ପିଏମ୍‌ଏଲ୍‌ଏ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ମାମଲା ବିଚାରାଧୀନ ଥିଲେ ଗିରଫ କରିପାରିବନି ଇଡି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ବଡ଼ ରାୟ ଦେଇଛନ୍ତି। ସ୍ବତନ୍ତ୍ର ଅଦାଲତଙ୍କ ଦ୍ବାରା ମନି ଲଣ୍ଡରିଂ ନିରୋଧୀ ଆଇନ (ପିଏମ୍‌ଏଲ୍‌ଏ) ମାମଲାର ସ୍ବତଃ ସଜ୍ଞାନ(କଗ୍ନିଜେନ୍ସ)ନିଆଯିବା ପରେ ଅଭିଯୁକ୍ତ ଅଦାଲତଙ୍କ ସମନ ପାଇ ଯଦି ହାଜର ହୁଅନ୍ତି ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ପିଏମ୍‌ଏଲ୍‌ଏ ଧାରା ୧୯ ଅନୁଯାୟୀ ଗିରଫ କରିପାରିବ ନାହିଁ ବୋଲି ନ୍ୟାୟମୂର୍ତ୍ତି ଅଭୟ ଏସ ଓକା ଓ ନ୍ୟାୟମୂର୍ତ୍ତି ଉଜ୍ଜ୍ବଳ ଭୁୟାଁଙ୍କ ଖଣ୍ଡପୀଠ କହିଛନ୍ତି। ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ମନି ଲଣ୍ଡରିଂ ମାମଲାରେ […]

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ବଡ଼ ରାୟ ଦେଇଛନ୍ତି। ସ୍ବତନ୍ତ୍ର ଅଦାଲତଙ୍କ ଦ୍ବାରା ମନି ଲଣ୍ଡରିଂ ନିରୋଧୀ ଆଇନ (ପିଏମ୍‌ଏଲ୍‌ଏ) ମାମଲାର ସ୍ବତଃ ସଜ୍ଞାନ(କଗ୍ନିଜେନ୍ସ)ନିଆଯିବା ପରେ ଅଭିଯୁକ୍ତ ଅଦାଲତଙ୍କ ସମନ ପାଇ ଯଦି ହାଜର ହୁଅନ୍ତି ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ପିଏମ୍‌ଏଲ୍‌ଏ ଧାରା ୧୯ ଅନୁଯାୟୀ ଗିରଫ କରିପାରିବ ନାହିଁ ବୋଲି ନ୍ୟାୟମୂର୍ତ୍ତି ଅଭୟ ଏସ ଓକା ଓ ନ୍ୟାୟମୂର୍ତ୍ତି ଉଜ୍ଜ୍ବଳ ଭୁୟାଁଙ୍କ ଖଣ୍ଡପୀଠ କହିଛନ୍ତି। ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ମନି ଲଣ୍ଡରିଂ ମାମଲାରେ କୌଣସି ଅଭିଯୁକ୍ତଙ୍କୁ ତଦନ୍ତ ବେଳେ ଯଦି ଇଡି ଗିରଫ କରିନାହିଁ ଓ ଆରୋପପତ୍ର (ଚାର୍ଜସିଟ୍) ଦାଖଲ ପରେ ଅଦାଲତଙ୍କ ସମନ ପାଇ ସେହି ବ୍ୟକ୍ତି ଯଦି ହାଜର ହୁଅନ୍ତି ତେବେ ତାଙ୍କୁ ଇଡି ଗିରଫ କରିପାରିବ ନାହିଁ। ପୁଣି ତାଙ୍କ କ୍ଷେତ୍ରରେ ପିଏମ୍‌ଏଲ୍‌ଏ ଧାରା ୪୫ ଅନୁଯାୟୀ ଜାମିନର ଦ୍ବୈତ ସର୍ତ୍ତ ପୂରଣ କରିବା ଆବଶ୍ୟକ ହେବନି। ପୁଣି ଯେଉଁ ଅଭିଯୁକ୍ତ ଅଦାଲତଙ୍କ ସମନ ଅନୁପାଳନ କରି ଅଦାଲତରେ ହାଜର ହୁଅନ୍ତି ତାଙ୍କୁ ଜାମିନ ପାଇଁ ଆବେଦନ କରିବାକୁ ପଡ଼ିବ ନାହିଁ। ଇଡି ଯଦି ସେହି ବ୍ୟକ୍ତିଙ୍କୁ ହେପାଜତରେ ନେବାକୁ ଚାହିଁବ ତେବେ ସେଥିପାଇଁ ସଂପୃକ୍ତ ଅଦାଲତରେ ଆବେଦନ କରିବ। ଅଭିଯୁକ୍ତଙ୍କୁ ଜେରା କରିବାର ଅନିର୍ବାଯ୍ୟତା ନେଇ ଇଡି ଯଦି ଅକାଟ୍ୟ ପ୍ରମାଣ ଦେବାକୁ ସକ୍ଷମ ହୁଏ ତେବେ ଅଦାଲତ ଅଭିଯୁକ୍ତଙ୍କୁ ହେପାଜତରେ ନେବାକୁ ଇଡିକୁ ଅନୁମତି ଦେଇପାରିବେ। ସୁପ୍ରିମ୍‌କୋର୍ଟଙ୍କ ଏହି ନିର୍ଣ୍ଣୟକୁ ଏକ ଗୁରୁତ୍ବପୂର୍ଣ୍ଣ ରାୟ ବୋଲି ଆଇନଜ୍ଞମାନେ ମତ ଦେଇଛନ୍ତି।

About The Author: The Sakala