ଶିକ୍ଷା ସେବା ନାମରେ ଠକୁଥିଲା ଫିଟ୍‌-ଜି, ବିପଦରେ ୧୫ ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ଲକ୍ଷ୍ନୌ: ଉଚ୍ଚମାନର ଶିକ୍ଷା ଦାନ ନାମରେ ଛାତ୍ରଛାତ୍ରୀ ଏବଂ ଅଭିବାକଙ୍କଠାରୁ ଫିଟ୍‌-ଜି କୋଚିଂ ସେଣ୍ଟର ବିପୁଳ ଟଙ୍କା ଆଦାୟ କରିଛି। ମାତ୍ର ଛାତ୍ରଛାତ୍ରୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପାଳନ କରିନାହିଁ। ଏହା ପରିବର୍ତ୍ତେ ଆର୍ଥିକ ଠକେଇ, ଆପରାଧିକ ବିଶ୍ବାସଘାତ ଏବଂ ଶୈକ୍ଷିକ ଦୁର୍ନୀତିରେ ଲିପ୍ତ ରହିଥିଲା। ଫିଟ୍‌-ଜି ବର୍ତ୍ତମାନ ବ୍ୟାଚ୍‌ର ଛାତ୍ରଛାତ୍ରୀଙ୍କଠାରୁ ପ୍ରାୟ ୨୦୬ କୋଟି ଟଙ୍କା ଆଦାୟ କରିଥିଲା। କିନ୍ତୁ କୌଣସି ସେବା ପ୍ରଦାନ କରି ନ ଥିଲା। ମୋଟ ୧୪, ୪୧୧ ଛାତ୍ରଛାତ୍ରୀଙ୍କଠାରୁ […]

ଲକ୍ଷ୍ନୌ: ଉଚ୍ଚମାନର ଶିକ୍ଷା ଦାନ ନାମରେ ଛାତ୍ରଛାତ୍ରୀ ଏବଂ ଅଭିବାକଙ୍କଠାରୁ ଫିଟ୍‌-ଜି କୋଚିଂ ସେଣ୍ଟର ବିପୁଳ ଟଙ୍କା ଆଦାୟ କରିଛି। ମାତ୍ର ଛାତ୍ରଛାତ୍ରୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପାଳନ କରିନାହିଁ। ଏହା ପରିବର୍ତ୍ତେ ଆର୍ଥିକ ଠକେଇ, ଆପରାଧିକ ବିଶ୍ବାସଘାତ ଏବଂ ଶୈକ୍ଷିକ ଦୁର୍ନୀତିରେ ଲିପ୍ତ ରହିଥିଲା। ଫିଟ୍‌-ଜି ବର୍ତ୍ତମାନ ବ୍ୟାଚ୍‌ର ଛାତ୍ରଛାତ୍ରୀଙ୍କଠାରୁ ପ୍ରାୟ ୨୦୬ କୋଟି ଟଙ୍କା ଆଦାୟ କରିଥିଲା। କିନ୍ତୁ କୌଣସି ସେବା ପ୍ରଦାନ କରି ନ ଥିଲା। ମୋଟ ୧୪, ୪୧୧ ଛାତ୍ରଛାତ୍ରୀଙ୍କଠାରୁ ଦେୟ ବାବଦକୁ ୨୫୦.୨ କୋଟି ଟଙ୍କା ଆଦାୟ କରି କୋଚିଂ କେନ୍ଦ୍ରକୁ ଫିଟ୍‌-ଜି ବନ୍ଦ କରିଦେଇଛି। ଏଥିରେ ୨୦୨୫-୨୬ ପାଇଁ ୧୮୧. ୮୯ କୋଟି ଟଙ୍କା, ୨୦୨୬-୨୭ ପାଇଁ ୪୭.୪୮ କୋଟି, ୨୦୨୭-୨୮ ପାଇଁ ୧୭.୦୭ କୋଟି ଏବଂ ୨୦୨୮-୨୯ ପାଇଁ ୩.୭୬ କୋଟି ଟଙ୍କା ସାମିଲ ରହିଛି। ଫିଟ୍‌-ଜି ଯୋଗୁଁ ଏବେ ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିପଦରେ ପଡିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଯାଞ୍ଚରୁ ଏହି ତଥ୍ୟ ସାମ୍‌ନାକୁ ଆସିଛି।

ଏହା ପୂର୍ବରୁ ଦୁଇ ଦିନ ତଳେ ଫିଟ୍‌-ଜି ଏବଂ ଏହାର ବରିଷ୍ଠ ପରିଚାଳକଙ୍କ ବିରୋଧରେ ମନି ଲଣ୍ଡରିଂ ନିରୋଧି ଆଇନ (ପିଏମଏଲଏ) ଅଧିନରେ ଇଡି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। କମ୍ପାନୀର ପରିଚାଳକଙ୍କ ନୋଏଡା, ଦିଲ୍ଲୀ ଏବଂ ଗୁରୁଗ୍ରାମ ସମେତ ୭ ଠିକଣାରେ ଚଢ଼ଉ କରିଥିଲା। ଏହା ଶନିବାର ଶେଷ ହୋଇଛି। ଏଥିରେ ଫିଟ୍‌-ଜେଇଇର ନିର୍ଦ୍ଦେଶକ ଡି.କେ ଗୋୟଲ, ସିଇଓ, ସିଓଓ ଏବଂ ସିଏଫଓଙ୍କ ବାସଭବନ ସହିତ ପ୍ରତିଷ୍ଠାନର ଅଫିସରେ ଚଢ଼ଉ କରିଥିଲା। ନୋଏଡା, ଲକ୍ଷ୍ନୌ, ଦିଲ୍ଲୀ, ଭୋପାଳ ଏବଂ ଅନ୍ୟ ସହରରେ ରୁଜୁ ଏତଲା ଆଧାରରେ ଇଡି ଏହି ମାମଲାର ଯାଞ୍ଚ ଆରମ୍ଭ କରିଥିଲା। ଫିଟ-ଜି ଟଙ୍କା ଆଦାୟ କରି ସେବା ଦେଇ ନାହିଁ ବୋଲି ଅଭିଭାବକମାନେ ଅଭିଯୋଗ କରିଥିଲେ। ଇଡି ଚଢ଼ଉରୁ ଅନେକ ଆପତ୍ତିଜନକ କାଗଜପତ୍ର ଏବଂ ଡିଜିଟାଲ ଡିଭାଇସ ଜବତ କରିଛି। ଏହା ବଡ଼ ଧରଣର ଆର୍ଥିକ ଅନିୟମିତତାକୁ ଦର୍ଶାଉଛି। ଆଦାୟ କରାଯାଇଥିବା ଟଙ୍କାକୁ ବ୍ୟକ୍ତିଗତ ଏବଂ ବେଆଇନ ଭାବେ ଅନ୍ୟ କାର୍ଯ୍ୟରେ ବ୍ୟବହାର କରାଯାଇଛି ବୋଲି ଅଭିଯୋଗ ହୋଇଛି। କିନ୍ତୁ ଏହି ଅର୍ଥରୁ ଶିକ୍ଷକଙ୍କୁ ଦରମା ଦିଆଯାଇ ନାହିଁ।

ଏଥିଯୋଗୁଁ ଗାଜିଆବାଦ, ଲକ୍ଷ୍ନୌ, ମିରଟ, ନୋଏଡ଼ା, ପ୍ରୟାଗରାଜ, ଦିଲ୍ଲୀ, ଭୋପାଳ, ଗ୍ବାଲିଅର, ଇନ୍ଦୋର, ଫରିଦାବାଦ, ଗୁରୁଗ୍ରାମ, ମୁମ୍ବାଇ ଆଦି ସହରରେ ଥିବା ୩୨ କୋଚିଂ ସେଣ୍ଟରକୁ ଅଚାନକ ବନ୍ଦ କରିଦିଆଯାଇଥିଲା। ଏହାକୁ ନେଇ ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ତଲାସୀ ସମୟରେ ଇଡି ୧୦ ଲକ୍ଷ ଟଙ୍କା ଏବଂ ୪.୮୯ କୋଟି ଅଳଙ୍କାର ଜବତ କରିଛି। ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ଠକିବା ପାଇଁ ଏହା ସୁନିୟୋଜିତ ଷଡ଼ଯନ୍ତ୍ର ଥିଲା ବୋଲି ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି। ଏବେ ଯାଞ୍ଚ ଜାରି ରହିଛି। ଆଗାମୀ ଦିନରେ ଦୁର୍ନୀତିର ଆହୁରି ଗୁମର ଖୋଲିପାରେ ବୋଲି ଇଡି ପକ୍ଷରୁ କୁହାଯାଇଛି।

About The Author: The Sakala