ଭାରତ ଓ ଆମେରିକା ସବ୍‌ସେ ଅଚ୍ଛେ ଦୋସ୍ତ୍‌- ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ୱାଶିଂଟନ: ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ​​କେଉଁ ନେତାମାନେ ପ୍ରତିଦ୍ୱନ୍ଦ୍ୱିତା କରିବେ ତହା ଏବେଠୁ ଆକଳନ କରିବା ଭୁଲ ପ୍ରମାଣିତ ହେବ। ତେବେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟିରୁ ପୁଣି ଥରେ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି କ୍ରମରେ, ସେ କ୍ରମାଗତ ଭାବରେ ବିବୃତ୍ତି ମଧ୍ୟ ଦେଉଛନ୍ତି। ନିକଟରେ ଟ୍ରମ୍ପ ବିଭିନ୍ନ ଦେଶ ସହ ସମ୍ପର୍କ ଠାରୁ ଆରମ୍ଭ କରି କୂଟନୀତି ପର୍ଯ୍ୟନ୍ତ ସବୁ ବିଷୟରେ ଆଲୋଚନା କରୁଥିବା […]

ୱାଶିଂଟନ: ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ​​କେଉଁ ନେତାମାନେ ପ୍ରତିଦ୍ୱନ୍ଦ୍ୱିତା କରିବେ ତହା ଏବେଠୁ ଆକଳନ କରିବା ଭୁଲ ପ୍ରମାଣିତ ହେବ। ତେବେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟିରୁ ପୁଣି ଥରେ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି କ୍ରମରେ, ସେ କ୍ରମାଗତ ଭାବରେ ବିବୃତ୍ତି ମଧ୍ୟ ଦେଉଛନ୍ତି। ନିକଟରେ ଟ୍ରମ୍ପ ବିଭିନ୍ନ ଦେଶ ସହ ସମ୍ପର୍କ ଠାରୁ ଆରମ୍ଭ କରି କୂଟନୀତି ପର୍ଯ୍ୟନ୍ତ ସବୁ ବିଷୟରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଏକ ଲିକ୍ ଭିଡିଓରେ ଟ୍ରମ୍ପଙ୍କୁ ଭାରତ ସମର୍ଥନରେ ଏକ ନୂଆ ସ୍ଲୋଗାନ ଉଠାଇଥିବାର ଦେଖିବାକୁ ମିଳିଛି। 

ଏହି ଲିକ୍ ଡିଡିଓରେ ଦେଖିବାକୁ ମିଳିଛି ଯେ, ଭାରତ ଓ ଆମେରିକାର ସବୁଠାର ଭଲ ବନ୍ଧୁ ବୋଲି କହିଛନ୍ତି ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏକ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ଟ୍ରମ୍ପ ହିନ୍ଦୀରେ କହୁଥିବାର ଶୁଣାଯାଇଛି। ସେ କହିଛନ୍ତି “ଭାରତ ଆଣ୍ଡ ଆମେରିକା ସବ୍‌ସେ ଆଚ୍ଛା ଦୋସ୍ତ।” ଆଗକୁ ନିର୍ବାଚନ ଥିବାରୁ ଟ୍ରମ୍ପ ପୁଣିଥରେ ଭାରତ- ଆମେରିକା ସମ୍ପର୍କକୁ ମଝବୁତ କରିବାକୁ ଚାହୁଁଛନ୍ତି। ଏହା ପୂର୍ବରୁ ଟ୍ରମ୍ପ ଅନେକ ଥର ଭାରତ ସହ ଥିବା ତାଙ୍କ ସମ୍ପର୍କକୁ ବୟାନ କରିସାରିଛନ୍ତି।

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆମେରିକାରେ ରହୁଥିବା ଭାରତୀୟଙ୍କ ସମର୍ଥନ ପାଇବାକୁ ଟ୍ରମ୍ପ ହାଉଡ଼ି ମୋଦୀ କାର୍ଯ୍ଯକ୍ରମ ମାଧ୍ୟମରେ ଭାରତ ପ୍ରତି ନିଜର ଭଲପାଇବା ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସେଠାକୁ ଯାଇ ଟ୍ରମ୍ପଙ୍କ ସମର୍ଥନରେ ପ୍ରଚାର କରିଥିଲେ। ହେଲେ ଏବେ ଭାରତ ସମର୍ଥନରେ ଟ୍ରମ୍ପ ଦେଇଥିବା ବୟାନରେ ସେ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା କୁହାଯାଉଛି।

About The Author: The Sakala