ନୂଆଦିଲ୍ଲୀ : ଲୋକସଭାରୁ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କୁ ସସ୍ପେଣ୍ଡ କରାଯାଇଛି। ଗୃହରେ ବାରମ୍ବାର ଅଶୋଭନୀୟ ଆଚରଣ ପାଇଁ ତାଙ୍କୁ ସସ୍ପେଣ୍ଡ କରାଯାଇଛି । ପ୍ରିଭିଲେଜ୍ କମିଟି ରିପୋର୍ଟ ଦେବା ପର୍ଯ୍ୟନ୍ତ ସସ୍ପେଣ୍ଡ ରହିବେ ଅଧିର । ତାଙ୍କ ଆଚରଣ ନେଇ ଆପତ୍ତି ଉଠାଇଥିଲେ ଖୋଦ୍ ବାଚସ୍ପତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅଧୀର ରଞ୍ଜନ ଚୌଧୁରୀଙ୍କ ବିବୃତ୍ତିରେ ଆପତ୍ତି ପ୍ରକାଶ କରିଥିଲେ। ସେ ଏହି ମାମଲାକୁ ପ୍ରିଭିଲେଜ୍ କମିଟିକୁ ପଠାଇବାକୁ ପ୍ରସ୍ତାବ ଦେଇଛନ୍ତି। ସେ ମଧ୍ୟ କଂଗ୍ରେସ ସାଂସଦଙ୍କୁ ଗୃହରୁ ନିଲମ୍ବନ କରିବାକୁ ପ୍ରସ୍ତାବ ଦେଇଥିଲେ।
ଆଜି ମଣିପୁର ପ୍ରସଙ୍ଗରେ ଲୋକସଭାରେ ସେ ରଖିଥିବା ବିବୃତ୍ତିରେ କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାବଦରେ କିଛି ବିବାଦୀୟ ଟିପ୍ପଣୀ ଦେଇଥିଲେ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଳାତକ ବ୍ୟବସାୟୀ ନୀରବ ମୋଦୀଙ୍କ ସହ ତୁଳନା କରିଥିଲେ । ଏହି ପ୍ରସଙ୍ଗରେ ବିଜେପି ପକ୍ଷରୁ ତାଙ୍କୁ ନିଲମ୍ବନ କରାଯିବା ନେଇ ଏକ ଆବେଦନ ସ୍ୱାଧୀକାର କମିଟି ପାଖକୁ ପଠାଯାଇଛି । ଏହାସହ ଲୋକସଭାର ବାଚସ୍ପତ୍ତି ଅଧୀର ରଂଜନ ଚୌଧୁରୀଙ୍କୁ ମୌସୁମୀ ଅଧୀବେଶନରୁ ନିଲମ୍ବିତ କରିଛନ୍ତି ।