ବେଜିଂ: ଚୀନ୍ରେ ସୋମବାର ପ୍ରବଳ ବର୍ଷା ଏବଂ ବନ୍ୟା ଆସିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଏ ନେଇ ସତର୍କତା ଜାରି କରିଛି। ସୋମବାର ସନ୍ଧ୍ୟାରେ ଦକ୍ଷିଣ ଚୀନ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଝଡ଼ବାତ୍ୟା ମାଡ଼ ହୋଇଛି। ଏହାକୁ ନେଇ ଚେତାବନୀ ଜାରି କରାଯାଇଛି। ଏହାର ପ୍ରଭାବରେ ଚୀନ୍ରେ ଶତାଦ୍ଦୀର ସବୁଠାରୁ ବଡ଼ ବନ୍ୟା ଆସିପାରେ ବୋଲି କୁହାଯାଉଛି। ଏହି ବନ୍ୟାରେ ୧୨ କୋଟି ଲୋକ ପ୍ରଭାବିତ ହୋଇପାରନ୍ତି। ରିପୋର୍ଟ ଅନୁଯାୟୀ ଚୀନ୍ର କିଙ୍ଗୟୁଆନ ସହରରେ ଶନିବାରଠାରୁ ମୂଷଳ ଧାରାରେ ବର୍ଷା ହେଉଛି। ଝଡ଼ବାତ୍ୟାକୁ ଦେଖି ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି। ଜରୁରୀକାଳୀନ ଅଧିକାରୀଙ୍କୁ ସତର୍କ କରି ରଖାଯାଇଛି। ଉପକୂଳ ଅଞ୍ଚଳକୁ ନ ଯିବା ପାଇଁ ଲୋକଙ୍କୁ କୁହାଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କିଙ୍ଗୟୁଆନ ସହରରେ ସ୍କୁଲ, କଲେଜ ବନ୍ଦ କରିଦିଆଯାଇଛି। ରବିବାର ସକାଳୁ ୧୦ଟା ମଧ୍ୟରେ ଗୁଆଙ୍ଗସି ହେଝୋଉ ସହରରେ ଭୂସ୍ଖଳନର ୬୫ଟି ଘଟଣା ସାମ୍ନାକୁ ଆସିଲାଣି। ପ୍ରବଳ ବର୍ଷା ଯୋଗୁଁ ପର୍ଲ ରିଭର ଡେଲ୍ଟାରେ ପାଣି ଭର୍ତ୍ତି ହୋଇଯାଇଛି। ଅନେକ ଆବାସିକ ଅଞ୍ଚଳରେ ବନ୍ୟାପାଣି ପ୍ରବେଶ କରିଛି। ଏକ ମହଲା ଯାଏଁ ଘର ବୁଡ଼ି ଗଲାଣି। ଝାଓକିଙ୍ଗ ସହରରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଛି। ମୋବାଇଲ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି। ଗୁଆଙ୍ଗଡୋଙ୍ଗ ଏବଂ ସୋଗୁଆନକୁ ସେନା ପଠା ଯାଇଛି।
ଚୀନ୍ରେ ଆସିବ ଶତାଦ୍ଦୀର ବଡ଼ ବନ୍ୟା
ବେଜିଂ: ଚୀନ୍ରେ ସୋମବାର ପ୍ରବଳ ବର୍ଷା ଏବଂ ବନ୍ୟା ଆସିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଏ ନେଇ ସତର୍କତା ଜାରି କରିଛି। ସୋମବାର ସନ୍ଧ୍ୟାରେ ଦକ୍ଷିଣ ଚୀନ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଝଡ଼ବାତ୍ୟା ମାଡ଼ ହୋଇଛି। ଏହାକୁ ନେଇ ଚେତାବନୀ ଜାରି କରାଯାଇଛି। ଏହାର ପ୍ରଭାବରେ ଚୀନ୍ରେ ଶତାଦ୍ଦୀର ସବୁଠାରୁ ବଡ଼ ବନ୍ୟା ଆସିପାରେ ବୋଲି କୁହାଯାଉଛି। ଏହି ବନ୍ୟାରେ ୧୨ କୋଟି ଲୋକ ପ୍ରଭାବିତ ହୋଇପାରନ୍ତି। ରିପୋର୍ଟ ଅନୁଯାୟୀ ଚୀନ୍ର କିଙ୍ଗୟୁଆନ ସହରରେ ଶନିବାରଠାରୁ […]