ମିଆଁମାର ଭୂକମ୍ପ: ମୃତ୍ୟୁସଂଖ୍ୟା ୧୬୪୪କୁ ବୃଦ୍ଧି, ୩୫ ଶହରୁ ଉର୍ଦ୍ଧ୍ବ ଆହତ; ଏବେ ବି ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ମିଆଁମାର ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୬୪୪କୁ ବୃଦ୍ଧି ପାଇଲାଣି । ୩୫୦୦ରୁ ଉର୍ଦ୍ଧ୍ବ ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଧ୍ବଂସ ସ୍ତୁପ ତଳୁ ଏବେ ବି ଚାଲିଛି ଜୀବନ ଖୋଜା । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଏମିତି ସ୍ଥିତିରେ ମୃତ୍ଯୁସଂଖ୍ଯା ୧୦ ହଜାର ଟପିବ ବୋଲି ଆଶଙ୍କା କରାଯାଉଛି । ଗତ ୨୮ତାରିଖରେ ଲଗାତାର ୨ଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା ଭୂକମ୍ପ ଝଟକା ପରେ ଦେଶର ଦ୍ବିତୀୟ ବୃହତ୍ତମ […]

ନୂଆଦିଲ୍ଲୀ: ମିଆଁମାର ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୬୪୪କୁ ବୃଦ୍ଧି ପାଇଲାଣି । ୩୫୦୦ରୁ ଉର୍ଦ୍ଧ୍ବ ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଧ୍ବଂସ ସ୍ତୁପ ତଳୁ ଏବେ ବି ଚାଲିଛି ଜୀବନ ଖୋଜା । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଏମିତି ସ୍ଥିତିରେ ମୃତ୍ଯୁସଂଖ୍ଯା ୧୦ ହଜାର ଟପିବ ବୋଲି ଆଶଙ୍କା କରାଯାଉଛି ।

ଗତ ୨୮ତାରିଖରେ ଲଗାତାର ୨ଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା ଭୂକମ୍ପ ଝଟକା ପରେ ଦେଶର ଦ୍ବିତୀୟ ବୃହତ୍ତମ ସହର ତଥା ଭୂମିକମ୍ପର କେନ୍ଦ୍ରସ୍ଥଳ ମଣ୍ଡାଲେରେ ଉଦ୍ଧାରକାରୀମାନେ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି।

ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ୯୦୦ କିଲୋମିଟର ଦୂରରେ ଅବସ୍ଥିତ ବ୍ୟାଙ୍କକ୍ ମଧ୍ୟ ଏହାର ପ୍ରଭାବ ଅନୁଭବ କରିଥିଲା, ଯାହା ଫଳରେ ଅନେକ ଐତିହାସିକ ନିର୍ମାଣ ଏବଂ ପୋଲ ଭୁଶୁଡ଼ି ପଡ଼ିଥିଲା। ଭୂମିକମ୍ପ ଯୋଗୁଁ ଥାଇଲାଣ୍ଡରେ ବି ନାହିଁ ନଥିବା କ୍ଷତି କରିଛି ଭୂକମ୍ପ । ଧୂଳିସାତ ହୋଇଛି ଅନେକ କୋଠା ଓ ବ୍ରିଜ । ରାଜଧାନୀ ବ୍ୟାଙ୍କକରେ ୨ ହଜାରରୁ ଅଧିକ କୋଠା କ୍ଷତିଗ୍ରସ୍ତ ହୋଇଛି । ବ୍ୟାଙ୍କକର ଚାଟୁଛକ ମାର୍କେଟରେ ୧୦୦ରୁ ଅଧିକ ଶ୍ରମିକ ପୋତି ହୋଇଥିବା ଆଶଙ୍କା କରାଯାଉଛି ।

ମିଆଁମାରକୁ ସହାୟତାର ହାତ ବଢ଼ାଇଛି ଭାରତ । ‘ଅପରେସନ ବ୍ରହ୍ମା’ରେ ମିଆଁମାରକୁ ଭାରତ ପଠାଇଛି ଔଷଧ, ଖାଦ୍ୟ ପଦାର୍ଥ ସମେତ ୧୫ ଟନ ରିଲିଫ ସାମଗ୍ରୀ । ସେହିପରି ଆଇଏନଏସ ସତପୁରା ଓ ଆଇଏନଏସ ସାବିତ୍ରୀରେ ପଠାଯାଇଛି ୪୦ ଟନ ସାମଗ୍ରୀ । ବାୟୁସେନା ବାହିନୀର ସି-୧୩୦ ଏୟାରକ୍ରାଫରେ ବି ଯାଇଛନ୍ତି ୪୦ ଜଣ ଏନଡିଆରଏଫ ଯବାନ । ମିଆଁମାରକୁ ସହାୟତା ପ୍ରଦାନ ଲାଗି ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଜାତିସଂଘ ପକ୍ଷରୁ ୫ ନିୟୁତ ଡଲାର ସହାୟତା ଦିଆଯାଇଛି ।

About The Author: The Sakala