ପ୍ରଥମ ଫତୱା ଜାରି କଲା ତାଲିବାନ : ଏକାଠି ପାଠ ପଢିପାରିବେ ନାହିଁ ପୁଅ-ଝିଅ

କାବୁଲ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନ ଆରମ୍ଭ କରିଛି ମହିଳା ବିରୋଧୀ ଆଇନ । ଆଫଗାନିସ୍ତାନର ପ୍ରମୁଖ ସ୍ଥଳ କୁହାଯାଉଥିବା ହେରାତରେ କୋ-ଏଜୁକେସନ ହଟାଇବାକୁ ଏଠାକାର ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ଗୋଟିଏ କ୍ଲାସରେ ପୁଅ-ଝିଅ ଏକାଠି ବସି ପାଠ ପଢିପାରିବେ ନାହିଁ । ବିଭିନ୍ନ ବିଶ୍ବବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ସହିତ ଦୀର୍ଘ ୩ ଘଣ୍ଟା ଆଲୋଚନା ପରେ ଏହି ନିର୍ଦ୍ଦେଶ ଦେଇଛି ତାଲିବାନ । ପୂର୍ବରୁ ଆଫଗାନିସ୍ତାନ ବିଶ୍ବବିଦ୍ୟାଳୟର କ୍ଲାସରୁମରେ […]

କାବୁଲ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନ ଆରମ୍ଭ କରିଛି ମହିଳା ବିରୋଧୀ ଆଇନ । ଆଫଗାନିସ୍ତାନର ପ୍ରମୁଖ ସ୍ଥଳ କୁହାଯାଉଥିବା ହେରାତରେ କୋ-ଏଜୁକେସନ ହଟାଇବାକୁ ଏଠାକାର ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ଗୋଟିଏ କ୍ଲାସରେ ପୁଅ-ଝିଅ ଏକାଠି ବସି ପାଠ ପଢିପାରିବେ ନାହିଁ । ବିଭିନ୍ନ ବିଶ୍ବବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ସହିତ ଦୀର୍ଘ ୩ ଘଣ୍ଟା ଆଲୋଚନା ପରେ ଏହି ନିର୍ଦ୍ଦେଶ ଦେଇଛି ତାଲିବାନ ।

ପୂର୍ବରୁ ଆଫଗାନିସ୍ତାନ ବିଶ୍ବବିଦ୍ୟାଳୟର କ୍ଲାସରୁମରେ ଛାତ୍ରଛାତ୍ରୀ ଏକାଠି ବସି ପାଠ ପଢନ୍ତି । କିନ୍ତୁ ତାଲିବାନର ନିର୍ଦ୍ଦେଶ ଅନୁଯାୟୀ ଏଣିକି ଏକାଠି ବସି ପାଠ ପଢିପାରିବେ ନାହିଁ ଛାତ୍ରଛାତ୍ରୀ । ହେରତ ଅଧ୍ୟାପକଙ୍କ କହିବା ଅନୁସାରେ ସରକାରୀ ଶିକ୍ଷାନୁଷ୍ଠାନରେ ଛାତ୍ର ଓ ଛାତ୍ରୀଙ୍କୁ ଅଲଗା ଅଲଗା କ୍ଲାସରୁମରେ ଶିକ୍ଷାଦାନ ସମ୍ଭବ । ମାତ୍ର ଘରୋଇ ଶିକ୍ଷାନୁଷ୍ଠାନରେ କମ ଛାତ୍ରୀ ଥିବାରୁ ଏଠାରେ ଅଲଗା କ୍ଲାସରୁମ ସମ୍ଭବ ନୁହେଁ । ତେବେ ଏଭଳି ସ୍ଥିତିରେ ଆଫଗାନିସ୍ତାନରେ କୋ-ଏଜୁକେସନକୁ ହଟାଇବା ଉଚିତ, ଯେହେତୁ ଏହି ବ୍ୟବସ୍ଥା ସମାଜର ସମସ୍ତ ବିବାଦର ମୂଳ ବୋଲି କହିଛନ୍ତି ଆଫଗାନିସ୍ତାନର ଉଚ୍ଚଶିକ୍ଷା ବିଭାଗର ମୁଖ୍ୟ ମୁଲ୍ଲାହ ଫରିଦ ।

ଖାମା ପ୍ରେସ ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁସାରେ ଆଫଗାନିସ୍ତାନର ହେରାତ ରାଜ୍ୟରେ ତାଲିବାନ ପକ୍ଷରୁ ଏହି ଫତଓ୍ବା ଜାରି କରାଯାଇଛି । ଫତଓ୍ବାରେ କୁହାଯାଇଛି ଯେ ଶିକ୍ଷାନୁଷ୍ଠାନରେ ପୁଅ ଓ ଝିଅ ଏକାଠି ପାଠ ପଢିବା ସବୁ ‘ଅନର୍ଥର ମୂଳ’ । ଏହି ଫତଓ୍ବା ଜାରି ହେବା ପୂର୍ବରୁ ରାଜ୍ୟର ସବୁ ବିଶ୍ବ ବିଦ୍ୟାଳୟର ପ୍ରଫେସର, ଘରୋଇ ଶିକ୍ଷାନୁଷ୍ଠାନର ମୁଖ୍ୟ ଓ ତାଲିବାନ ଅଧିକାରୀମାନଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା । ବୈଠକରେ ଏହି ନିର୍ଦ୍ଦେଶ ସମ୍ପର୍କରେ ତାଲିବାନ ପକ୍ଷରୁ ଜଣାଇଦିଆଯାଇଥିଲା । ଗତ ରବିବାର ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଅଧିକାର କରିନେଇଥିଲା । ଏହାର ଦୁଇଦିନ ପରେ ଅର୍ଥାତ ମଙ୍ଗଳବାରଦିନ ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ସରିଆ କାନୁନ ଅଧୀନରେ ମହିଳା ମାନଙ୍କୁ ପାଠ ପଢିବା ଓ କାମ କରିବାକୁ ସୁଯୋଗ ଦିଆଯିବ ।

About The Author: The Sakala