ଆମେରିକାରେ ସଙ୍କଟ, ଗୋଟିଏ ଚାକିରିରେ ଚଳି ପାରୁନାହାନ୍ତି ଲୋକେ

ୱାଶିଂଟନ:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଦ୍ବିତୀୟ କାର୍ଯ୍ୟକାଳରେ ଗୋଟିଏ ପରେ ଗୋଟିଏ ବିବାଦୀୟ ନିଷ୍ପତ୍ତି ନାଗରିକଙ୍କ ଚିନ୍ତା ବଢ଼ାଇ ଦେଉଛନ୍ତି। ସେ ବିଶ୍ବର ଅନେକ ଦେଶ ଉପରେ ରେସିପ୍ରୋକାଲ (ଯେସାକୁ ତେସା) ଶୁଳ୍କ ଲାଗୁ କରିଛନ୍ତି। ଏହା ଦ୍ବାରା ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଯାଇଛି। ତେବେ ଚୀନ୍ ବ୍ୟତୀତ ଅନ୍ୟ ଦେଶଗୁଡ଼ିକୁ ପାଇଁ ଏହି ଶୁଳ୍କ ଲାଗୁ ହେବାର ଅବଧିକୁ ଟ୍ରମ୍ପ ୯୦ ଦିନ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏହି ଶୁଳ୍କ ଯୋଗୁଁ ବିଶ୍ବ ମାନ୍ଦାବସ୍ଥାରେ […]

ୱାଶିଂଟନ:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଦ୍ବିତୀୟ କାର୍ଯ୍ୟକାଳରେ ଗୋଟିଏ ପରେ ଗୋଟିଏ ବିବାଦୀୟ ନିଷ୍ପତ୍ତି ନାଗରିକଙ୍କ ଚିନ୍ତା ବଢ଼ାଇ ଦେଉଛନ୍ତି। ସେ ବିଶ୍ବର ଅନେକ ଦେଶ ଉପରେ ରେସିପ୍ରୋକାଲ (ଯେସାକୁ ତେସା) ଶୁଳ୍କ ଲାଗୁ କରିଛନ୍ତି। ଏହା ଦ୍ବାରା ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଯାଇଛି। ତେବେ ଚୀନ୍ ବ୍ୟତୀତ ଅନ୍ୟ ଦେଶଗୁଡ଼ିକୁ ପାଇଁ ଏହି ଶୁଳ୍କ ଲାଗୁ ହେବାର ଅବଧିକୁ ଟ୍ରମ୍ପ ୯୦ ଦିନ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏହି ଶୁଳ୍କ ଯୋଗୁଁ ବିଶ୍ବ ମାନ୍ଦାବସ୍ଥାରେ ପଡ଼ିପାରେ ଏବଂ ମୁଦ୍ରାସ୍ଫୀତି ବୃଦ୍ଧି ପାଇପାରେ ବୋଲି ଆଶଙ୍କା ରହିଛି। ଆମେରିକୀୟଙ୍କ ଉପରେ ଏହାର ପ୍ରଭାବ ପଡ଼ିବା ଆରମ୍ଭ ହୋଇଗଲାଣି। ଦିନକୁ ଦିନ ଲୋକଙ୍କ ସଙ୍କଟ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଯାଇଛି ଯେ ସେ ଗୋଟିଏ ଚାକିରି କରି ଆଉ ଲୋକେ ପରିବାର ପ୍ରତିପୋଷଣ କରିପାରୁନାହାଁନ୍ତି। ପରିବାର ଚଳାଇବା ପାଇଁ ଲୋକଙ୍କୁ ଏକାଧିକ ଚାକିରି କରିବାକୁ ପଡୁଛି। ଏହି ସଂଖ୍ୟା ଏବେ ରେକର୍ଡ ସ୍ତରରେ ପହଞ୍ଚି ଯାଇଛି। ଦେଶରେ ଏକାଧିକ ଚାକିରି କରୁଥିବା ଲୋକଙ୍କ ସଂଖ୍ୟା ମାର୍ଚ୍ଚ ମାସରେ ୭୬,୦୦୦ ବୃଦ୍ଧି ପାଇ ରେକର୍ଡ ୮.୯୪ ନିୟୁତରେ ପହଞ୍ଚି ଯାଇଛି।ଏହି ସଂଖ୍ୟା ୨୦୧୯ ତୁଳନାରେ ୫୦୦,୦୦୦ ଅଧିକ। ନିଯୁକ୍ତି ଅଂଶ ଦୃଷ୍ଟିରୁ, ୫.୫ ପ୍ରତିଶତ ଆମେରିକୀୟ ଏକାଧିକ ଚାକିରିରେ ନିୟୋଜିତ ଅଛନ୍ତି। ଏହି ସଂଖ୍ୟା ୨୦୦୯ ପରଠାରୁ ସର୍ବାଧିକ। ସେହିପରି, ଦେଶରେ ୨୮.୪୭ ନିୟୁତ ଲୋକ ସାମୟିକ (ପାର୍ଟ ଟାଇମ ଜବ୍‌) ଚାକିରି କରୁଛନ୍ତି। ଏହା ଆମେରିକା ଇତିହାସରେ ତୃତୀୟ ସର୍ବାଧିକ।

ଚିନ୍ତାର ବିଷୟ ଏହି କି ଯେ ବିଶ୍ବର ଏହି ଧନୀ ରାଷ୍ଟ୍ର ଆମେରିକାରେ ବହୁ ବର୍ଷ ଧରି ଦରମା ବୃଦ୍ଧି ପାଇନାହିଁ। କିନ୍ତୁ ଏହି ଅବଧି ମଧ୍ୟରେ ଦରଦାମ ଆକାଶଛୁଆଁ ହୋଇଛି। ମୁଦ୍ରାସ୍ଫୀତି ଯଥେଷ୍ଟ ବୃଦ୍ଧି ପାଇଛି। ଏହି କାରଣରୁ ଲୋକଙ୍କ ପାଇଁ ଘର ଚଳାଇବା କଷ୍ଟକର ହୋଇପଡୁଛି। ସେମାନେ ଗୋଟିଏ ଚାକିରିରେ ଘର ଚଳାଇବାରେ ଅସମର୍ଥ ହେଉଥିବାରୁ ଅନ୍ୟ କାମ କରୁଛନ୍ତି।

About The Author: The Sakala