ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବେ ଜନସନ

ଲସ୍ ଆଞ୍ଜେଲସ: ଆମେରିକାର ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲଢିପାରନ୍ତି ଫାଷ୍ଟ ଆଣ୍ଡ ଫ୍ୟୁରିଅସ ଅଭିନେତା ଡ୍ବେନ୍ ଜନସନ। ‘ଦ ରକ୍’ ନାମରେ ପରିଚିତ ଏହି ପ୍ରସିଦ୍ଧ ହଲିଉଡ୍ ଅଭିନେତା ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ନେଇ ଆମେରିକା ଲୋକଙ୍କ ମଧ୍ୟରେ ଏକ ସର୍ଭେ କରିଥିଲେ। ଏଥିରେ ଆମେରିକାର ପ୍ରାୟ ଅଧା ଲୋକ ଜନସନଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ ଦେଇଥିଲେ। ଡବ୍ଲୁଡବ୍ଲୁଇ ରେସଲରରୁ ଅଭିନେତା ସାଜିଥିବା ଜନସନ୍ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ ଅତିକମରେ ୪୬ ପ୍ରତିଶତ […]

ଲସ୍ ଆଞ୍ଜେଲସ: ଆମେରିକାର ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲଢିପାରନ୍ତି ଫାଷ୍ଟ ଆଣ୍ଡ ଫ୍ୟୁରିଅସ ଅଭିନେତା ଡ୍ବେନ୍ ଜନସନ। ‘ଦ ରକ୍’ ନାମରେ ପରିଚିତ ଏହି ପ୍ରସିଦ୍ଧ ହଲିଉଡ୍ ଅଭିନେତା ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ନେଇ ଆମେରିକା ଲୋକଙ୍କ ମଧ୍ୟରେ ଏକ ସର୍ଭେ କରିଥିଲେ। ଏଥିରେ ଆମେରିକାର ପ୍ରାୟ ଅଧା ଲୋକ ଜନସନଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ ଦେଇଥିଲେ। ଡବ୍ଲୁଡବ୍ଲୁଇ ରେସଲରରୁ ଅଭିନେତା ସାଜିଥିବା ଜନସନ୍ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ ଅତିକମରେ ୪୬ ପ୍ରତିଶତ ଆମେରିକୀୟ ଡ୍ବେନ ‘ଦ ରକ୍’ ଜନସନଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ କରିବେ। ଯଦି ଏହା କେବେ ସତ ହୁଏ ତେବେ ଲୋକଙ୍କ ସେବା କରିବା ତାଙ୍କ ପାଇଁ ସମ୍ମାନର ବିଷୟ ହେବ ବୋଲି ଜନସନ କହିଛନ୍ତି। ସେ ପ୍ରଥମ ଥର ପାଇଁ ଏଭଳି ଇଚ୍ଛା ପ୍ରକଟ କରିନାହାନ୍ତି। ଏହା ପୂର୍ବରୁ ୨୦୧୭ରେ ସେ ରାଷ୍ଟ୍ରପତି ପଦ ପାଇଁ ଦାବି ଉପସ୍ଥାପନ କରିବାକୁ ଗୁରୁତର ସହ ବିଚାର କରୁଛନ୍ତି ବୋଲି କହିଥିଲେ।

About The Author: The Sakala