ଜାପାନରେ ଭୟଙ୍କର ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ

ଟୋକିଓ: ଜାପାନରେ ଭୂମିକମ୍ପ । ଥରି ଉଠିଲା ଦକ୍ଷିଣ-ପୂର୍ବ ଟୋକିଓ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ଶୁକ୍ରବାର ଅପରାହ୍ନ ୩ଟା ୩୩ ମିନିଟ୍ ଭୂମିକମ୍ପ ଝଟକା ଲାଗିଛି । ସେପଟେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ରିପୋର୍ଟ ମୁତାବକ, ଶୁକ୍ରବାର ଜାପାନର ରାଜଧାନୀ ଟୋକିଓରେ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳି ଟୋକିଓ ଠାରୁ ୧୦୬ କିଲୋମିଟର ଦକ୍ଷିଣ-ପୂର୍ବରେ ରହିଛି […]

ଟୋକିଓ: ଜାପାନରେ ଭୂମିକମ୍ପ । ଥରି ଉଠିଲା ଦକ୍ଷିଣ-ପୂର୍ବ ଟୋକିଓ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ଶୁକ୍ରବାର ଅପରାହ୍ନ ୩ଟା ୩୩ ମିନିଟ୍ ଭୂମିକମ୍ପ ଝଟକା ଲାଗିଛି । ସେପଟେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ରିପୋର୍ଟ ମୁତାବକ, ଶୁକ୍ରବାର ଜାପାନର ରାଜଧାନୀ ଟୋକିଓରେ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳି ଟୋକିଓ ଠାରୁ ୧୦୬ କିଲୋମିଟର ଦକ୍ଷିଣ-ପୂର୍ବରେ ରହିଛି । ସେହିପରି ଭୂପୃଷ୍ଠରୁ ୬୫ କିଲୋମିଟର ଗଭୀରତାରେ ରହିଛି କେନ୍ଦ୍ରସ୍ଥଳି । ତେବେ ଭୂମିକମ୍ପ ପରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ କୌଣସି ସୁନାମୀ ସତର୍କତା ଜାରି କରାଯାଇନାହିଁ ।

About The Author: The Sakala