ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ରଙ୍କ ନାଁରେ ମାମଲା ରୁଜୁ କରିବାକୁ ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ 

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ରଙ୍କ ନାଁରେ ମାମଲା ରୁଜୁ କରିବାକୁ ଦିଲ୍ଲୀ କୋର୍ଟ ନିର୍ଦ୍ଦେଶ  ଦେଇଛନ୍ତି । ସାମାଜିକ ଗଣମାଧ୍ୟମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନକଲି ଭିଡିଓ ପୋଷ୍ଟ କରିଥିଲେ ସମ୍ୱିତ ପାତ୍ର।ଆମ୍ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଏଭଳି ଭିଡିଓ ପୋଷ୍ଟ କରି କେଜ୍ରିଓ୍ୱାଲଙ୍କ ଭାବମୂର୍ତ୍ତିକୁ କ୍ଷତି ପଞ୍ଚାଇବାକୁ ଚେଷ୍ଟା କରାଯାଇଛି । Delhi court orders registration of FIR against BJP leader Sambit Patra […]

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ରଙ୍କ ନାଁରେ ମାମଲା ରୁଜୁ କରିବାକୁ ଦିଲ୍ଲୀ କୋର୍ଟ ନିର୍ଦ୍ଦେଶ  ଦେଇଛନ୍ତି । ସାମାଜିକ ଗଣମାଧ୍ୟମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନକଲି ଭିଡିଓ ପୋଷ୍ଟ କରିଥିଲେ ସମ୍ୱିତ ପାତ୍ର।ଆମ୍ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଏଭଳି ଭିଡିଓ ପୋଷ୍ଟ କରି କେଜ୍ରିଓ୍ୱାଲଙ୍କ ଭାବମୂର୍ତ୍ତିକୁ କ୍ଷତି ପଞ୍ଚାଇବାକୁ ଚେଷ୍ଟା କରାଯାଇଛି ।


ଚଳିତ ବର୍ଷ ଜାନୁଆରୀ ମାସରେ ଆମ ଆଦମୀ ପାର୍ଟି ଭାରତୀୟ ଜନତା ପାର୍ଟି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ରଙ୍କ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନକଲି ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯିବା ନେଇ ଦିଲ୍ଲୀ ପୋଲିସଙ୍କ ନିକଟରେ ଅଭିଯୋଗ ଦାୟର କରିଥିଲେ ।

ଏହି ମାମଲାରେ ସମ୍ୱିତଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦିଲ୍ଲୀ ପୁଲିସ ନିକଟରେ ଦାବି କରିଥିଲେ । ଏହି ବିବାଦୀୟ ଭିଡିଓକୁ ସମ୍ୱିତ ପାତ୍ର ୩୦ ଜାନୁଆରୀରେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଥିଲେ । ଏହି ଭିଡିଓରେ ଏକ ସାକ୍ଷାତକାରର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେଉଁଥିରେ ଅରବିନ୍ଦ କେଜ୍ରିଓ୍ୱାଲ ବିବାଦୀୟ କୃଷି ଆଇନର ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା । ଭିଡିଓରେ ଏହି ବିବାଦୀୟ ୩ କୃଷି ବିଲକୁ କ୍ରାନ୍ତିକାରୀ ବୋଲି କହିଥିଲେ । ପରେ ଏହାର ଦୃଢ଼ ଜବାବ ରଖିଥିଲେଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ ।

About The Author: The Sakala