ନୂଆଦିଲ୍ଲୀ: ବୁଧବାର ନାମାଙ୍କନ ଭରିଛନ୍ତି ଏନ୍ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍। ଦଳୀୟ ନେତାଙ୍କ ଉପସ୍ଥିତିରେ ରାଧାକ୍ରିଷ୍ଣନ୍ ଆଜି ନାମାଙ୍କନ ଭରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଧାକ୍ରିଷ୍ଣନ୍ଙ୍କ ପାଇଁ ମୁଖ୍ୟ ପ୍ରସ୍ତାବକ ହୋଇଛନ୍ତି।
ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଏନଡିଏ ତରଫରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା । ଗତ ରବିବାର ବିଜେପି ସଂସଦୀୟ ଦଳ ବୈଠକରେ ତାଙ୍କ ନାମ ଘୋଷଣା କରାଯାଇଥିଲା। ସିପି ରାଧାକୃଷ୍ଣନ ମହାରାଷ୍ଟ୍ରର ରାଜ୍ୟପାଳ ଅଛନ୍ତି । ଏହା ପୂର୍ବରୁ ସେ ଝାଡ଼ଖଣ୍ଡର ବି ରାଜ୍ୟପାଳ ଥିଲେ । ସେ ୪୦ ବର୍ଷ ଧରି ରାଜନୀତିରେ ରହିଛନ୍ତି । ଏହାସହ ସେ ୨ ଥର ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି। ସିିପି ରାଧାକୃଷ୍ଣନ ୨୦୦୪-୨୦୦୭ ପର୍ଯ୍ୟନ୍ତ ତାମିଲନାଡୁ ବିଜେପିର ଅଧ୍ୟକ୍ଷ ଥିଲେ ।