ବେଜିଂ: ଚୀନ୍ରେ ବିବାହ ସଙ୍କଟ ସହିତ ସନ୍ତାନ ଜନ୍ମ ହ୍ରାସ ଚିନ୍ତାର କାରଣ ପାଲଟିଛି। ୨୦୨୩ ରେ ବିବାହ ପଞ୍ଜୀକରଣ ସଂଖ୍ୟା ୭୭ ଲକ୍ଷ ଥିଲା ବେଳେ ୨୦୨୪ରେ ଏହି ସଂଖ୍ୟା ୬୧ ଲକ୍ଷକୁ ହ୍ରାସ ପାଇଛି। ନିଯୁକ୍ତି ହ୍ରାସକୁ ନେଇ ଚୀନ୍ର ଯୁବପିଢ଼ି ବିବାହ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ତେବେ ସନ୍ତାନ ଜନ୍ମ ବୃଦ୍ଧି ପାଇଁ ଏଠାରେ ବିଦେଶୀ କନ୍ୟା ଚାଲାଣ ବୃଦ୍ଧି ପାଉଥିବା ଦେଖାଯାଇଛି। ୧୯୮୦ ଦଶକରେ ଜନ୍ମିତ ଚୀନ୍ ପୁରୁଷମାନେ ଜୀବନସାଥୀ ପାଉ ନଥିଲା ବେଳେ ୩ କୋଟିରୁ ୫ କୋଟି ପୁରୁଷ ବିବାହ ପାଇଁ କନ୍ୟା ପାଉ ନାହାନ୍ତି। ଏହି କାରଣରୁ ଏଭଳି ସ୍ଥିତିକୁ ଚୀନ୍ରେ ‘ବଞ୍ଚିତ ପୁରୁଷଙ୍କ ଯୁଗ’ ବୋଲି କୁହାଯାଉଛି। ବିବାହ ସମସ୍ୟାର ସମ୍ମୁଖୀନ ହେଉଥିବା ଅନେକ ପୁରୁଷ ଏବେ ବିଦେଶୀ କନ୍ୟା କିଣିବାକୁ ଚେଷ୍ଟା କରୁଛନ୍ତି। ଏହି ଧାରା ମହିଳା ଚାଲାଣକୁ ପ୍ରୋତ୍ସାହିତ କରିଛି। ଏହାଯୋଗୁ ମିଆାଁମାର, ଭିଏତନାମ ଏବଂ ଦକ୍ଷିଣ-ପୂର୍ବ ଏସିଆର ଅନ୍ୟ କିଛି ଦେଶରୁ ଯୁବତୀ ଚାଲାଣ ହେଉଥିବା ଏକ ରିପୋର୍ଟରେ କୁହାଯାଇଛି। ମହିଳାମାନଙ୍କୁ ଭଲ ନିଯୁକ୍ତିର ଲୋଭ ଦେଖାଇ ଚୀନ୍ ଅଣାଯିବା ପରେ ସେମାନଙ୍କୁ ଦଲାଲମାନେ ଚୀନ୍ ପୁରୁଷମାନଙ୍କୁ ୩,୦୦୦ ଡଲାରରୁ ୧୩,୦୦୦ ଡଲାରରେ ବିକ୍ରି କରୁଥିବା କୁହାଯାଉଛି।
ଚୀନ୍ରେ ବିବାହ ସଙ୍କଟ; ସନ୍ତାନ ଜନ୍ମ ପାଇଁ ଯୁବତୀ ଆମଦାନୀ କରୁଛି ଚୀନ୍…
ବେଜିଂ: ଚୀନ୍ରେ ବିବାହ ସଙ୍କଟ ସହିତ ସନ୍ତାନ ଜନ୍ମ ହ୍ରାସ ଚିନ୍ତାର କାରଣ ପାଲଟିଛି। ୨୦୨୩ ରେ ବିବାହ ପଞ୍ଜୀକରଣ ସଂଖ୍ୟା ୭୭ ଲକ୍ଷ ଥିଲା ବେଳେ ୨୦୨୪ରେ ଏହି ସଂଖ୍ୟା ୬୧ ଲକ୍ଷକୁ ହ୍ରାସ ପାଇଛି। ନିଯୁକ୍ତି ହ୍ରାସକୁ ନେଇ ଚୀନ୍ର ଯୁବପିଢ଼ି ବିବାହ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ତେବେ ସନ୍ତାନ ଜନ୍ମ ବୃଦ୍ଧି ପାଇଁ ଏଠାରେ ବିଦେଶୀ କନ୍ୟା ଚାଲାଣ ବୃଦ୍ଧି ପାଉଥିବା ଦେଖାଯାଇଛି। ୧୯୮୦ ଦଶକରେ ଜନ୍ମିତ ଚୀନ୍ ପୁରୁଷମାନେ ଜୀବନସାଥୀ ପାଉ […]