ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚମନ ଲାଲ ଗୁପ୍ତାଙ୍କ ପରଲୋକ

ନୂଆଦିଲ୍ଲୀ: ଭେଟେରାନ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚମନ ଲାଲ ଗୁପ୍ତାଙ୍କର ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। କରୋନାରୁ ସୁସ୍ଥ ହେବାର କିଛି ଦିନ ପରେ ମଙ୍ଗଳବାର ତାଙ୍କ ନିଜ ବାସଭବନରେ ମୃତ୍ୟୁ ଘଟିଛି। ଏ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କର ଦୁଇ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ସେ ମେ ୫ରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏଥିରୁ ସୁସ୍ଥ ହେବା ପରେ […]

ନୂଆଦିଲ୍ଲୀ: ଭେଟେରାନ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚମନ ଲାଲ ଗୁପ୍ତାଙ୍କର ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। କରୋନାରୁ ସୁସ୍ଥ ହେବାର କିଛି ଦିନ ପରେ ମଙ୍ଗଳବାର ତାଙ୍କ ନିଜ ବାସଭବନରେ ମୃତ୍ୟୁ ଘଟିଛି। ଏ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କର ଦୁଇ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି।

ସେ ମେ ୫ରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏଥିରୁ ସୁସ୍ଥ ହେବା ପରେ ସେ ଘରକୁ ଫେରିଥିଲେ।ଏହାପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଥିଲା ଏବଂ ସେ ଆଜି ସକାଳ ପ୍ରାୟ ୫.୧୦ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ସୂଚନା ଅନୁଯାୟୀ, ୧୯୭୨ ମସିହାରେ ପ୍ରଥମ ଥର ପାଇଁ ସେ ଜମ୍ମୁକଶ୍ମୀରର ବିଧାନସଭା ସଦସ୍ୟ ହୋଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ତାଙ୍କର ରାଜନୈତିକ କ୍ୟାରିୟର। ସେ ୨୦୦୮ ରୁ ୨୦୧୪ ମଧ୍ୟରେ ପୁନର୍ବାର ଜମ୍ମୁକଶ୍ମୀରର ବିଧାନସଭା ସଦସ୍ୟ ହୋଇଥିଲେ।

About The Author: The Sakala