍ରୀ ତଥା ଭାଜପା ନେତ୍ରୀ ସୋନାଲି ଫୋଗଟଙ୍କ ରହସ୍ୟଜନକ ମୃତ୍ୟୁ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଏସବୁ ଭିତରେ ସୋନାଲି ଫୋଗାଟ ହତ୍ୟା ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଗୋଆ ପୁଲିସ ନିଷ୍ପତ୍ତି ନେଇଛି। ତେବେ ସୋନାଲିଙ୍କ ପରିବାର ସଦସ୍ୟ ମାନେ ପୁଲିସର ତଦନ୍ତରେ ଖୁସି ନ ଥିଲେ । ସୋନାଲିଙ୍କ ଝିଅ ଯଶୋଧରା ବାରମ୍ବାର ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରୁଥିଲେ। ଏପରିକି ପୁଲିସ ତଦନ୍ତରେ ତାଙ୍କର ବିଶ୍ୱାସ ନ ଥିବା ମଧ୍ୟ ଯଶୋଧରା କହିଥିଲେ। କିଛି ଦିନ ପୂର୍ବରୁ ଯଶୋଧରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖି ନିଜ ମା’ଙ୍କ ହତ୍ୟା ଘଟଣାରେ ସିବିଆଇ ତଦନ୍ତ କରାଯିବା ଉଚିତ ବୋଲି କହିଥିଲେ।

ଗୋଆର ଏକ ରିସୋର୍ଟରେ ପାର୍ଟି ପରେ ସୋନାଲି ଫୋଗଟଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ସୋନାଲିଙ୍କ ପରିବାର ଲଗାତର ଭାବେ ସିବିଆଇ ତଦନ୍ତ ଦାବି କରୁଥିଲେ। ସମ୍ପର୍କୀୟଙ୍କ ଦାବିକୁ ହରିୟାଣା ସରକାର ସମର୍ଥନ ମଧ୍ୟ କରିଥିଲେ। ଏବେ ଗୋଆ ମୁଖ୍ୟମନ୍ତ୍ରୀ ମଧ୍ୟ ପରିବାରର ଦାବିକୁ ମାନି ନେଇଛନ୍ତି।

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି, ସୋନାଲି ଫୋଗଟ ମାମଲାରେ ଗୋଆ ପୁଲିସର ତଦନ୍ତ ଠିକ ଭାବେ ଚାଲିଛି। ପୁଲିସକୁ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ସୂତ୍ର ମିଳିଛି। କିନ୍ତୁ ସୋନାଲିଙ୍କ ଝିଅ ସିବିଆଇ ଦ୍ୱାରା ତାଙ୍କ ମା’ଙ୍କ ମୃତ୍ୟୁର ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି। ଏଭଳି ପରିସ୍ଥିତିରେ ଆଜି ଆମେ ସିବିଆଇକୁ ମାମଲା ଦେବାକୁ ସୁପାରିଶ କରିଛୁ। ମୁଁ ନିଜେ ଗୃହମନ୍ତ୍ରୀଙ୍କୁ ଚିଠି ଲେଖି ଏହି ମାମଲାରେ ସିବିଆଇ ତଦନ୍ତ କରାଯାଉ ବୋଲି କହିଛି।’

ସୂଚନାଯୋଗ୍ୟ ଯେ, ସୋନାଲି ଫୋଗଟ ଅଗଷ୍ଟ ୨୩ରେ ଗୋଆର ଏକ ରେଷ୍ଟୁରାଣ୍ଟରେ ଅଚେତ୍‌ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ତାଙ୍କୁ ରେଷ୍ଟୁରାଣ୍ଟରୁ ଡାକ୍ତରଖାନା କୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏପର୍ଯ୍ୟନ୍ତ ଗୋଆ ପୁଲିସ ଏହି ମାମଲାରେ ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନ ଏବଂ ତାଙ୍କ ସାଥୀ ସୁଖବିନ୍ଦରଙ୍କୁ ଗିରଫ କରିଛି।

About The Author: The Sakala