ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା: ମନ୍ତ୍ରୀ ପଦରୁ ପାର୍ଥ ଚାଟାର୍ଜୀଙ୍କୁ ବିଦା କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କଲିକତା: ବିଦା ହେଲେ ପାର୍ଥ। ଶିକ୍ଷକ ନିଯୁକ୍ତି ଦୁର୍ନୀତିର ପ୍ରମାଣ ମିଳିବା ପରେ ମନ୍ତ୍ରୀ ପଦରୁ ପାର୍ଥ ଚାଟାର୍ଜୀଙ୍କୁ ବିଦା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପାର୍ଥ ମମତାଙ୍କ ମନ୍ତ୍ରୀମଣ୍ଡଳରେ ଉଦ୍ୟୋଗ ମନ୍ତ୍ରୀ ଥିଲେ । ଶିକ୍ଷକ ନିଯୁକ୍ତି ମାମଲାରେ ଦୁର୍ନୀତି କରିଥିବା ନେଇ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତାଙ୍କ ଉପରେ ଦୁର୍ନୀତି କରିଥିବାର ଆରୋପ ଲାଗିବା ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କ ସହଯୋଗୀ ଅର୍ପିତାଙ୍କ ଗୋଟିଏ ପରେ […]

କଲିକତା: ବିଦା ହେଲେ ପାର୍ଥ। ଶିକ୍ଷକ ନିଯୁକ୍ତି ଦୁର୍ନୀତିର ପ୍ରମାଣ ମିଳିବା ପରେ ମନ୍ତ୍ରୀ ପଦରୁ ପାର୍ଥ ଚାଟାର୍ଜୀଙ୍କୁ ବିଦା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପାର୍ଥ ମମତାଙ୍କ ମନ୍ତ୍ରୀମଣ୍ଡଳରେ ଉଦ୍ୟୋଗ ମନ୍ତ୍ରୀ ଥିଲେ । ଶିକ୍ଷକ ନିଯୁକ୍ତି ମାମଲାରେ ଦୁର୍ନୀତି କରିଥିବା ନେଇ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତାଙ୍କ ଉପରେ ଦୁର୍ନୀତି କରିଥିବାର ଆରୋପ ଲାଗିବା ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କ ସହଯୋଗୀ ଅର୍ପିତାଙ୍କ ଗୋଟିଏ ପରେ ଗୋଟିଏ ଫ୍ଲାଟ ଉପରେ ଚଢ଼ଉ କରି ଟଙ୍କା ଜବତ କରୁଛି। ପାର୍ଥଙ୍କ ଗିରଫକୁ ନେଇ ଏବଂ ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ନେଇ ତାଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯାଇଥିବା ଜଣାପଡ଼ିଛି।

ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଜାରି କରାଯାଇଥିବା ନୋଟିସ ମୁତାବକ ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯିବା ସହ ଅନ୍ୟ ସମସ୍ତ ପଦରୁ ବି ବିଦା କରାଯାଇଛି । ଏଥିରେ ସୂଚନା ଓ ପ୍ରସାରଣ ବିଭାଗ, ସଂସଦୀୟ ମାମଲା ସହିତ ଜଡିତ ବିଭାଗ ଆଦିରୁ ତାଙ୍କୁ ବିଦା କରାଯାଇଛି ।

ସୂଚନାଯୋଗ୍ୟ, ୨୦୧୪ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କ ଏକାଧିକ ସ୍ଥାନରେ ଇଡି ବାରମ୍ବାର ଚଢ଼ାଉ କରି ଚାଲିଛି। ଏଥିରେ ୨୧ କୋଟି ଟଙ୍କା ଜବତ ହୋଇଥିଲା । ଏହାପରେ ବୁଧବାର ଦିନ ଅର୍ପିତାଙ୍କ ଅନ୍ୟ ଏକ ଘରେ ଇଡିର ଚଢାଉ ବେଳେ ପାଖା ପାଖି ୨୦ ଟଙ୍କା ଜବତ ହୋଇଛି । ଏହି ମାମଲାରେ ପାର୍ଥଙ୍କ ସହ ଅର୍ପିତାଙ୍କୁ ମଧ୍ୟ ଇଡି ଗିରଫ କରିଛି ।

About The Author: The Sakala