ଆଫଗାନିସ୍ତାନରେ ଫସିରହିଥିବା ଭାରତୀୟଙ୍କୁ ଧରି ଭାରତ ପହଞ୍ଚିଲା ଭାରତୀୟ ବାୟୁସନୋର ସ୍ବତନ୍ତ୍ର ବିମାନ। ୧୨୦ ଜଣ ଭାରତୀୟଙ୍କୁ ନେଇ ଗୁଜୁରାଟର ଜାମନଗରରେ ପହଞ୍ଚିଛି ବାୟୁସେନାର ସ୍ବତନ୍ତ୍ର ବିମାନ ସି-୧୯ ଏୟାରକ୍ରାଫ୍ଟ । ସମସ୍ତ ଜରୁରୀ କାଗଜ ପତ୍ରକୁ ସାଥିରେ ଧରି କାବୁଲ ବିମାନ ବନ୍ଦରରୁ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ବିମାନ। ଭାରତୀୟ ଦୂତାବାସର ସମସ୍ତ କର୍ମଚାରୀ ଓ ସାଧାରଣ ନାଗରିକଙ୍କୁ ମିଶାଇ ପ୍ରାୟ ୧୨୦ ଜଣଙ୍କୁ ସୁରକ୍ଷିତ ଭାବେ ଭାରତ ଅଣାଯଇଉଛି। ଦିନ ୧୧.୪୫ରେ ବାୟୁ ସେନା ବିମାନଟି ଗୁଜୁରାଟର ଜାମନଗରରେ ପହଁଞ୍ଚିଛି।
ସେପଟେ ଆଫଗାନିସ୍ତାନ ସଙ୍କଟ ନେଇ ଆମେରିକା ବିଦେଶ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଏସ୍. ଜୟଶଙ୍କର। ଆଂଟୋନି ବ୍ଲିକନଙ୍କ ସହ କଥା ହେବା ପରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଜୟଶଙ୍କର। କାବୁଲରେ ବିମାନ ଚଳାଚଳ କରିବାର ଆବଶ୍ୟକତା ଥିବା ନେଇ ଆଲୋଚନା କରିଥିଲେ । ଏପଟେ ଆଫଗାନିସ୍ତାନର ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଭିସା ନିୟମରେ ପରିବର୍ତ୍ତନ କରାଯାଇଛି। ଏବେ ଇ ଏମରଜେନ୍ସି ଏକ୍ସ ମିସ୍କ ଭିସା କ୍ୟାଟାଗୋରୀ ତିଆରି ହୋଇଛି। ଏହା ମାଧ୍ୟମରେ ଆଫଗାନିସ୍ତାନରୁ ଆସିବାକୁ ଥିବା ଲୋକଙ୍କୁ ଭିସା ମିଳିପାରିବ।
ଖବର ସରବରାହ ଏଏନଆଉରେ ପ୍ରକାଶିତ ଏକ ଖବର ଅନୁଯାୟୀ, ଭାରତ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଥିବା ସମସ୍ତ ଭାରତୀୟ ସୁରକ୍ଷିତ ସ୍ଥାନରେ ଅଛନ୍ତି। ସମସ୍ତଙ୍କୁ ଭାରତ ଫେରାଇ ଆଣିବାକୁ ଭାରତ ସରକାର ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି। ସମସ୍ତଙ୍କୁ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଭାରତ ଅଣାଯିବା ପାଇଁ ସରକାର ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି ।