‘ଏକ୍ସ’କୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ: ଲେଖିଲେ ‘ମେକ୍‌ ଆମେରିକା ଗ୍ରେଟ୍‌ ଏଗେନ୍‌’ …

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’କୁ ଫେରିଛନ୍ତି ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ ୨୪ ନିର୍ବାଚନ ପାଇଁ ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ଏକ୍ସରେ ସେ ‘ମେକ୍ ଆମେରିକା ଗ୍ରେଟ୍ ଏଗେନ୍’ କ୍ୟାମ୍ପେନକୁ ଜୋରଦାର କରିଛନ୍ତି । ଏହାକୁ ନେଇ ନିଜ ଏକ୍ସରେ ଭିଡିଓ ଜାରି କରିଛନ୍ତି ଟ୍ରମ୍ପ। MAKE AMERICA GREAT AGAIN! https://t.co/MlIKklPSJT pic.twitter.com/yJZmAaahs0 — Donald J. Trump (@realDonaldTrump) August 12, 2024 ଏହାସହିତ ଏକ୍ସର […]

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’କୁ ଫେରିଛନ୍ତି ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ ୨୪ ନିର୍ବାଚନ ପାଇଁ ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ଏକ୍ସରେ ସେ ‘ମେକ୍ ଆମେରିକା ଗ୍ରେଟ୍ ଏଗେନ୍’ କ୍ୟାମ୍ପେନକୁ ଜୋରଦାର କରିଛନ୍ତି । ଏହାକୁ ନେଇ ନିଜ ଏକ୍ସରେ ଭିଡିଓ ଜାରି କରିଛନ୍ତି ଟ୍ରମ୍ପ।

ଏହାସହିତ ଏକ୍ସର ମାଲିକ ମସ୍କଙ୍କ ସହ ମଧ୍ୟ ପ୍ରଥମ ଥର ପାଇଁ ଲାଇଭ ଯୋଗେ ଯୋଡିହୋଇଛନ୍ତି ଟ୍ରମ୍ପ । ତେବେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରାୟ ୪୫ ମିନିଟ ପରେ ଏହି ବାର୍ତ୍ତାଳାପ ଆରମ୍ଭ ହୋଇଥିବା ବେଳେ ୨ ଘଣ୍ଟା ଯାଏଁ ଚାଲିଥିଲା । ଯାହା ପ୍ରାୟ ୨୦୦ ମିଲିୟନ ପାର୍ କରିଛି। ଏନେଇ ନିଜେ ଏକ ପୋଷ୍ଟ ଜାରି କରି ମସ୍କ କହିଛନ୍ତି, ସବୁ ଗଣମାଧ୍ୟମ ଟ୍ରମ୍ପଙ୍କ ଏହାକୁ ବାଦ୍ ଦେବାକୁ ଚାହିଁଛନ୍ତି, ହେଲେ ଏହାର ଦର୍ଶକ ୨୦୦ ମିଲିୟନ ପାର୍ କରିଛି । ତେବେ ୨ ଘଣ୍ଟା ଯାଏଁ ଚାଲିଥିବା ଏହି ଲାଇଭରେ ଟ୍ରମ୍ପ ନିର୍ବାଚନୀ ବିଭିନ୍ନ ବିଷୟ ସହିତ ଅନେକ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ । ପ୍ରଚାର ବେଳେ ତାଙ୍କ ଉପରେ ହୋଇଥିବା ମରଣାତ୍ମକ ଆକ୍ରମଣ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ନିଜର ପ୍ରତିଦ୍ବନ୍ଦ୍ବୀ କମଲା ହାରିସଙ୍କୁ ମଧ୍ୟ ନିଶାନା କରିଛନ୍ତି ଟ୍ରମ୍ପ ।

ଖବର ଅନୁଯାୟୀ, ୨୦୨୩ ପରଠୁ ଟ୍ରମ୍ପ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ କିଛିବ ବି ପୋଷ୍ଟ କରୁନଥିଲେ।

About The Author: The Sakala