ମେଣ୍ଟ କରିବେ ବିଜେପି – ବିଦ୍ରୋହୀ : ଗତକାଲି ରାତିରେ ଫଡନବୀସଙ୍କୁ ଭେଟିଛନ୍ତି ଏକନାଥ ସିନ୍ଧେ

ମୁମ୍ବାଇ : କାହା ପାଇଁ ମହାରାଷ୍ଟ୍ରରେ ଚାଲିଥିବା ଶକ୍ତି ସଂଗ୍ରାମ ସାଂଘାତିକ ପ୍ରମାଣିତ ହେବ, ତାହା କେବଳ ସମୟ କହିବ। କିନ୍ତୁ ଏକନାଥ ସିନ୍ଧେ କ୍ରମାଗତ ଭାବରେ ଉଦ୍ଧବ ସରକାରଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି। ଉଭୟ ବିଦ୍ରୋହୀ ଓ ଉଦ୍ଧବ ଠାକରେ ଶକ୍ତି ପ୍ରଦର୍ଶନରେ ଲାଗିଛନ୍ତି । ଏହାରି ମଧ୍ୟରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଧେ ବିଜେପି ନେତା ତଥା ପୂର୍ବତନ ମହାରାଷ୍ଟ୍ର […]

ମୁମ୍ବାଇ : କାହା ପାଇଁ ମହାରାଷ୍ଟ୍ରରେ ଚାଲିଥିବା ଶକ୍ତି ସଂଗ୍ରାମ ସାଂଘାତିକ ପ୍ରମାଣିତ ହେବ, ତାହା କେବଳ ସମୟ କହିବ। କିନ୍ତୁ ଏକନାଥ ସିନ୍ଧେ କ୍ରମାଗତ ଭାବରେ ଉଦ୍ଧବ ସରକାରଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି। ଉଭୟ ବିଦ୍ରୋହୀ ଓ ଉଦ୍ଧବ ଠାକରେ ଶକ୍ତି ପ୍ରଦର୍ଶନରେ ଲାଗିଛନ୍ତି । ଏହାରି ମଧ୍ୟରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଧେ ବିଜେପି ନେତା ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ଗତକାଲି ରାତିରେ ଭେଟିଛନ୍ତି । ବଡୋଦରାରେ କାଲି ରାତିରେ ହୋଇଥିବା ଏହି ଭେଟଘାଟରେ ସରକାର ଗଠନ ନେଇ ଚର୍ଚ୍ଚା ହୋଇଥିଲା ବୋଲି ଜଣାପଡିଛି। ତେବେ ସବୁଠୁ ବଡ କଥା ହେଉଛି ବଡ଼ୋଦରାରେ ଦୁହେଁ ବୈଠକ କରିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସେହି ସମୟରେ ବଡୋଦରାରେ ଥିଲେ ବୋଲି ଆଲୋଚନା ହେଉଛି। ତେବେ ଅମିତ ଶାହା ଏହି ବୈଠକରେ ସାମିଲ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ।

ଗତକାଲି ଗୁପ୍ତ ଭାବେ ମହାରାଷ୍ଟ୍ରର ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଏବଂ ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଧେ ଭେଟିବା ଖବର ସାମ୍ନାକୁ ଆସିବା ପରେ ଏବେ ରାଜନୈତିକ ମହଲରେ ଆଲୋଚନା ତୀବ୍ର ହୋଇଛି ଯେ ଶିବସେନାରେ ବିଦ୍ରୋହ ହେବା ପରେ ସିନ୍ଦେ ଶୀଘ୍ର ବିଜେପିକୁ ସମର୍ଥନ କରୁଥିବା ଘୋଷଣା କରିପାରନ୍ତି। ସୂତ୍ରରୁ ପ୍ରକାଶ ଯେ ‌ସିନ୍ଦେ ଓ ଫଡନାଭିସ ବୈଠକ କରିିବା ପରେ ମହାରାଷ୍ଟ୍ରରେ ସିନ୍ଦେଙ୍କ ସମର୍ଥନରେ ସରକାର ଗଠନ ପାଇଁ ବିଜେପି ପ୍ରସ୍ତୁତିକୁ ଜୋରଦାର କରିଛି।

ମିଳିଥିବା ସୂଚନା ଅନୁସାରେ ଆସାମର ଗୌହାଟୀରେ ୩୮ବିଦ୍ରୋହୀ ଶିବସେନା ବିଧାୟକଙ୍କ ସହ କ୍ୟାମ୍ପ କରିଥିବା ଏକନାଥ ସିନ୍ଧେ ମଧ୍ୟ ଗୁଜୁରାଟକୁ ଯାଇ ବଡ଼ୋଦରାଠାରେ ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଛନ୍ତି। ସୂଚନା ଅନୁସାରେ ଦେବେନ୍ଦ୍ର ଫଡନାଭିସ୍ ରାତି ୧୦.୩୦ରେ ବୈଠକ ପାଇଁ ମୁମ୍ବାଇ ଛାଡିଥିଲେ ଓ ଚାର୍ଟର ବିମାନରେ ବଡୋଦରାରେ ପହଞ୍ଚିଥିଲେ। ଏକନାଥ ସିନ୍ଦେ ଗୌହାଟୀରୁ ବଡ଼ୋଦରା ଅଭିମୁଖେ ଯାତ୍ରା କରିଥିଲେ।  ଏହା ପରେ ରାତି ୨ଟା ବେଳେ ଦୁଇ ନେତାଙ୍କ ମଧ୍ୟରେ ବୈଠକ ହୋଇଥିଲା। ଏହା ମଧ୍ୟ ସାମ୍ନାକୁ ଆସୁଛି ଯେ ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ଦୁଇ ଘଣ୍ଟା ଧରି କଥାବାର୍ତ୍ତା ହୋଇଥିଲା। ଯଦି ଏହି ତଥ୍ୟ ପକ୍କା ହୋଇଥାଏ ତେବେ ବିଜେପି ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ପ୍ରସ୍ତୁତ ହେଲାଣି।

About The Author: The Sakala