ନୂଆଦିଲ୍ଲୀ : ରବିବାର ନିର୍ବାଚନୀ ବଣ୍ଡ ତଥ୍ୟକୁ ସାର୍ବଜନୀନ କରିଛନ୍ତି ନିର୍ବାଚନ କମିଶନ। ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ କେଉଁ କେଉଁ ରାଜନୈତିକ ଦଳଗୁଡିକୁ କେତେ ଅର୍ଥ ମିଳିଛି ଏସବୁର ତଥ୍ୟ ୱେବସାଇଟରେ ଅପଲୋଡ କରିଛନ୍ତି ନିର୍ବାଚନ କମିଶନ। ଏହି ସମସ୍ତ ତଥ୍ୟ ୨୦୧୯ ନିର୍ବାଚନ ପୂର୍ବର ବୋଲି କୁହାଯାଉଛି। ଏହାର ପର ସମୟର ତଥ୍ୟକୁ ଆୟୋଗ ଗୁରୁବାର ପ୍ରକାଶ କରିଥିଲେ।
ମାନ୍ୟବର ଉଚ୍ଚତମ ନ୍ୟାୟାଳୟର ରେଜିଷ୍ଟ୍ରି ସିଲ୍ କଭରରେ ଥିବା ଏକ ପେନ୍ ଡ୍ରାଇଭରେ ଡିଜିଟାଇଜଡ୍ ରେକର୍ଡ ସହିତ ହାର୍ଡ କପି ଆୟୋଗକୁ ପ୍ରଦାନ କରିଥିଲେ। ଆୟୋଗ ଏହି ରେକର୍ଡକୁ ନିଜର ୱେବସାଇଟରେ ଅପଲୋଡ୍ କରିଛନ୍ତି। ୱେବସାଇଟରେ ନିର୍ବାଚନ ବଣ୍ଡ ଅପଲୋଡ଼ ଖବର ଆୟୋଗ ଏକ ବିବୃତ୍ତିରେ କହିଛନ୍ତି। ଲୋକ ସଭା ନିର୍ବାଚନ ଘୋଷଣାର ଗୋଟିଏ ଦିନ ପରେ ଆୟୋଗ ଏହି ତଥ୍ୟ ପ୍ରକାଶ କରିଛନ୍ତି। ଏପ୍ରିଲ ୧୯ ତାରିଖରୁ ଜୁନ ୧ ତାରିଖ ମଧ୍ୟରେ ସାତୋଟି ପର୍ୟ୍ୟାୟରେ ନିର୍ବାଚନ ଆୟୋଜିତ ହେବ।