ଇନଷ୍ଟାରେ ରିଲ୍ସ କରିବା ନିଶା: ଆଇଫୋନ ମୋବାଇଲ୍ କିଣିବା ପାଇଁ ନିଜ ଛୁଆକୁ ବିକିଦେଲେ ବାପା- ମା’

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲା ସ୍ଥିତ ପାଣିହାଟୀ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଆଇଫୋନ -୧୪ କିଣିବା ପାଇଁ ନିଜ ଜନ୍ମ କଲା ୮ ମାସ ବୟସର ସନ୍ତାନକୁ ବିକ୍ରି କରିଦେଲେ ବାପା -ମା’। ଖବର ପାଇ ପୁଲିସ ପହଞ୍ଚି ଉକ୍ତ ଶିଶୁକୁ  କିଣିଥିବା ମହିଳା ସମେତ ଶିଶୁଟର ବାପା ଓ ମା’କୁ ଗିରଫ କରିଛି। ଶିଶୁଟିର ବାପାଙ୍କ ନାଁ ଜୟଦେବ ହୋଇଥିବା ବେଳେ ମା’ଙ୍କ ନାଁ ସାକ୍ଷୀ ବୋଲି ଜଣାପଡ଼ିଛି। […]

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲା ସ୍ଥିତ ପାଣିହାଟୀ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଆଇଫୋନ -୧୪ କିଣିବା ପାଇଁ ନିଜ ଜନ୍ମ କଲା ୮ ମାସ ବୟସର ସନ୍ତାନକୁ ବିକ୍ରି କରିଦେଲେ ବାପା -ମା’। ଖବର ପାଇ ପୁଲିସ ପହଞ୍ଚି ଉକ୍ତ ଶିଶୁକୁ  କିଣିଥିବା ମହିଳା ସମେତ ଶିଶୁଟର ବାପା ଓ ମା’କୁ ଗିରଫ କରିଛି। ଶିଶୁଟିର ବାପାଙ୍କ ନାଁ ଜୟଦେବ ହୋଇଥିବା ବେଳେ ମା’ଙ୍କ ନାଁ ସାକ୍ଷୀ ବୋଲି ଜଣାପଡ଼ିଛି। ତେବେ ଶିଶୁକୁ କିଣିଥିବା ମହିଳାଙ୍କ ନାଁ ହେଉଛି ପ୍ରିୟଙ୍କା ଘୋଷ  ।

ଖବର ଅନୁଯାୟୀ, ପଡୋଶୀମାନେ ଏକ ପରିବାରର ଆଠ ମାସର ଶିଶୁ ନିଖୋଜ ହୋଇଯାଇଥିବାର ଦେଖିବାପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଶିଶୁଟିର ନିଖୋଜ ପରେ ଅଭିଭାବକ ଚିନ୍ତିତ ନ ଥିବା ନଜରକୁ ଆସିଥିଲା । ଏହା ବ୍ୟତୀତ ସେମାନଙ୍କ ପଖରୁ ଏକ ଆଇଫୋନ୍ ମୋବାଇଲ ଦେଖିବାକୁ ମିଳିଥିଲା। ଯାହାର ମୂଲ୍ୟ ଏକ ଲକ୍ଷରୁ କମ୍ ନୁହେଁ। ଏହା ପରେ ପଡ଼ୋଶୀମାନଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା। କାରଣ ଏହି ଦମ୍ପତିଙ୍କ ଆର୍ଥିକ ଅବସ୍ଥା ଏତେ ସ୍ବଚ୍ଛଳ ନ ଥିଲା। ସନ୍ଦେହ ସୃଷ୍ଟି ହେବାରୁ ପରବର୍ତ୍ତୀ ସମୟରେ ପଡୋଶୀମାନେ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ପୁଲିସ ପହଞ୍ଚି ବାପା, ମା’ ଓ ଶିଶୁକୁ କିଣି ଥିବା ମହିଳାକୁ ମଧ୍ୟ ଗିରଫ କରିଥିଲା।  ଛୁଆକୁ ବିକ୍ରି କରିଥିବା କଥା ବାପା ପୁଲିସ ଆଗରେ ସ୍ୱୀକାର କରିଛି। ଆଇ ଫୋନ ୧୪  କିଣି ଇନଷ୍ଟାଗ୍ରାମରେ ଭିଡ଼ିଓ କରି ପୋଷ୍ଟ କରିବାକୁ ଚାହିଁ ଥିଲେ ବାପା – ମା’।

About The Author: The Sakala