ଇଡି ଗିରଫଦାରି ବିରୋଧରେ କେଜ୍ରିୱାଲଙ୍କ ଆବେଦନର ଆଜି ଶୁଣାଣି କରିବେ ହାଇକୋର୍ଟ

ନୂଆଦିଲ୍ଲୀ : ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ତାଙ୍କ ଗିରଫଦାରି ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଆଜି ଶୁଣାଣି କରିବେ। ଜଷ୍ଟିସ ସ୍ୱର୍ଣ୍ଣକାନ୍ତ ଶର୍ମାଙ୍କ ଖଣ୍ଡପୀଠ ପୂର୍ବାହ୍ନ ୧୦ଟାରେ ଏହି ମାମଲାର ଶୁଣାଣି କରିବ। ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ପରଦିନ ଟ୍ରାଏଲ କୋର୍ଟ ତାଙ୍କୁ ମାର୍ଚ୍ଚ ୨୮ ପର୍ୟ୍ୟନ୍ତ ଇଡି ହାଜତକୁ ପଠାଇଥିଲେ। ତାଙ୍କ ଗିରଫଦାରିକୁ ଚ୍ୟାଲେଞ୍ଜ […]

ନୂଆଦିଲ୍ଲୀ : ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ତାଙ୍କ ଗିରଫଦାରି ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଆଜି ଶୁଣାଣି କରିବେ। ଜଷ୍ଟିସ ସ୍ୱର୍ଣ୍ଣକାନ୍ତ ଶର୍ମାଙ୍କ ଖଣ୍ଡପୀଠ ପୂର୍ବାହ୍ନ ୧୦ଟାରେ ଏହି ମାମଲାର ଶୁଣାଣି କରିବ।

ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ପରଦିନ ଟ୍ରାଏଲ କୋର୍ଟ ତାଙ୍କୁ ମାର୍ଚ୍ଚ ୨୮ ପର୍ୟ୍ୟନ୍ତ ଇଡି ହାଜତକୁ ପଠାଇଥିଲେ। ତାଙ୍କ ଗିରଫଦାରିକୁ ଚ୍ୟାଲେଞ୍ଜ କରି କେଜ୍ରିୱାଲ ହାଇକୋର୍ଟରେ ଆବେଦନ କରିଥିଲେ। ତାଙ୍କ ଗିରଫ ଓ ରିମାଣ୍ଡ ବେଆଇନ । ତେଣୁ ତାଙ୍କୁ ତୁରନ୍ତ ମୁକ୍ତ କରାଯାଉ ବୋଲି କେଜ୍ରିୱାଲ ତାଙ୍କ ଆବେଦନରେ ଯୁକ୍ତି କରିଛନ୍ତିି। ମାର୍ଚ୍ଚ ୨୪ ସୁଦ୍ଧା ଏହି ପିଟିସନରେ ଶୁଣାଣି ପାଇଁ ଦାବି କରାଯାଇଥିଲା । ତେବେ ହୋଲି ଛୁଟି କାରଣରୁ କୋର୍ଟ ଏହାର ତୁରନ୍ତ ଶୁଣାଣି ପାଇଁ ତୁରନ୍ତ ମନା କରିଦେଇଥିଲେ। କେଜ୍ରିୱାଲ ସୁପ୍ରିମକୋର୍ଟରେ ତାଙ୍କ ଗିରଫଦାରିକୁ ମଧ୍ୟ ଚ୍ୟାଲେଞ୍ଜ କରିଥିଲେ । କିନ୍ତୁ ଶୁଣାଣି ପୂର୍ବରୁ ତାଙ୍କ ପିଟିସନ ପ୍ରତ୍ୟାହାର କରି ନେଇଥିଲେ।

About The Author: The Sakala