ନୂଆଦିଲ୍ଲୀ: ପୁଣି ଫେରିଲା କରୋନା ଡର। ମୁମ୍ବାଇର KEM ହସ୍ପିଟାଲ୍ରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ୨ ମୃତକ ଗୁରୁତର ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ଥିଲେ। ଅନ୍ୟପଟେ ସିଙ୍ଗାପୁର, ହଂକଂରେ ପୁଣିଥରେ କୋଭିଡ୍ ମାମଲା ବୃଦ୍ଧି ପାଉଥିବାରୁ ଏନେଇ ବଢୁଛି ଭୟ। ସ୍ଥିତି ଉପରେ ନଜର ରଖିଛନ୍ତି ଭାରତ ସରକାର। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ସରିଛି। ଦେଶରେ ୨୫୭ କୋଭିଡ୍ ଆକ୍ରାନ୍ତ ଅଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ସରକାରୀ ବିବୃତ୍ତି ଜାରି କରି କହିଛି ଯେ, ଭାରତରେ କୋରୋନା ମାମଲା ନିୟନ୍ତ୍ରଣରେ ଅଛି। ମନ୍ତ୍ରଣାଳୟ କହିଛି ଯେ ଗତ କିଛି ସପ୍ତାହ ମଧ୍ୟରେ ସିଙ୍ଗାପୁର ଏବଂ ହଂକଂରେ କୋଭିଡ-୧୯ ମାମଲା ବୃଦ୍ଧି ପାଇଥିବା ରିପୋର୍ଟ ଆସିଛି। କିନ୍ତୁ ଅଧିକାଂଶ ମାମଲା ଅସ୍ୱାଭାବିକ ଗମ୍ଭୀରତା କିମ୍ବା ମୃତ୍ୟୁହାର ସହିତ ଜଡିତ ନୁହେଁ। ତଥାପି, ଭାରତ ସରକାର ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ବିଷୟଗୁଡ଼ିକ ପ୍ରତି ସଜାଗ ଅଛନ୍ତି।