ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ, ଦୁର୍ବୃତ୍ତ ଗିରଫ…

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ। ଜନଶୁଣାଣି ବେଳେ ଦୁର୍ବୃତ୍ତ ଚାପୁଡ଼ା ମାରିବା ସହ ଚୁଟି ଟାଣିବାକୁ ଚେଷ୍ଟା କରିଥିଲେ। ବୁଧବାର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ଜନଶୁଣାଣି କରୁଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣ ପାଇଁ ପୋଲିସ ୩୫ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଦିଲ୍ଲୀ ପୋଲିସ କହିବା ଅନୁଯାୟୀ, ଜନଶୁଣାଣିରେ ଉପସ୍ଥିତ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତଙ୍କୁ ଚାପୁଡ଼ା ମାରିଥିଲେ ଏବଂ ତାଙ୍କ ଚୁଟିକୁ ଟାଣିବାକୁ […]

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ। ଜନଶୁଣାଣି ବେଳେ ଦୁର୍ବୃତ୍ତ ଚାପୁଡ଼ା ମାରିବା ସହ ଚୁଟି ଟାଣିବାକୁ ଚେଷ୍ଟା କରିଥିଲେ। ବୁଧବାର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ଜନଶୁଣାଣି କରୁଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣ ପାଇଁ ପୋଲିସ ୩୫ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଦିଲ୍ଲୀ ପୋଲିସ କହିବା ଅନୁଯାୟୀ, ଜନଶୁଣାଣିରେ ଉପସ୍ଥିତ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତଙ୍କୁ ଚାପୁଡ଼ା ମାରିଥିଲେ ଏବଂ ତାଙ୍କ ଚୁଟିକୁ ଟାଣିବାକୁ ଚେଷ୍ଟା କରିଥିଲେ।

ଏହି ସମ୍ପର୍କରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ କହିଛି ଯେ, ଜନଶୁଣାଣି ସମୟରେ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ କରିଥିଲେ। ଅଭିଯୁକ୍ତକୁ ଦିଲ୍ଲୀ ପୁଲିସ ଗିରଫ କରିଛି ଏବଂ ପଚରାଉଚରା କରୁଛି। ସେହି ସମୟରେ, ଦିଲ୍ଲୀ ପୋଲିସ ସୂଚନା ଦେଇଛି ଯେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଜନଶୁଣାଣି ସମୟରେ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ସିଭିଲ୍ ଲାଇନ୍ସ ପୋଲିସ ଷ୍ଟେସନକୁ ନିଆଯାଇଛି ଏବଂ ଅଭିଯୁକ୍ତକୁ ପଚରାଉଚରା କରାଯାଉଛି। ଆକ୍ରମଣକାରୀ ପ୍ରଥମେ ରେଖା ଗୁପ୍ତାଙ୍କୁ ଏକ କାଗଜ ଦେଇଥିଲେ। ତା’ପରେ ତାଙ୍କୁ ହଠାତ୍ ଚାପୁଡ଼ା ମାରିଥିଲେ। ତାଙ୍କ ଚୁଟି ଟାଣିବାକୁ ଚେଷ୍ଟା କରିବା ବେଳେ ତାଙ୍କୁ ଆୟତ୍ତ କରିଥିଲେ ସୁରକ୍ଷା କର୍ମୀ। ଏମିତିକି ଅଭିଯୁକ୍ତ ରେଖା ଗୁପ୍ତାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ। ଘଟଣା ପରେ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

About The Author: The Sakala